ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ପଛରେ କିଏ? BJPର ରାଜ୍ୟସଭା ପ୍ରାର୍ଥୀଙ୍କୁ BJDର ସମର୍ଥନ

ରାଜ୍ୟସଭା ପାଇଁ BJDର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ।ଦଳର ମୁଖପାତ୍ର ସସ୍ମିତ ପାତ୍ର ଓ ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି BJD।ଏହାସହ BJPପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଛନ୍ତି ନବୀନ।ପୂର୍ବତନ IASଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ BJPପ୍ରାର୍ଥୀ କରିବ ବୋଲି ପ୍ରଥମେ ଘୋଷଣା କରିଥିଲା।ପରେ ଓଡ଼ିଶା କୋଟାରୁ ବୈଷ୍ଣବଙ୍କୁ,ରାଜ୍ୟସଭା ପଠାଇବାକୁ ନବୀନ BJPକୁ ସହଯୋଗ କରିବେ ବୋଲି କହିଛନ୍ତି।

ଲୋକସଭା ଓ ବିଧାନସଭାକୁ BJDର ୪ଜଣ ରାଜ୍ୟସଭା ସାଂସଦ ନିର୍ବାଚିତ ହେବା ପରେ ସେମାନେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ।ସେମାନେ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ,ଅଚ୍ୟୁତ ସାମନ୍ତ,ଅନୁଭବ ମହାନ୍ତି ଏବଂ ପ୍ରତାପ କେଶରୀ ଦେବ। ବର୍ତ୍ତମାନ ୩ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ଜୁଲାଇ ୨୫ରେ ନିର୍ବାଚନ ହେବ।ବିଧାନସଭାରେ BJDର ୧୧୧ବିଧାୟକ ଥିବାରୁ ସମସ୍ତ ୩ଟି ରାଜ୍ୟସଭା ଆସନରେ ଶାସକ ଦଳ ପ୍ରାର୍ଥୀ ବିଜୟୀ ହୋଇ ପାରିଥାନ୍ତେ।ଅପରପକ୍ଷରେ BJPର ୨୩ଜଣ ବିଧାୟକ ରହିଛନ୍ତି।ସଂଖ୍ୟା ଦୃଷ୍ଟିରୁ ଦେଖିଲେ BJPପ୍ରାର୍ଥୀ ରାଜ୍ୟସଭା ନିର୍ବାଚନରେ ନିଶ୍ଚିତ ପରାଜୟ ବରଣ କରିଥାନ୍ତେ।ହେଲେ BJDର ସମର୍ଥନ ଘୋଷଣା ପରେ BJPପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ବିଜୟ ନିଶ୍ଚିତ ହୋଇଯାଇଛି।

ମିଡିଆ ଚାପ ଓ ନବୀନଙ୍କ ସ୍ପଷ୍ଟୋକ୍ତି
ଅଶ୍ୱିନୀ ବୈଷ୍ଣବ ତାଙ୍କ ଦଳର ପ୍ରାର୍ଥୀ ହେବେ ବୋଲି BJP ପକ୍ଷରୁ ଟ୍ୱିଟର ହ୍ୟାଣ୍ଡଲରେ ସନ୍ଧ୍ୟା5ଟା 45ରେ ପ୍ରଥମେ ପ୍ରକାଶ ପାଇଥିଲା।ଏହାର ପ୍ରାୟ 45ମିନିଟ ପରେ ନବୀନ–ଅଶ୍ୱିନୀ-ଅମର ଏବଂ ସସ୍ମିତ ପାତ୍ରଙ୍କ ନାଁ ଘୋଷଣା କରିଥିଲେ।କିନ୍ତୁ BJP ପ୍ରାର୍ଥୀ ଅଶ୍ୱିନୀଙ୍କୁ BJDସମର୍ଥନ ଦେବ ବୋଲି କହିନଥିଲେ।ତେବେ BJP ଟ୍ୱିଟର ପୋଷ୍ଟଟି ଗଣମାଧ୍ୟମରେ ପ୍ରସାରଣ ହେବା ପରେ ନବୀନ ବାଧ୍ୟ ହୋଇ ଅଶ୍ୱିନୀ ବୈଷ୍ଣବ,BJP ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ।ଏନେଇ ସେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ବୋଲି ନବୀନ କହିଥିଲେ।
ଅପରାଜିତାଙ୍କ ବ୍ୟାଚମେଟ୍
1994 ବ୍ୟାଚ ଓଡ଼ିଶା କ୍ୟାଡର IAS ଅଶ୍ୱିନୀ ବୈଷ୍ଣବ,ରାଜସ୍ଥାନର ମୂଳବାସୀନ୍ଦା।ସେ କଟକ ଓ ବାଲେଶ୍ୱର ଜିଲ୍ଲାପାଳ ଥିଲେ।ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବେ କାର୍ଯ୍ୟ କରିଛନ୍ତି ଅଶ୍ୱିନୀ ବୈଷ୍ଣବ।ଏହା ପୂର୍ବରୁ 1994 ବ୍ୟାଚର ଓଡ଼ିଶା କ୍ୟାଡର IAS ଅପରାଜିତା ଷଡ଼ଙ୍ଗୀ BJP ଟିକେଟରେ ଲଢ଼ି ଲୋକସଭା ଯାଇଛନ୍ତି। ତେବେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଅଶ୍ୱିନୀ,4ଟି କମ୍ପାନୀର ନିର୍ଦ୍ଦେଶକ ଭାବେ କାମ କରୁଥିଲେ।ସେହି କମ୍ପାନୀଗୁଡିକ ହେଲା..

ମାଇନିଂ ଲବି!
1994ବ୍ୟାଚର IAS ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ପଛରେ ଖଣି(ମାଇନିଂ) ଲବି ରହିଥିବା ଚର୍ଚ୍ଚା ହେଉଛି।BJP-କଂଗ୍ରେସ ଠାରୁ ସମଦୂରତା ରଖିବା କହୁଥିବା ନବୀନ,ଖଣି ଲିଜଧାରୀଙ୍କ ଲବି ଯୋଗୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି ବୋଲି ଆଲୋଚନା ହେଉଛି। ସେପଟେ ଏକଥା ମଧ୍ୟ ଚର୍ଚ୍ଚା ଯେ ଦିଲ୍ଲୀରେ BJP-BJD ମଧ୍ୟରେ ଅଶ୍ୱିନୀ ବୈଷ୍ଣବ,ବ୍ରିଜ ଭାବେ କାମ କରିବେ।
ଅଣଓଡ଼ିଆଙ୍କ ରାଜ୍
ତେବେ ଅଶ୍ୱିନୀ ବୈଷ୍ଣବଙ୍କ ପରି 4ଜଣ ଅଣଓଡ଼ିଆ ପୂର୍ବରୁ ଓଡ଼ିଶା କୋଟାରୁ ରାଜ୍ୟସଭାକୁ ଯାଇଛନ୍ତି।
କେଆର୍ ପାନିକର୍-(କେରଳ ନେତା):ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକ
ଏସ.ଆର୍ ବୋମାଇ( କର୍ଣ୍ଣାଟକ):ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ
ଛତ୍ରପାଲ୍ ସିଂହ (ପଞ୍ଜାବ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବଲବୀର ପୁଞ୍ଜ( ପଞ୍ଜାବ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଜନତା ଦଳର ଅଧ୍ୟକ୍ଷ ଏସଆର୍ ବୋମାଇ ଓଡ଼ିଶା କୋଟାରୁ ରାଜ୍ୟସଭା ଯାଇଥିଲେ।BJPକୋଟାରେ ରାଜ୍ୟ ବାହାର ନେତା ବଲବୀର ପୁଞ୍ଜ ଏବଂ ଛତ୍ରପାଲ୍ ସିଂହ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟସଭା ଯାଇଥିଲେ।ଏବେ ରାଜସ୍ଥାନର ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀ ହେବା ସ୍ପଷ୍ଟ କରୁଛି ଯେ ଓଡ଼ିଶା ରାଜନୀତିରେ ଅଣଓଡ଼ିଆଙ୍କ ଦବଦବା ଯଥେଷ୍ଟ ରହିଛି।
Connect With Us