ପାକିସ୍ତାନ ଲେଦର ଫ୍ୟାକ୍ଟ୍ରି ବୟ ଆବାସ, ଶତାବ୍ଦୀରେ ବେଷ୍ଟ ଫାଷ୍ଟ ବୋଲର : ୧୦ଟେଷ୍ଟରୁ ୫୦ଓ୍ୱିକେଟ୍

କ୍ରିକେଟର ଓ୍ୱଣ୍ଡର ବୟ ସେ। ବିଶ୍ୱ କ୍ରିକେଟରେ ଏବେ ତାଙ୍କରି ଚର୍ଚ୍ଚା। ନାଁ ମହମ୍ମଦ ଆବାସ୍। ପାକିସ୍ତାନର ଡାହାଣହାତୀ ଫାଷ୍ଟ ବୋଲର। ନିକଟରେ ଆବୁଧାବିରେ ଅଷ୍ଟ୍ରେଲିଆକୁ ୩୭୩ ରନର ବୃହତ ବ୍ୟବଧାନରେ ପାକିସ୍ତାନ ମାତ୍ ଦେବା ପରେ ସାମନାକୁ ଆସିଛନ୍ତି ମହମ୍ମଦ ଆବାସ। ଉଭୟ ଇନିଂସରେ ୧୦ଟି ଓ୍ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପାକିସ୍ତାନ ଦେଇଥିବା ୫୩୮ ରନ୍ ଟାର୍ଗେଟର ପିଛା କରି ମାତ୍ର ୧୬୪ ରନରେ ସୀମିତ ରହି ଯାଇଥିଲା କଙ୍ଗାରୁ ବାହିନୀ। ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଓ୍ୱିକେଟ୍ ଫିଙ୍ଗି ଦେଇଥିଲା ଅଷ୍ଟ୍ରେଲିଆ। ଦୁଇଟି ଇନିଂସରେ ୫ଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ।ସାବାସ୍ ! ଆବାସ୍
ଅନେକ ରେକର୍ଡ ସ୍ଥାପନ କରିଛନ୍ତି ମହମ୍ମଦ ଆବାସ୍।୧୫.୬୪ ଆଭରେଜରେ ଏହି ସିରିଜରେ ତାଙ୍କୁ ମିଳିଛି ୧୭ଟି ଓ୍ୱିକେଟ୍। ଫାଷ୍ଟ ବୋଲର ଭାବରେ ଆବାସଙ୍କ ଆଭରେଜ୍ ଗତ ଶହେ ବର୍ଷର ରେକର୍ଡକୁ ଭାଙ୍ଗିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତ ବୋଲର ଭାବରେ ତାଙ୍କର ଆଭରେଜ ବେଷ୍ଟ। କ୍ୟାରିଅର ଆଭରେଜରେ ବିଶ୍ୱ ରାଙ୍କିରେ ଆବାସଙ୍କ ସ୍ଥାନ ଚତୁର୍ଥ। ଦ୍ରୁତ ୫୦ଟେଷ୍ଟ ଓ୍ୱିକେଟ ଅକ୍ତିଆର କରିଥିବା ଦ୍ୱିତୀୟ କ୍ରିକେଟର ହୋଇଛନ୍ତି ମହମ୍ମଦ ଆବାସ୍। ଏହାବ୍ୟତୀତ ୧୨ ବର୍ଷ ପରେ କୌଣସି ପାକିସ୍ତାନୀ ଫାଷ୍ଟ ବୋଲର ଭାବରେ ସେ ଗୋଟିଏ ଟେଷ୍ଟ ମ୍ୟାଚରେ ୧୦ ଓ୍ୱିକେଟ ହାସଲ କରିଛନ୍ତି। ଶେଷ ଥର ପାଇଁ ୨୦୦୬ରେ ମହମ୍ମଦ ଆସିଫ ଏହି ସଫଳତା ସାଉଣ୍ଟି ଥିଲେ। ସେହିପରି ୟୁଏଇରେ କୌଣସି ଟେଷ୍ଟ ସିରିଜରେ ୧୫ଟି ଓ୍ୱିକେଟ ନେଇଥିବା ପ୍ରଥମ ବୋଲର୍ ହେବାର ରେକର୍ଡ ବି ନିଜ ନାଁରେ କରାଇଛନ୍ତି ମହମ୍ମଦ ଆବାସ। ପୂର୍ବରୁ ୨୦୧୩ରେ ଜୁନୈଦ ଖାନା ଦୁବାଇରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୮ଟି ଓ୍ୱିକେଟ ନେଇଥିଲେ । ଦ୍ରୁତ ବୋଲର ଭାବରେ ସବୁଠୁ କମ୍ ରନ୍ ବ୍ୟୟ କରିଛନ୍ତି ଆବାସ। ୯୫ରନ୍ ଦେଇ ୧୦ଟି ଓ୍ୱିକେଟ୍ ନେଇଛନ୍ତି। ଆବାସ ଟେଷ୍ଟ କ୍ରିକେଟର ନମ୍ୱର ଓ୍ୱାନ୍ ବୋଲର ହେବେ ବୋଲି ସାଉଥ୍ ଆଫ୍ରିକାର କୋଚ ଡେଲ୍ ଷ୍ଟେନ ଭବିଷ୍ୟବାଣୀ କରିଛନ୍ତି।ଅଷ୍ଟ୍ରେଲିଆ ବୋଲିଂ କୋଚ୍ ଡେଭିଡ୍ ଶେଖର କହିଛନ୍ତି, ପାକିସ୍ତାର ସ୍ପିନ୍ ବାହିନୀ ପାଇଁ ତାଙ୍କ ଟିମ୍ ରଣନୀତି କରିଥିଲା। ତେବେ ବିସ୍ଫୋରଣ ସୃଷ୍ଟି କଲେ ଆବାସ।ସଂଘର୍ଷରୁ ସଫଳତା
କ୍ରିକେଟର ପୂର୍ବରୁ ଲେଦର ଫ୍ୟାକ୍ଟ୍ରି ଓ ଓ୍ୱେଲଡିଂ ଫ୍ୟାକ୍ଟ୍ରିରେ କାମ କରୁଥିଲେ ମହମ୍ମଦ ଆବାସ।ପେଟକୁ ଦାନା ଯୋଗାଡ କରିବାକୁ କୋର୍ଟରେ ଅଫିସ ବୟ କାମ ବି କରିଛନ୍ତି। ୨୦୦୮-୦୯ରେ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।୨୦୧୫-୧୬ରେ ୧୦ଟି ମ୍ୟାଚରେ ୬୧ଟି ଓ୍ୱିକେଟ ନେଇ ପାକିସ୍ତାନର ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ ମହମ୍ମଦ ଆବାସ। ସେହିପରି ୨୦୧୬-୧୭ ସିଜିନରେ ୭୧ଟି ଓ୍ୱିକେଟ ନେଇଥିଲେ। ଜାତୀୟ ଦଳରେ ମାରିଥିଲେ ଏଣ୍ଟ୍ରି। ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତର୍ଜାତୀୟ ଟେଷ୍ଟ ଡେବ୍ୟୁ କରିଥିଲେ ମହମ୍ମଦ ଆବାସ।
ଏଥିସହ ପଢ଼ନ୍ତୁ–ନିଜ ଲମ୍ବା କ୍ୟାରିଅରରେ ନୋ ବଲ୍ ଫିଙ୍ଗି ନଥିବା ମହାନ କ୍ରିକେଟର
Connect With Us