ପ୍ରେମ। ଏହି ଅଢ଼େଇ ଅକ୍ଷର ସମସ୍ତଙ୍କ ଜୀବନରେ ବେଶ ମହତ୍ତ୍ୱ ରଖିଥାଏ। କାହାକୁ, କେଉଁଠି ଓ କେତେବେଳେ ପ୍ରେମ ହୁଏ, ସେକଥା ବେଳେବେଳେ ଜଣା ବି ପଡ଼େନାହିଁ। କାହା ପ୍ରେମ ହାତ ପାହାନ୍ତାରେ ତ ଆଉ କିଏ ପ୍ରେମ ପାଇଁ ସାତ ସମୁଦ୍ର ପାର କରେ। ବଲିଉଡରେ ଏଭଳି କିଛି ଷ୍ଟାର ଅଛନ୍ତି ଯେଉଁମାନେ ବିଦେଶୀ ବୟଫ୍ରେଣ୍ଡଙ୍କୁ ଡେଟ୍ କରିଛନ୍ତି। ବହୁ ଦିନ ଲୁଚାଛପା ଲଭ ପରେ ସାତଜନ୍ମର ସାଥି ହୋଇଛନ୍ତି। ବି-ଟାଉନର ଏଭଳି କିଛି ଷ୍ଟାର୍।
ପ୍ରିୟଙ୍କା ଚୋପ୍ରାPriyanka-Chopra-Nickଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ନିଜର ଅନ୍ଦାଜ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ବିବାହକୁ ନେଇ ଗତବର୍ଷ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ମାଡାମ୍ ପିସି। ଦେଶୀ ଗର୍ଲ ସାଜିଥିଲେ ବିଦେଶୀ ବୋହୂ। କିନ୍ତୁ ବିବାହ କରିଥିଲେ ଭାରତରେ। ନିଜଠାରୁ ୧୦ବର୍ଷ ସାନ ବୟଫ୍ରେଣ୍ଡ ନିଜ ଜୋନ୍ସଙ୍କୁ ବିବହ କରିଥିଲେ। ରାଜସ୍ଥାନର ଉଦୟପୁରରେ ରାଜକୀୟ ଢଙ୍ଗରେ ବିବାହ ସମ୍ପନ୍ନ ହୋଇଥିଲା।
ସେଲିନା ଜେଟଲୀCelina-Jetlyନୋଏଣ୍ଟ୍ରି ପରି ଫିଲ୍ମରେ ଅଭିନୟ କରିଥିବା ସେଲିନା ୨୦୧୧ରେ ବିଦେଶୀ ବୋହୂ ହୋଇଗଲେ। ସେଲିନାଙ୍କ ସ୍ୱାମୀ ପିଟର ହଗ ଦୁବାଇର ଜଣେ ଶିଳ୍ପପତି। ଏକ ଭାରତୀୟ ବ୍ରାଣ୍ଡର ଲଞ୍ଚ ପାଇଁ ଦୁବାଇ ଯାଇଥିବା ବେଳେ ପିଟର ହଗଙ୍କ ସହ ଭେଟ ହୋଇଥିଲା। ପ୍ରଥମ ଦେଖାରେ ପ୍ରେମ ଓ ତାପରେ କଥା ଆଗକୁ ବଢ଼ିଥିଲା। ଏହି ପ୍ରେମ ପରେ ନେଇଥିଲା ବିବାହ ରୂପ। ପିଟର ହଗଙ୍କୁ ବିବାହ କରିବା ପରେ ସେଲିନା ଏବେ ବିଦେଶୀ ବୋହୂ ରାଣୀ।
ରାଧିକା ଆପଟେRadhika-Apteବିଭିନ୍ନ ୱେବ ସିରିଜ୍ ଓ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି ଅଭିନେତ୍ରୀ ରାଧିକା ଆପଟେ। ଦେଶୀ ଢଙ୍ଗରେ ତାଙ୍କୁ ପରଦା ଉପରେ ଦେଖିବାକୁ ମିଳୁଥିଲେ ମଧ୍ୟ ସେ ବିଦେଶୀ ବଧୂ। ୨୦୧୨ରେ ରାଧିକା ଡ୍ୟାନ୍ସ ଶିଖିବା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ମ୍ୟୁଜିସିଆନ୍ ବେନେଡିକ୍ଟ ଟେଲରଙ୍କ ପ୍ରେମରେ ପଡ଼ିଥିଲେ। ଲିଭ୍ ଇନରେ ରହୁଥିଲେ ଦୁହେଁ। ପରେ ବିବାହ କରିଥିଲେ।
ପ୍ରୀତି ଜିଣ୍ଟା Prity-Zintaଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ଏବେ ସେ ଫିଲ୍ମ ଦୁନିଆରୁ ଦୂରେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ବ୍ୟସ୍ତ। ବୀରଜାରା,ଦିଲ ଚାହତା ହୈ, କଲ ହୋ ନା ହୋ ଭଳି ସୁପରହିଟ୍ ଫିଲ୍ମରେ ହିରୋଇନ୍। ଏହି ଭାରତୀୟ ବିୟୁଟି କୁଇନ୍ ବି ବିଦେଶୀ ବୋହବ। ପ୍ରୀତି ଆମେରିକୀୟ ବିଜନେସମ୍ୟାନ ଜିନ୍ ଗୁଡଇନଫଙ୍କୁ ୨୦୧୬ରେ ବିବାହ କରିଥିଲେ।
ମାଧୁରୀ ଦୀକ୍ଷିତ Madhuri-@Husbandଧକ୍‌ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିଜ ହସ ପାଇଁ ସେ ଫ୍ୟାନଙ୍କ ହୃଦୟରେ ରହିଥାଆନ୍ତି। ସଞ୍ଜୟ ଦତ୍ତଙ୍କ ସହ ତାଙ୍କର ଆଫେୟାର୍ସ ସେତେବେଳେ ଭାରି ଚର୍ଚ୍ଚାରେ ଥିଲା। ୧୯୯୯ରେ ମାଧୁରୀ ଆମେରିକାର ଡକ୍ଟର ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ।