AMIR-KARISHMA

ବଲିଉଡ ମୁଭିରେ କିସ୍ ସିନ୍ ବିନା ଫିଲ୍ମର କଳ୍ପନା କରିବା ଅସମ୍ଭବ। ହିରୋ-ହିରୋଇନଙ୍କ ପ୍ରେମକୁ ମଜଭୁତ କରିବା ପାଇଁ ଫିଲ୍ମରେ ଏହି ଦୃଶ୍ୟ ରହିଥାଏ। ଲିପ୍ ଲକ୍ ଚୁମ୍ବନ କଥା ଉଠିଲେ କେତୋଟି ଫିଲ୍ମର ଦୃଶ୍ୟ ମନକୁ ଚାଲି ଆସେ।

ହିମାଂଶୁ ରାୟ-ଦେବିକା ରାନୀ

ହିମାଂଶୁ ରାୟ ଓ ଦୀପିକା ରାନୀ
ପୁରୁଣା ହିନ୍ଦୀ ସିନେମାରେ ଅନସ୍କ୍ରିନ୍ କିସ୍ ସିନ୍ କରିବା ଅନେକଙ୍କ ପାଇଁ ଚାଲେଞ୍ଜ ଥିଲା। ତେବେ୧୯୩୩ରେ ହିମାଂଶୁ ରାୟ ଓ ଦେବିକା ରାନୀ ଅନସ୍କ୍ରିନ ଏଭଳି ଦୃଶ୍ୟ କରିଥିଲେ। ଫିଲ୍ମ କର୍ମାରେ ଉଭୟଙ୍କ ଚୁମ୍ବନ ରୋମାଞ୍ଚ ଖେଳାଇ ଦେଇଥିଲା।

ରିଷି କପୁର ଓ ଡିମ୍ପଲ କାପଡିଆ
ଫିଲ୍ମ ବବି ଯୁବପୀଢିଙ୍କ ମଧ୍ୟରେ ଏକ ନୂଆ ଉନ୍ମାଦ ଖେଳାଇଥିଲା।  ନ୍ୟୁ-କମର ଋଷି କାପୁର ଓ ଡିମ୍ପଲଙ୍କୁ ନେଇ ୧୯୭୩ରେ ଆରକେ ପ୍ରଡକ୍ସନ ବବି ମୁଭି ନିର୍ମାଣ କରିଥିଲା। ଋଷି ଏବଂ ଡିମ୍ପଲଙ୍କ ବୋଲ୍ଡ କିସ୍ ସିନ୍ ଦେଖିବାକୁ ମିଳିଥିଲା। ଯାହାକୁ ଫିଲ୍ମକୁ ବ୍ଲକବଷ୍ଟର କରିଥିଲା।

ଶଶି କପୁର ଓ ଜୀନତ ଅମାନ

ଶଶି କପୁର ଓ ଜୀନତ ଅମାନ
ନିଜ ଜମାନର ବୋଲ୍ଡ ହିରୋଇନ୍ ଜୀନତ ଅମାନ। ୧୯୭୮ରେ ରିଲିଜ୍ ହୋଇଥିବା ଫିଲ୍ମ ସତ୍ୟମ ଶିବମ ଓ ସୁନ୍ଦରମରେ ଜୀନତଙ୍କ ହଟନେସ୍ ଆଜି ବି ଯୁବପୀଢିଙ୍କୁ ମତୁଆଲ କରୁଛି। ଶଶି କପୁର-ଜୀନତଙ୍କ ଲିପ୍ କିସ୍ ସିନ୍ ବଲିଉଡରେ ଧୁମ୍ ମଚାଇଥିଲା।

ମାଧୁରୀ-ବିନୋଦ ଖାନ୍ନା

ମାଧୁରୀ-ବିନୋଦ ଖାନ୍ନା
ଫିଲ୍ମ ଦୟାବାନରେ ମାଧୁରୀ ଓ ବିନୋଦ ଖାନ୍ନାଙ୍କ କିସ୍ ବଲିଉଡର ଚର୍ଚ୍ଚିତ ସିନ୍। ୧୯୮୮ର ସୁପର ଡୁପର ହିଟ୍ ଫିଲ୍ମ ଦୟାବାନର କେବଳ ସେହି ଦୃଶ୍ୟକୁ ଦେଖିବା ପାଇଁ ଲୋକେ ବାରମ୍ବାର ସିନେମାକୁ ଦେଖୁଥିଲେ।
ଆମିର-କରିସ୍ମା
ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ଆମିର ଖାନ୍ ଓ କରିସ୍ମା କାପୁରଙ୍କ ବର୍ଷା ଭିଜା ଲିପ୍ କିସ୍ ଧମାଲ କରିଥିଲା। ୧୯୯୬ରେ ରିଲିଜ୍ ହୋଇଥିବା ଏବଂ ମେଲୋଡିଅସ୍ ସଂଗରେ ଭରପୂର ରାଜା ହିନ୍ଦୁସ୍ଥାନୀର ହଟ୍ କିସିଂ ସିନ୍ ଦର୍ଶକଙ୍କୁ ବାନ୍ଧି ରଖୁଥିଲା।

ରାନୀ ମୁଖାର୍ଜୀ-କମଲ ହାସନ

ରାନୀ ମୁଖାର୍ଜୀ ଓ କମଲ ହାସନ
ଫିଲ୍ମ ହେ ରାମରେ ରାନୀ ମୁଖାର୍ଜୀ ଓ କମଲ ହାସନଙ୍କ ମଧ୍ୟରେ ଏକ କିସ୍ ସିନ୍ ଦେଖିବାକୁ ମିଳିଥିଲା। ଯାହାକି ବେଶ୍ ସମ୍ବେଦନଶୀଳ ଥିଲା। ୨୦୦୦ମସିହାରେ ଆସିଥିବା ହେ ରାମ ସିନେମାରେ ଉଭୟଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଅନେକଙ୍କୁ ପସନ୍ଦ ଆସିଥିଲା।
ମଲ୍ଲିକା ଶେରାୱତ ଓ ହିମାଂଶୁ ମଲିକ
୨୦୦୩ରେ ଫିଲ୍ମ ଖ୍ୱାହିସରେ କେବଳ ବୋଲ୍ଡ ସିନ୍ ପାଇଁ ଚର୍ଚ୍ଚାରେ ଥିଲା। ମଲିକା ଓ ହିମାଂଶୁଙ୍କ ମଧ୍ୟରେ ପ୍ରାୟ ୧୭ଟି କିସ୍ ସିନ୍ ଦେଖିବାକୁ ମିଳିଥିଲା। ଗୋଟିଏ ଫିଲ୍ମରେ ଏତେ କିସ୍ ସିନ୍ ବଲିଉଡରେ ହଇଚଇ ମଚାଇ ଦେଇଥିଲା।