ନଡ୍ଡାଙ୍କ ଗସ୍ତବେଳେ ନବୀନଙ୍କ ପାୱାର ଶୋ: ବିଜେପିକୁ ମାଇଲେଜ ନେବାକୁ ଦେବନି ବିଜେଡି

ରାଜ୍ୟ ସରକାରଙ୍କୁ ଚେକ୍ ଦବାକୁ ବିଜେପି ଭିନ୍ନ ପନ୍ଥା ଆପଣେଇଛି। ବାରମ୍ବାର କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଭୋଟରଙ୍କୁ କେନ୍ଦ୍ରୀୟ ଯୋଜନା ସହ ଅବଗତ କରିବା ସହିତ ଲୋକସମ୍ପର୍କର ଡ଼ୋରୀ ମଜବୁତ୍ କରୁଛନ୍ତି। ଏହି କ୍ରମରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଜେ.ପି ନଡ୍ଡା। ୨୯ ଓ ୩୦ ରେ ନଡ୍ଡା ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ଗସ୍ତକୁ ଆଖିରେ ରଖି ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଆସିବେ ବୋଲି ଆଗରୁ ପ୍ଲାନିଂ ଥିଲା। ସେହି ଅନୁସାରେ ବିଜେପି ବହୁ ଦିନ ଆଗରୁ ପ୍ଲାନିଂ କରୁଥିଲା। ମାତ୍ର ତରବରିଆ ଭାବେ ବିଜେଡି କାଉଣ୍ଟର ପ୍ଲାନିଂ କରିଛି। ବିଜେପି ଜନତା ମୈଦାନରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରିବାକୁ ସ୍ଥିର କରିଛି। ଏହାକୁ କାଉଣ୍ଟର କରି ବିଜେଡି ପ୍ରତିନିଧି ସମ୍ମିଳନୀର ଆୟୋଜନ କରୁଛି।

ନବୀନ ବନାମ ନଡ୍ଡା,ମାଇଲେଜ୍ ରେସରେ କିଏ ଆଗରେ?
ମାଇଲେଜ୍ ରେସରେ ଉଭୟ ନବୀନ ଓ ନଡ୍ହା। ବିଜେପିକୁ ମାଇଲେଜ ନେବାକୁ ନ ଦେବା ଉଦ୍ଦେଶ୍ୟରେ ବିଜେଡି କାଉଣ୍ଟର ପ୍ଲାନିଂ କରିଛି। ନଡ୍ଡାଙ୍କ ଗସ୍ତବେଳେ ବିଜେଡି କାଉଣ୍ଟର କାର୍ଯ୍ୟକ୍ରମ କରିବ। ନଡ୍ଡାଙ୍କ ଗସ୍ତ ସମୟ ୨୯ ଓ ୩୦ ରେ ବିଜେଡି ପାଓ୍ବାର ସୋ କରିବ ବୋଲି ଚର୍ଚ୍ଚା ହେଉଛି। ୨୯ରେ ଦେଖିବାକୁ ମିଳିବ ନଡ୍ଡା ବନାମ ନବୀନ। ଉଭୟ ଦଳ ବର୍ତ୍ତମାନ ପ୍ରତିଯୋଗିତା ମୂଳକ ଭାବରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜେପି ନଡ୍ଡାଙ୍କ ଦୁଇ ଦିନ ବ୍ୟାପି କାର୍ଯ୍ୟକ୍ରମକୁ ନେଇ ବିଜେପିର ରାଷ୍ଟ୍ରୀୟ ନେତା ଏବଂ ପ୍ରଭାରୀ ବହୁତ ଦିନ ଧରି ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ବିଜେଡି ମଧ୍ୟ ଏହାରି ମଧ୍ୟରେ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୯ତାରିଖରେ ଛାତ୍ର ଯୁବ ଓ ମହିଳା ସଂଗଠନ ପକ୍ଷରୁ ପ୍ରତିନିଧି ସମ୍ମିଳନୀ ଆୟୋଜନ ପାଇଁ ବିଜେଡି ପ୍ରସ୍ତୁତ ହେଉଛି। ୩୦ ତାରିଖରେ ବି ବିଜେଡି ପଞ୍ଚାୟତ ଓ ପୌର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ବୈଠକ କରିବ ବୋଲି ଜଣା ପଡିଛି। ସବୁବେଳେ ବିଜେପି ବିଜେଡି ମଧ୍ୟରେ ମଧୁର ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲା ବେଳେ ଏ ଚର୍ଚ୍ଚାରୁ ନଜର ହଟେଇବାକୁ ବିଜେଡି ଏଭଳି କରିଥାଇପାରେ ବୋଲି ରାଜନୈତୀକ ବିଶେଷଜ୍ଞଙ୍କ ମତ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us