SAJID KHAN

ଜଣକ ପରେ ଜଣେ ମହିଳା ମୁହଁ ଖୋଲୁଛନ୍ତି। #MeToo ଚକ୍ରବ୍ୟୁହରେ ପୁରା ବଲିଉଡ୍। ଧୀରେ ଧୀରେ ଖୋଲୁଛି ବଡ ଷ୍ଟାରଙ୍କ ବଡ କେଳେଙ୍କାରୀ। ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଖୋଲିକରି କହୁଛନ୍ତି ବଲିଉଡ୍ ଅଭିନେତ୍ରୀ ଏବଂ ସେଲିବ୍ରିଟି । ଏବେ ବଲିଉଡ ନାମୀ ନିର୍ଦ୍ଦେଶକ ସାଜିଦ୍ ଖାଁଙ୍କ ବିରୋଧରେ ଆସିଛି ଯୌନ ଶୋଷଣର ଅଭିଯୋଗ। ଦେଶରେ #MeToo କ୍ୟାମ୍ପେନ ଜୋର ଧରିଥିଲା ବେଳେ 3ଜଣ ମହିଳା ସାଜିଦଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯାତନାର ଅଭିଯୋଗ। ମଡେଲ ତଥା ଆକ୍ଟ୍ରେସ ସଲୋନୀ ଚୌପ୍ରା ଅଭିଯୋଗ କରିଛନ୍ତି, ୨୦୧୧ମସିହାରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିଲା ବେଳେ, ସାଜିଦ ତାଙ୍କୁ ମାନସିକ ଏବଂ ଯୌନ ନିର୍ଯାତନା ଦେଉଥିଲେ। ମଧ୍ୟରାତ୍ରିରେ ଫୋନ କରିବା ସହ ବିକିନ ପିନ୍ଧା ଫଟୋ ପଠାଇବାକୁ ତାଙ୍କୁ ସାଜିଦ ଖାଁ ବାଧ୍ୟ କରୁଥିଲେ ବୋଲି ସଲୋନି ଚୋପ୍ରା ଅଭିଯୋଗ କରିଛନ୍ତି।
I finally decided to share my story with you. Writing this was like re-living all that horrible past I’d chosen to let go of, but I knew if I don’t today, I may never. So here’s #metoo #MetooIndia https://t.co/brouTYIBC7


ସେହିଭଳି ଫାଷ୍ଟ ପୋଷ୍ଟ ପାଇଁ ଲେଖୁଥିବା ଜର୍ଣାଲିଷ୍ଟ କରିଷ୍ମା ଉପାଧ୍ୟୟ ଅଭିଯୋଗ କରିଛନ୍ତି, ସାଜିଦ ଖାଁ ଜଣେ ଲମ୍ପଟ। ଇଣ୍ଟରଭିୟ୍ୟୁ ଦେବାକୁ ଡାକି ତାଙ୍କୁ ସାଜିଦ ଜୋର ଜବରଦସ୍ତ କିସ୍ କରିଥିଲେ।SAJID-&-NANA PATEKARନାନା ପାଟେକରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗୋଟିଏ ପରେ ଗୋଟିଏ ନାଁ ସାମିଲ୍ ହୋଇ ଚାଲିଛି। ବଲିଉଡର ସଂସ୍କାରୀ ବାପୁ ଆଲୋକ ନାଥ, ଲୋକପ୍ରିୟ କୈଲାଶ ଖେର, ସିନେମା କୁଇନର ନିର୍ଦ୍ଦେଶକ ବିକାଶ ବହଲ୍, ଚେତନ ଭଗତ ଆହୁରୀ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ବିରୋଧରେ ଆସୁଛି ଯୌନ ଶୋଷଣ ଅଭିଯୋଗ। ଏବେ ଏହି ତାଲିକାରେ ଚଢିଛି ଆଉ ଏକ ନାଁ। ସେ ହେଉଛନ୍ତି ଅନୁ ମଲ୍ଲିକ।
ସୋନାଙ୍କ #MeToo
ଅନୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସୋନା ମହାପାତ୍ର। ଟୁଇଟ କରି ଅନୁ ମଲ୍ଲିକଙ୍କୁ ଜଣେ ଅଭ୍ୟାସଗତ ଅପରାଧି କହିଛନ୍ତି ସୋନା। କୈଲାଶଙ୍କ ପରି ଅନୁ ମଧ୍ୟ ଜଣେ ଅପରାଧୀ ବୋଲି ଟୁଇଟରେ କହିଛନ୍ତି ସୋନା।ତେବେ ଅନୁ ମଲ୍ଲିକ୍ କେବେ ଏବଂ କେଉଁ ପ୍ରକାର ଅପରାଧୀ ତାହା କହି ନାହାଁନ୍ତି ସୋନା। ଅନ୍ୟପଟେ ସୋନାଙ୍କ ଅଭିଯୋଗର ଜବାବ ଦେଇ ଅନୁ ମଲ୍ଲିକ କହଛନ୍ତି, ମୁଁ କେବେ ସୋନାଙ୍କ ସହ କାମ ହିଁ କରିନି। ଏପରିକି ତାଙ୍କ ସହ କେବେ ସାକ୍ଷାତ ମଧ୍ୟ ହୋଇନି। ସେ କେବଳ ମତେ ଏହି ବିବାଦ ମଧ୍ୟକୁ ଟାଣିବାକୁ ଚାହୁଁଛନ୍ତି। ତେଣୁ ଏହି ମାମଲାରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନି।MONA-KAILASH-KHERଏହା ପୂର୍ବରୁ ସୋନା ମହାପାତ୍ର ସିଙ୍ଗର୍ କୈଲାଶ୍ ଖେରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଟୁଇଟ୍ କରି କହିଥିଲେ, ଏକ ପ୍ରୋଗ୍ରାମ୍ ପାଇଁ ଉଭୟ କୈଲାଶ୍ ଏବଂ ସୋନା ଯାଇଥିଲେ। ଆଉ ସେଠାରେ ସୋନାଙ୍କ ଜଙ୍ଘ ଉପରେ କୈଲାଶ ହାତ ରଖି କହିଥିଲେ ତୁମେ ବହୁତ ସୁନ୍ଦର। ଏହା ଖୁବ୍ ଭଲ ହେଲା ଯେ କୌଣସି ଅଭିନେତା ନୁହେଁ ବରଂ ଜଣେ ସଙ୍ଗୀତକାର ତୁମକୁ ପତ୍ନୀ ଭାବରେ ପାଇଛନ୍ତି।ସୋନା କହିଛନ୍ତି, କେତେ ଜଣ ମହିଳାଙ୍କୁ କ୍ଷମା ମାଗିବେ କୈଲାଶ୍ ? ଏଥିପାଇଁ ତାଙ୍କୁ ସାରା ଜୀବନ ସମୟ ଲାଗିଯିବ।