ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲେ ବିଜୁ; ଜେଲ ଗଲେ ବିଜୟ

ନବୀନ ବନାମ ବିଜୟ
ଚାଲିଛି ପାଟକୁରା ମହାସମର।ନବୀନ ପଟ୍ଟନାୟକ ବନାମ ବିଜୟ ମହାପାତ୍ରଙ୍କ ବ୍ୟକ୍ତିଗତ ଲଢ଼େଇ,ଉଗ୍ର ରୂପ ଧାରଣ କଲାଣି।ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାଲାଗି ମୁଖ୍ୟମନ୍ତ୍ରୀ ଖେଳୁଛନ୍ତି ସିମ୍ପାଥି କାର୍ଡ ।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ବୟସ ଅଧିକ କାରଣରୁ ସେ ପ୍ରଚାର କମ କରୁଛନ୍ତି।କିନ୍ତୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଗଣ୍ଡା ଗଣ୍ଡା ମନ୍ତ୍ରୀ 80ରୁ ଅଧିକ ବିଧାୟକ ଏବଂ ସାଂସଦମାନେ ପାଟକୁରା କ୍ୟାମ୍ପେନ୍ କରୁଛନ୍ତି।ସେପଟେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ,ସାଂସଦ ଏବଂ ବିଧାୟକମାନେ ପ୍ରଚାର ଚଳାଇଛନ୍ତି।ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ପ୍ରଦେଶ କଂଗ୍ରେସ ଭୋଟ ମାଗିଲେଣି।ତେବେ ମୁହାଁମୁହିଁ ଲଢ଼େଇରେ ଗୋଟିଏ ପଟେ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ଅନ୍ୟପଟେ ବିଜୁଙ୍କ ପଲିଟିକାଲ୍ ଷ୍ଟୁଡେଣ୍ଟ ବିଜୟ।

ବିଜୟଙ୍କ ଜୀବନର ସବୁଠୁ ବଡ଼ ଲଢେଇ
ବାପାଙ୍କ ନାଁରେ ଦଳ ଗଢ଼ି ଲଗାତର 5ଥର ମୁଖ୍ୟମନ୍ତ୍ରୀ ହେଲେଣି ନବୀନ ପଟ୍ଟନାୟକ।ସେପେଟେ ବିଜୁଙ୍କ ପାଇଁ ରାଜନୀତିକୁ ଆସିଥିବା ବିଜୟ,ଜୀବନର ସବୁଠୁ ବଡ଼ ଲଢେଇ ଲଢୁଛନ୍ତି।ଷ୍ଟୁଡେଣ୍ଟସ୍ ପଲଟିକ୍ସରେ ଆକ୍ଟିଭ ଥିବା ବିଜୟ ମହାପାତ୍ର,1968ରେ ବିଜୁଙ୍କ ଆଦର୍ଶରେ କଂଗ୍ରେସରେ ମିଶିଥିଲେ।ପରେ ବିଜୁ ପଟ୍ଟନାୟକଙ୍କ ସହ ଉତ୍କଳ କଂଗ୍ରେସ, ଜନତା ପାର୍ଟି ଏବଂ ଜନତା ଦଳକୁ ଚାଲିଗଲେ।ଓଡ଼ିଶାର ପ୍ରଥମ ଇସ୍ପାତ ଶିଳ୍ପାନୁଷ୍ଠାନ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଟାର ବିନ୍ଧାଣୀ,ବିଜୁ ପଟ୍ଟନାୟକ ଦ୍ୱିତୀୟ ଷ୍ଚିଲ ପ୍ଲାଣ୍ଟ ପାଇଁ ଆନ୍ଦୋଳନ କଲେ।60ଦଶକରେ ବିଜୁଙ୍କ ନେତୃତ୍ୱରେ ଗାଁରୁ ଆନ୍ଦୋଳନ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ ଚାଲିଲା।ଯୁବବର୍ଗଙ୍କ ଚାକିରି ଦେବା ପାଇଁ ଦ୍ୱିତୀୟ ଷ୍ଚିଲ ପ୍ଲାଣ୍ଟ ଜରୁରୀ ବୋଲି ବିଜୁ ପଟ୍ଟନାୟକ ଦାବି କରୁଥିଲେ। ଦୂରଦ୍ରଷ୍ଟାବିଜୁ ଜାଣିଥିଲେ ଶିଳ୍ପ ବିଳ୍ପବରେ ଓଡ଼ିଶାର ବିକାଶ ହୋଇପାରିବ।ଖଣିଜ ସମ୍ପଦ ଭରା ଓଡ଼ିଶାରେ ଦ୍ୱିତୀୟ ଷ୍ଟିଲ ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କଂଚାମାଲ ମହଜୁଦ ରହିଛି ବୋଲି ବିଜୁ ଯୁକ୍ତି ବାଢୁଥିଲେ। ବିଜୁଙ୍କ ସେହି ଆନ୍ଦୋଳନରେ ସାମିଲ ହୋଇଗଲେ ବିଜୟ ମହାପାତ୍ର।

ଗିରଫ ହେଲେ ବିଜୟ
ଶିଳ୍ପର ବିକାଶ ଲାଗି ସ୍ୱପ୍ନ ଦେଖୁଥିବା ବିଜୁଙ୍କ ସହ ଶ୍ରମିକ ସଂଗଠନ ଠାରୁ ଛାତ୍ରସଂଘ ସମସ୍ତେ ସ୍ୱର ମିଳାଇଲେ।ଚାକିରି ସନ୍ଧାନରେ ଥିବା କଲେଜର ଛାତ୍ରମାନେ ଅଧିକ ସଂଖ୍ୟାରେ ଭାଗ ନେଲେ।ଶ୍ରମିକ ସଂଗଠନ ସହ ଜଡିତ ଥିବା ପ୍ରଫୁଲ ଘଡ଼ାଇ,ଛାତ୍ରନେତା ଶ୍ରୀକାନ୍ତ ଜେନା,ପ୍ରଭାତ ସାମନ୍ତରାୟ ଏବଂ ବିଜୟ ମହାପାତ୍ରଙ୍କ ପରି ବ୍ୟକ୍ତି ଦ୍ୱିତୀୟ ଷ୍ଟିଲପ୍ଲାଣ୍ଟ ପାଇଁ ହେଉଥିବା ଆନ୍ଦୋଳନରେ ମାତିଲେ।1969ରେ କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀରେ ଛାତ୍ର ସଂଗଠନ କଲା ବିକ୍ଷୋଭ।ଗିରଫ ହେଲେ ଅନେକ ଛାତ୍ରନେତା।ବିଜୁ ପଟ୍ଟନାୟକଙ୍କ ଦ୍ୱିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ବିଜୟ ମହାପାତ୍ର ମଧ୍ୟ ଗିରଫ ହୋଇଥିଲେ।ସେଥିପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ନିଜେ ଇସ୍ତଫା ଦେଇ 1980ରେ ବିଜୟଙ୍କୁ ପାଟକୁରାରୁ ବିଧାୟକ କରାଇଥିଲେ।କେବେ ବିଜୁଙ୍କ ସ୍ୱପ୍ନ ପୂରଣ ପାଇଁ ଗିରଫ ହୋଇ ଜେଲ ଯାଇଥିବା ବିଜୟଙ୍କୁ ହରାଇବା ଲାଗି ବିଜୁଙ୍କ ନାଁରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବିଜୁ ଜନତା ଦଳ।
Connect With Us