୧୪୫ ଦିନ ବାକି ଅଛି … କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରିଛି। ଏହି ଚିତ୍ରଟି ଏକ ଖାକି ରଙ୍ଗର ଅଧା ପ୍ୟାଣ୍ଟ, ଯାହା ଗୋଟିଏ ପାର୍ଶ୍ୱରୁ ଜଳୁଛି ଓ ଏହି ଫଟୋ ତଳେ ଲେଖା ହୋଇଛି, ୧୪୫ ଦିନ ବାକି ଅଛି। କଂଗ୍ରେସ ଏହି ଛବି ସହିତ ଏକ କ୍ୟାପସନ ମଧ୍ୟ ରଖିଛି ଏବଂ ଏଥିରେ ଲେଖା ଅଛି, ‘ଆମେ ଦେଶକୁ ଘୃଣାଭାବରୁ ମୁକ୍ତ କରିବା ଏବଂ ବିଜେପି-ଆରଏସଏସ ଦ୍ୱାରା ହୋଇଥିବା କ୍ଷତିର କ୍ଷତିପୂରଣ ଦେବା ପାଇଁ ଆମର ଲକ୍ଷ୍ୟ ହାସଲ କରିବୁ।କଂଗ୍ରେସର ଏହି ଟ୍ୱିଟରେ ବିବାଦ ଆରମ୍ଭ ହୋଇଛି।RSS ର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଯେ କଂଗ୍ରେସ ଲୋକଙ୍କୁ ଘୃଣା ସହିତ ଯୋଡିବାକୁ ଚାହୁଁଛି। ସମ୍ବିତ୍ ପାତ୍ର ମଧ୍ୟ ଏନେଇ ତାଙ୍କର ମତ ରଖିଛନ୍ତି।ସେ କହିଛନ୍ତି ଏହା କଂଗ୍ରେସର ଭାରତ ଯୋଡୋ ନୁହେଁ ବରଂ ଭାରତ ତୋଡୋ ଯାତ୍ରା । ଏହିଭଳି ଭାବେ କଂଗ୍ରେସ ଦେଶରେ ହିଂସାକାଣ୍ଡ କରିବାକୁ ପ୍ରବର୍ତ୍ତାଉଛି।
ପୋଷାକରେ ବି ରାଜନୀତି: କଂଗ୍ରେସର ଟି ସାର୍ଟକୁ ବିଜେପିର ପ୍ୟାଣ୍ଟ
କଂଗ୍ରେସ ପଦଯାତ୍ରାକୁ ନେଇ ଦେଶର ରାଜନୀତି ସରଗରମ ହେବାରେ ଲାଗିଛି। ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଉଥିବା ବେଳେ ଏହାକୁ ବିଜେପି କାଟାକ୍ଷ କରିଛି। ରାହୁଲଙ୍କ ଯାତ୍ରାକୁ ନେଇ ପ୍ରତିଦିନ ବିଜେପିର ବିଭିନ୍ନ ନେତା ବିଭିନ୍ନ ପ୍ରକାର ମନ୍ତବ୍ୟ ରଖୁଛନ୍ତି। ଉଭୟ ଦଳ ମଧ୍ୟରେ ରାଜନୈତୀକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଦେଶରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ପୋଷାକ ରାଜନୀତି। ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ ଏବଂ ଜୋତାକୁ ନେଇ ପୁର୍ବରୁ ବିବାଦ ଉଠିସାରିଥିଲା। ରାହୁଲ ପିନ୍ଧିଥିବା ଟି-ସାର୍ଟର ମୂଲ୍ୟ ପ୍ରାୟ ୪୧ ହଜାର ଟଙ୍କା ବୋଲି ଦାବୀ କରି କଂଗ୍ରେସର ମୁଦ୍ରାସ୍ଫୀତିକୁ ବିରୋଧ ଯାତ୍ରାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।କଂଗ୍ରେସର ଟି ସାର୍ଟକୁ ନେଇ ବିଜେପି ମନ୍ତବ୍ୟ ରଖିବା ସହ ବିଜେପି ବା RSSର ହାଫ୍ ପ୍ୟାଣ୍ଟକୁ ନେଇ କଂଗ୍ରେସ ମଧ୍ୟ ତାତ୍ସଲ୍ୟ କରିଛି।
ବିଜେପି କଂଗ୍ରେସ ମୁହାଁମୁହିଁ
ଭାରତ ଯୋଡ଼ ଯାତ୍ରାକୁ ନେଇ ରେ କଂଗ୍ରେସ ଓ ବିଜେପି ମୁଁହା ମୁଁହି ହୋଇଛନ୍ତି। କଂଗ୍ରେସ କରିଥିବା ଟ୍ୱିଟରେ ଏକ ଫଟୋକୁ ନେଇ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରିଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପୂର୍ବରୁ ପିନ୍ଧୁଥିବା ପ୍ୟାଣ୍ଟର ଫୋଟୋକୁ ନେଇ କଂଗ୍ରେସ ହିଂସା ଉସ୍କାଉଥିବାର ପ୍ରୟାସ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ହାଫ ପ୍ୟାଣ୍ଟରେ ନିଆଁ ଲାଗି ଧୂଁଆ ବାହାରୁଥିବାର ଏକ ଫୋଟୋ କଂଗ୍ରେସ ଟ୍ୱିଟ କରିଛି । ଭାରତ ଯୋଡ଼ ଯାତ୍ରା ଏବେ କେରଳ ଦେଇ ଗତି କରୁଛି। କେରଳରେ ବିଜେପି ବନାମ ବିରୋଧୀ ଦଳ ଲଢେଇ ଜାରି ରହିଛି। କେରଳରେ ଆରଏସଏସ ର ସ୍ୱୟଂ ସେବକ ମାନେ ଅତୀତରେ ବହୁ ହିଂସାର ଶିକାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଆଉ ଏଭଳି ଫୋଟୋ ଜାରି କରି କଂଗ୍ରେସ ପୁଣି ଥରେ ହିଂସା ଉସ୍କାଇବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି। ବିଜେପି ଅଭିଯୋଗର ପ୍ରତିକ୍ରିୟା ରଖିଛି କଂଗ୍ରେସ। ବିଜେପି ସତକଥା ହଜମ କରିପାରୁନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।