ଶ୍ରୀମନ୍ଦିର ସାମ୍ନାରେ ଥିବା ଏମାର ମଠର ଖନନ ବେଳେ ସିଂହ ମୂର୍ତ୍ତି ବାହାରିବାକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ରାଜ୍ୟ ସରକାରଙ୍କ ମାନସିକତାକୁ କଳାପାହାଡ ସହ ତୁଳନା କରିଛନ୍ତି। ପୁରୀ ସାଂସଦ ତଥା ବିଜେଡି ନେତା ପୀନାକି ମିଶ୍ର ସଂସଦରେ ମିଛ ବିବୃତ୍ତି ରଖି ଓଡିଶାବାସୀଙ୍କୁ ଭ୍ରମିତ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି।
ଗୁମୁରୀ କାନ୍ଦୁଛି ଗଙ୍ଗ ଐତିହ୍ୟ
ଐତିହ୍ୟ କୀର୍ତ୍ତିରାଜିର ଭଗ୍ନାବଶେଷ ମିଳିବା ପରେ ସମ୍ବିତ ଏହାକୁ ଗଙ୍ଗ ଐତିହ୍ୟର ଲୁହ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଯେ
- “ସତ କେବେ ଲୁଚି ରହେ ନାହିଁ, ଆଜି ନହେଲେ କାଲି ପ୍ରକାଶିତ ହେବ। ଯଦି ଇତିହାସକୁ ସୁରକ୍ଷିତ ରଖି ନପାରିବା, ପରପିଢ଼ି କ୍ଷମା ଦେବ ନାହିଁ।
- ମାଟି ତଳୁ ସିଂହ ମିଳିବା ଚିନ୍ତାଜନକ ବିଷୟ। ଭଗ୍ନ ସିଂହ ରୂପରେ ଆମ ସ୍ୱାଭିମାନ ଆମ ସାମ୍ନାକୁ ଆସିଛି। ବିଶେଷଜ୍ଞ କହିଛନ୍ତି ଏହା ଗଙ୍ଗ ବଂଶୀୟ ସମୟର।
- କାମ ଆରମ୍ଭରୁ ଆମେ କହିଛୁ ନୀତି ନିୟମ ଆଧାରରେ ହେଉ। ମାଟି ତଳେ ଅନେକ ଇତିହାସ ଲୁଚି ରହିଛି। GPRS-ଗ୍ରାଉଣ୍ଡ ପେନିଟ୍ରେଟିଙ୍ଗ ରାଡାର ସର୍ଭେ କରାଯିବାର ଥିଲା। ସର୍ଭେ ହୋଇଥିଲେ ଐତିହ୍ୟ କୀର୍ତ୍ତିରାଜିର ସନ୍ଧାନ ମିଳିଥାଆନ୍ତା।
- ଓଡ଼ିଶା ସରକାରଙ୍କ ଜିଦ ଖୋର ମନଭାବ ଯୋଗୁଁ ଏପରି ସ୍ଥିତି ଦେଖବାକୁ ମିଳୁଛି।
- ସଂସଦରେ ପିନାକୀ ମିଶ୍ର କହିଛନ୍ତି ୪ଟି ଶୌଚାଳୟ କରାଯାଉଛି। କିନ୍ତୁ, ଆଡଭୋକଟେ ଜେନେରାଲ କହୁଛନ୍ତି ଅନେକ କିଛି ତିଆରି ହେବ ବୋଲି। ବିଜେଡି ସାଂସଦ ପିନାକୀ ମିଶ୍ର ଆମକୁ ଭ୍ରମିତ କରିଛନ୍ତି।
- ଏହା କୋର୍ଟ କି ରାଜନୀତିର ଲଢ଼େଇ ନୁହେଁ,ବରଂ ଆମ ସ୍ୱାଭିମାନର ଲଢ଼େଇ ।’’
ଅନ୍ୟପାର୍ଶ୍ୱରେ ଖନନ ପ୍ରସଙ୍ଗକୁ ବିରୋଧ କରୁଥିବା ଓଡ଼ିଶା ହାଇକୋର୍ଟରେ ଆବେଦନକାରୀ ଦିଲ୍ଲୀପ ବରାଳ ପ୍ରାଚୀନ ମୂର୍ତ୍ତି ବୋଆଇନ ଭାବେ ଚାଲାଣ ହେଉଥିବା ସନ୍ଦେହ କରୁଛନ୍ତି। ସେଥିପାଇଁ ଖନନ କାର୍ଯ୍ୟରେ ରହିତାଦେଶ ଜାରୀ ପାଇଁ ହାଇକୋର୍ଟରେ ପୁନଃ ଆବେଦନ କରିବେ ବୋଲି ମତ ରଖିଛନ୍ତି।