ନବୀନଙ୍କ ବାଟ ଓଗାଳିବ କି ବିଜେପିର ରୋଡମ୍ୟାପ:ରାଜ୍ୟରେ ବଢୁଛି କେନ୍ଦ୍ରମନ୍ତ୍ରୀଙ୍କ ଭିଡ

ଆଗାମୀ ୨୦୨୪ ନିର୍ବାଚନକୁ ଆଖିରେ ରଖି ବିରୋଧି ଦଳ ସକ୍ରିୟ ହେବାରେ ଲାଗିଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟୀ ଧିରେଧିରେ ଅଣ୍ଟା ସଳଖିବା ଆରମ୍ଭ କରିଛି। ୨୦୧୯ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିରୋଧି ଦଳର ମାନ୍ୟତା ପାଇଥିବା ଓଡ଼ିଶା ବିଜେପି ୨୦୨୪ ରେ ସରକାର ଗଢ଼ିବା ନେଇ କସରତ୍ ଆରମ୍ଭ କରିଛି। ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା ଉଦ୍ଧେଶ୍ୟରେ ରୋଡମ୍ୟାପ୍ କରୁଛି ବିଜେପି। ପୁରୀରେ ଏନେଇ ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିବା ଜିଲ୍ଲାର ସାଙ୍ଗଠନିକ କର୍ମୀ, ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଛନ୍ତି। ଏହା ସହିତ ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ରାଜନୀତିର ଭିନ୍ନ ଏକ ଦିଗକୁ ଇସାରା କରୁଛି।

ବିଜେପି ଫୋକସରେ ଓଡ଼ିଶା:ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼
ଧିରେଧିରେ ଓଡ଼ିଶାର ରାଜନୀତି ଉଷ୍ମ ହେଉଛି। କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଗସ୍ତରୁ ଏ ଘଟଣା ସ୍ପଷ୍ଟ ହେଉଛି ଯେ ଆଗକୁ ରାଜନୈତୀକ ବାତାବରଣ ତୀବ୍ର ହୋଇପାରେ। ଅର୍ଜୁନ ମୁଣ୍ଡା,ଧର୍ମେନ୍ଦ୍ର ପ୍ରଧାନ,ନିତ୍ୟାନନ୍ଦ ରାୟ,ଅଶ୍ୱୀନି ବୈଷ୍ଣବ,ବିଶ୍ୱେଶର ଟୁଡ଼ୁ,ଭୁପେନ୍ଦ୍ର ଯାଦବ ଆଦି ଅନେକ କେନ୍ଦ୍ରମନ୍ତ୍ରୀ ସ୍ୱଳ୍ପ ଦିନ ବ୍ୟବଧାନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାତ୍ରା କରି ସଙ୍ଗଠନ ଉପରେ ଗୁରୁତ୍ତ୍ୱ ଦେଉଛନ୍ତି। କେନ୍ଦ୍ରୀୟ ଯୋଜନାର ସଫଳ ରୁପାୟନର ପନ୍ଥା ସହିତ ସହିତ ରାଜ୍ୟ ଅବହେଳାର ଚିତ୍ରକୁ ମଧ୍ୟ ଟାର୍ଗେଟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ୨୦୨୪ ନିର୍ବାଚନରେ ଆକାଂକ୍ଷିତ ଫଳ ପାଇବାକୁ ବଳ କଶୁଛି ବିଜେପି। ଏପରିକି କେନ୍ଦ୍ରମନ୍ତ୍ରୀ ବିଶ୍ୱେସର ଟୁଡ଼ୁ ଇଡି ଚଢ଼ାଉର ଇସାରା ଦେଇଥିଲା ବେଳେ ନିତ୍ୟାନନ୍ଦ ରାୟ ପୁର୍ବ ନିର୍ବାଚନଠୁ ବିଜେପିର ସାଂସଦ ସଂଖ୍ୟା ଡବଲ ହେବ ବୋଲି ମତ ରଖିଛନ୍ତି। ଅନ୍ୟ ପାର୍ଶ୍ୱରେ କଂଗ୍ରେସ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ପରେ ପୁର୍ବ ଅପେକ୍ଷା ସକ୍ରିୟ ହୋଇଥିଲେ ସୁଦ୍ଧା ଆଶାଜନକ ପ୍ରୟାସ କରିବାର ନଜର ଆସୁନାହିଁ। ଦୀର୍ଘ ବର୍ଷ ଧରି ଗାଦିରେ ଥିବା ନବୀନଙ୍କ ଲୋକପ୍ରିୟତା ମଧ୍ୟ କିଛି କମ୍ ନୁହେଁ। ତେଣୁ ଏପରି ପରିସ୍ଥିତିରେ ବିରୋଧିଙ୍କ ରୋଡ଼ମ୍ୟାପ୍ ଦଳପାଇଁ କଣ ଫଳ ଆରିଦେଉଛି ତାହା ଦେଖିବା ବାକି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା
Connect With Us