ଆଇପିଏଲରୁ ଅବସର ନେଲେ ‘ମିଷ୍ଟର ଆଇପିଏଲ୍’: ଜାଣନ୍ତୁ କଣ ରହିଛି କାରଣ?

କ୍ରିକେଟ ଜଗତର ସବୁ ଫର୍ମାଟରୁ ଅବସର ନେଇଛନ୍ତି ଭାରତର ଚର୍ଚ୍ଚିତ କ୍ରିକେଟର। ଦିନେ କ୍ରିକେଟ ଫିଲ୍ଡରେ ଫେମସ୍ ସାଜିଥିବା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା ଏବେ ଆଉ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ନିଜେ ସୋଶିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଟ୍ୱିଟ୍ ଟ୍ୱିଷ୍ଟ
କ୍ରିକେଟ ଫିଲ୍ଡରେ ରେକର୍ଡ କରିଥିବା ସୁରେଶ ଟ୍ୱିଟ୍ ଜରିଆରେ ନିଜର ସମ୍ପୁର୍ଣ୍ଣ ଅବସର ଘୋଷଣା କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ଯେ ‘ଆମ ଦେଶ ତଥା ରାଜ୍ୟ ୟୁପି ପ୍ରତିନିଧିତ୍ୱ କରିବା ଏକ ଗର୍ବର ବିଷୟ। ସମସ୍ତ ପ୍ରକାର କ୍ରିକେଟ୍ରୁ ମୋର ଅବସର ଘୋଷଣା କରିବାକୁ ଚାହୁଁଛି। ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ମୋର ସମର୍ଥନ କରିଥିବା ପାଇଁ ମୁଁ @BCCI, @UPCACricket, @ChennaiIPL, @ShuklaRajiv ସାର୍ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।’
It has been an absolute honour to represent my country & state UP. I would like to announce my retirement from all formats of Cricket. I would like to thank @BCCI, @UPCACricket, @ChennaiIPL, @ShuklaRajiv sir & all my fans for their support and unwavering faith in my abilities 🇮🇳
— Suresh Raina🇮🇳 (@ImRaina) September 6, 2022
କ୍ରିକେଟରୁ ସନ୍ୟାସ ! ଜାଣନ୍ତୁ କାହିଁକି?
୧୬ ବର୍ଷ ବୟସରେ କ୍ରିକେଟରେ ପାଦ ଥାପି ରେକର୍ଡ କରିଥିବା ରାଇନା ଏବେ ସବୁ କ୍ଷେତ୍ରରୁ ନିଜର ଅବସର ଘୋଷଣା କରିଛନ୍ତି। ଦୁଇବର୍ଷ ପୁର୍ବରୁ ଆନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ନେଇଛନ୍ତି। କ୍ରିକେଟରୁ ଅବସର ନେଲାପରେ ମଧ୍ୟ ସେ ଘରୋଇ କ୍ରିକେଟ ସହ ଜଡ଼ିତ ଥିଲେ। କିନ୍ତୁ ଏବେ ସେ ଘରୋଇ କ୍ରିକେଟରୁ ମଧ୍ୟ ଅବସର ନେଇଛନ୍ତି। ଆଇପିଏଲ୍ କ୍ୟାରୀୟରରେ ରେକର୍ଡ କରି ମିଷ୍ଟର ଆଇପିଏଲର ମାନ୍ୟତା ପାଇଥିବା ସୁରେଶ ରାଇନା ତାଙ୍କ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି ।

ଆଇପିଏଲ୍ କ୍ୟାରିୟରରେ 205 ଟି ମ୍ୟାଚ୍ ଖେଳି ୫୫୨୮ ରନ୍ ସଂଗ୍ରହ କରିଛନ୍ତି ।ଏଥିସହିତ ସେ ୨୨୬ ଟି ODI ମ୍ୟାଚ୍ ଖେଳି ୫୬୧୫ ରନ୍ ସଂଗ୍ରହ କରି ରେକର୍ଡ କରିଛନ୍ତି। ତେବେ ୨୦୨୧ ଆଇପିଏଲରେ CSK ତାଙ୍କୁ କିଣି ନଥିଲା । ନିଜର ମୁଲ୍ୟ ସେ ଦୁଇ କୋଟି ରଖିଥିବା ହେତୁ ଅନସୋଲ୍ଡ ରହିଥିଲେ।ସେ ସମୟରେ ସେ ଏହି ପ୍ରସଙ୍ଗକୁ ଭିତ୍ତିକରି ଆଇପିଏଲ୍ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଥଲା। ସୁରେଶ ରାଇନା ଟ୍ୱିଟ୍ ଜରିଆରେ ଏନେଇ ଘୋଷଣା କରିବାପରେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି।
Connect With Us