ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର !

ଜିଓ ଗ୍ରାହକଙ୍କ ସୁବିଧା ପାଇଁ ନୁଆ ପ୍ଲାନ୍ ଲଞ୍ଚ କରିଛି। ସବୁଠୁ ଶସ୍ତା ପ୍ଲାନ ଆରମ୍ଭ କରିଛି ରିଲାଏନ୍ସ ଜିଓ।ଜିଓ ୧ଟଙ୍କା ପ୍ଲାନ ଲଞ୍ଚ କରିଛି।ଏହି ପ୍ଲାନ ମାଇ ଜିଓ ଆପରେ ତାଲିକାଭୁକ୍ତ ହୋଇଛି। ଯେଉଁମାନେ କେବଳ ସିମକୁ ସକ୍ରିୟ ରଖିବାକୁ ଚାହାଁନ୍ତି ଏହି ପ୍ଲାନ ସେମାନଙ୍କ ପାଇଁ ଲାଭପ୍ରଦ ହେବ ।ଏହି ପ୍ଲାନରେ କୌଣସି କଲିଂ ଏବଂ ଏସଏମଏସର ସୁବିଧା ରହିବ ନାହିଁ।ଏହି ପ୍ଲାନର ବୈଧତା ୩୦ଦିନ। ଏଥିରେ କେବଳ ୧୦୦ଏମବି ଡାଟାର ସୁବିଧା ରହିଛି।

ସବୁଠୁ ଶସ୍ତା ପ୍ଲାନ୍
ଜିଓର ୧ଟଙ୍କାର ପ୍ଲାନ ହେଉଛି ଦେଶର ସବୁଠାରୁ ଶସ୍ତା ପ୍ଲାନ।ଏ ପର୍ଯ୍ୟନ୍ତ କୌଣସି ଟେଲିକମ୍ କମ୍ପାନି ୧ଟଙ୍କାର ପ୍ଲାନ ପ୍ରଦାନ କରି ନାହିଁ।ଜିଓର ୧୦ ଏବଂ ୨୦ ଟଙ୍କାର ଶସ୍ତା ପ୍ଲାନ ମଧ୍ୟ ଅଛି।୧୦ ଟଙ୍କା ପ୍ଲାନରେ ଅସୀମିତ ବୈଧତା ସହିତ ୭.୪୭ ଟଙ୍କା ଟକ୍-ଟାଇମ୍ ମିଳିବ।ସେହିପରି ୨୦ ଟଙ୍କା ପ୍ଲାନରେ ଅସୀମିତ ବୈଧତା ସହିତ ୧୪.୯୫ ଟଙ୍କାର ଟକ୍ ଟାଇମ୍ ଉପଲବ୍ଧ ରହିଛି।
Connect With Us