SIDDHU-CHANNI

ପଞ୍ଜାବ ରାଜନୀତିରେ କଂଗ୍ରେସ ନେତାଙ୍କ ଭିତରେ ବିବାଦ ଧିରେଧିରେ ବୃଦ୍ଧି ପାଉଛି।ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ  ନେଇ ଶୀତଳ ଯୁଦ୍ଧ ଜାରି ରହିଛି। ଉଭୟ ନେତା ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାନ୍ତି।ତେବେ କଂଗ୍ରେସ ପକ୍ଷରୁ କୌଣଷି ସ୍ପଷ୍ଟୀକରଣ ଆସିନଥିଲା ବେଳେ ଉଭୟଙ୍କ ମଧ୍ୟରେ ରାଜନୈତୀକ ଅଙ୍କ କଷା ଜାରିରହିଛି।

ରାହୁଲ ଗାନ୍ଧୀ

ସିଦ୍ଧୁ ବନାମ ଚନ୍ନି..
ପଞ୍ଜାବ ସମେତ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜନୈତିକ ମାହୋଲ ସରଗରମ ହୋଇଗଲାଣି । ଦଳୀୟ କନ୍ଦଳ ମଧ୍ୟ ଆଉ ଏକ ପ୍ରମୁଖ ସମସ୍ୟା ପାଲଟିଛି । କେବଳ ଦଳୀୟ ଟିକେଟ୍ ନୁହେଁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ମଧ୍ୟ ଲାଗିରହିଛି ସସ୍‌ପେନ୍ସ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ? ପଞ୍ଜାବ ନିର୍ବାଚନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ? ଏ ପ୍ରଶ୍ନ ଉପରୁ ଫେବୃଆରୀ ୬ରେ କଂଗ୍ରେସ ପରଦା ହଟାଇବ।ସମାଚାର ଏଜେନ୍ସି ଏଏନଆଇ ପାର୍ଟି ସୂତ୍ରରୁ ପ୍ରକାଶ କରିଛି ଯେ, ଯେବେ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତ କରିବେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇପାରେ।ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶ ପରେ ଏହାର ଘୋଷଣା କରିବ।
କିଏ ସାଜିବେ CM ଫେସ୍ ?
ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବିବାଦ ଲାଗିରହିଛି । ସିଦ୍ଧୁ ଏବଂ ଚନ୍ନିଙ୍କ ନାଁ କୁ ନେଇ ଦଳ ସର୍ଭେ କରିଥିବା ବେଳେ ଉଭୟଙ୍କ ମଧ୍ୟରୁ ହିଁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ। ଏହି ଦୁଇ ହେଭିଓ୍ବେଟ୍‌ଙ୍କ ବ୍ୟତିତ ସିଏମ୍‌ ରେସ୍‌ରେ ଆଉ କେଉଁ ନେତା ନାହାନ୍ତି। ଦଳର ବରିଷ୍ଠ ନେତା ସୁନୀଲ ଜାଖଡ ମଧ୍ୟ ଖୁବ ପଛରେ ପଡିଯାଇଛନ୍ତି ।ଏପରି ସମୟରେ କାଗ୍ରେସ କାହାକୁ ସି.ଏମ୍ ଫେସ୍ ପାଇଁ ସ୍ୱୀକୃତି ଦେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।