ପୁଣି ଚମକିଲେ ଓଡ଼ିଆ ଝିଅ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ। ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ଦୀପଗ୍ରେସ ଏକ୍କା ସୁଯୋଗ ପାଇଛନ୍ତି। ସେ ଏ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ତାଙ୍କୁ ଏ ଦାୟିତ୍ୱ ମିଳିଲା ପରେ ରାଜ୍ୟବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇଂଲଣ୍ଡର ବର୍ମିଂହାମରେ ଜୁଲାଇ ୨୮ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି। ଏଭଳି ଏକ ଉଚ୍ଚସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଓଡ଼ିଆ ଝିଅଙ୍କ ପ୍ରତିନିଧିତ୍ୱ ରାଜ୍ୟ ପାଇଁ ଗୌରବ ଆଣି ଦେଇଛି।

ବିଶ୍ୱକପ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଲେ ଦୀପଗ୍ରେସ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉପ ଅଧିନାୟକ ସାଜି ପ୍ରତିନିଧିତ୍ୱ କରିବେ ଦୀପଗ୍ରେସ ଏକ୍କା ।ସେ ଜଣେ ବିଶିଷ୍ଠ ଖେଳାଳୀ। ଏହା ପୂର୍ବରୁ ହକି ଇଣ୍ଡିଆ ଜୁଲାଇ ୧ରୁ ୧୭ ଯାଏ ସ୍ପେନ ଓ ନେଦରଲ୍ୟାଣ୍ଡ୍ସରେ ଆୟୋଜିତ ହେବାକୁ ଥିବା ମହିଳା ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଘୋଷଣା କରିଥିଲା। ବିଶ୍ୱକପରେ ମଧ୍ୟ ଦୀପଗ୍ରେସ ଉପ ଅଧିନାୟକ ଦାୟିତ୍ୱ ପାଇଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀପଳାଳ ଗାଁ ରେ।ଅଠରତମ ଆନ୍ତର୍ଜାତୀୟ ହକି ଖେଳରେ ପାରଦର୍ାିତା ଦେଖାଇ ସେ ରାଜ୍ୟର ଗୌରବ ବୃଦ୍ଧି କରିଥିଲେ।
Connect With Us