କାହିଁକି ଅବିବାହିତ ରହିଗଲେ ରତନ ଟାଟା

ରତନ ଟାଟା ଭାରତର ଏକ ବହୁ ଚର୍ଚ୍ଚିତ ଚେହେରା । ଭାରତର ପ୍ରତିଷ୍ଡିତ ଉଦ୍ୟୋଗପତିଙ୍କ ଗହଳିରେ ସେ ଏକ ଗହୀରିଆ ବ୍ୟକ୍ତିତ୍ୱ। ଜଣେ ସଫଳ ବ୍ୟବସାୟୀ ହିସାବରେ ତାଙ୍କର ସଫଳତା ସୁଦୁରପ୍ରସାରୀ। ମାନବିକତାର ମହାନାୟକ,ଉଦାରତାର ଓଦା ଉଦାହରଣ,ମହାନୀୟତାର ମହାନ ଚେହେରା ଭାବେ ତାଙ୍କ ସ୍ଥାନ ସବୁବେଳେ ସ୍ୱତନ୍ତ୍ର। ମାତ୍ର ସବୁଥିରେ ଅମାପ ସଫଳତା ହାସଲ କରିଥିବା ରତନ ଟାଟା କାହିଁକି ଅବିବାହିତ ରହିଗଲେ ଏ ପ୍ରଶ୍ନ ଏବେ ବି ଅନେକଙ୍କ ମନରେ ଉଙ୍କି ମାରେ।

ପରଦା ଢ଼ଙ୍କା ରତନ ଟାଟାଙ୍କ ପ୍ରେମ
ରତନ ଟାଟା ବାହା ନହେବା ପଛର ଏକମାତ୍ର କାରଣ ଥିଲା ନିଚ୍ଛକ ପ୍ରେମ। ଯାହା ଅନେକ ସମୟ ପର୍ଯ୍ୟନ୍ତ ପରଦା ଢ଼ଙ୍କା ହୋଇ ରହିଥିଲା। ବ୍ୟବସାୟରେ ଅମାପ ସଫଳତା ହାସଲ କରି ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ରତନ ପ୍ରେମରେ ସଫଳ ହୋଇପାରିନଥିଲେ। ନିଜ ମନରେ ସାଇତା ପ୍ରେମକୁ ସମାଧୀ ଦେଇନପାରି ସାରା ଜୀବନ ସେ ଅବିବାହିତ ହେବାର ନିଷ୍ପତ୍ତି ନେଇଥିଲେ। ଯାହା ତାଙ୍କୁ ଆଜିକା ସମୟରେ ଅବିବାହିତ ଉଦ୍ୟୋଗପତିର ପରିଚୟ ଦେଇଛି।

ଯୁଦ୍ଧରେ ବଳି ପଡିଯାଇଥିବା ରତନଟାଟାଙ୍କ ପ୍ରେମ
ସବୁ ପ୍ରେମ ସିନ୍ଦୂରରେ ଶେଷ ସନ୍ତକ ଆଙ୍କେନି, ସବୁ ପ୍ରେମ ବେଦୀର ହୋମନିଆଁରେ ସ୍ୱୀକୃତି ପାଏନି ।କିଛି ପ୍ରେମ ଅବଶୋସ ସାଜି ନୀରବରେ ଗୁମୁରୀବା ପାଇଁ ପୁଳାଏ କାରଣ ଅର୍ପି ଦେଇଯାଏ। ରତନ ଙ୍କ ଜୀବନରେ ଠିକ୍ ସେମିତି ହିଁ ଘଟିଥିଲା। ୧୯୬୨ ର ଇଣ୍ଡୋଚାଇନା ଯୁଦ୍ଧ ତାଙ୍କ ପ୍ରେମକୁ ପ୍ରତାରଣାର ନାଁ ଦେଇଥିଲା। ଶେଷରେ ଯୁଦ୍ଧକାଳିନ ଭିତ୍ତିରେ ବଳି ପଡିଯାଇଥିଲା ରତନଙ୍କ ପ୍ରେମକାହାଣୀ।

ରତନ ଆମାରୀକାରେ ଥିଲାବେଳେ ଲସ୍ ଆଞ୍ଜେଲ୍ସ ସହରରେ ଏକ ଝିଅକୁ ଭଲପାଇ ବସିଥିଲେ। ତାଙ୍କର ପ୍ରେମ ଏତେ ନିବିଡ ଥିଲା ଯେ ସେ ବାହାହେବାର ନିଷ୍ବତ୍ତି ମଧ୍ୟ ନେଇଥିଲେ। ମାତ୍ର ଗୋଟାଏ ଫୋନକଲରେ ସବୁକିଛି ଚୁରମାର ହୋଇଗଲା। ତାଙ୍କ ଜେଜେମାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ହେତୁ ସେ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପ୍ରେମିକା ଭାରତ ଆସିବାକୁ ରାଜି ଥିଲେ ସୁଦ୍ଧା ଇଣ୍ଡୋ ଚାଇନା ଯୁଦ୍ଧ ପାଇଁ ପରିବାର ଲୋକଙ୍କ ବାରଣ ହେତୁ ସେ ଆସିପାରିନଥିଲେ। ରତନ ବହୁଦିନ ଅବିବାହିତ ରହିଲା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ପ୍ରେମିକା ଅନ୍ୟ କାହାକୁ ବିବାହ କରିସାରିଛନ୍ତି। ପ୍ରେମିକାର ବିବାହ ପରେ ତାଙ୍କ ଲଭ୍ ଚାପ୍ଟରରେ ଡୋରୀ ବନ୍ଧା ହେବା ସହ ସେ ସାରାଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା ଚିନୁ
Connect With Us