ଗୋଟାଏ ମଞ୍ଚରେ ଏକାଠି ହୋଇଛନ୍ତି କେ. ଚନ୍ଦଶେଖର ରାଓ ଓ ଅରବିନ୍ଦ କେଜେରିୱାଲ। ଆଗାମୀ  ନିର୍ବାଚନ ପାଇଁ ଏହା ଭିନ୍ନ କିଛି ଇସାରା ଦେଉଛି। ୨୦୨୪ ରେ କେସିଆର ଓ କେଜରିୱାଲ ମିଶିକି କେଉଁ କାର୍ଡ ଖେଳିବେ ତାକୁ ନେଇ ମଧ୍ୟ  ଚର୍ଚ୍ଚା ଚାଲିଛି। ଆଗାମି ନିର୍ବାଚନକୁ ନେଇ ଅଙ୍କକଶା ଚାଲିଥିଲା ବେଳେ ତେଲେଙ୍ଗାନାରୁ ବାହାରି ଦେଶବ୍ୟାପୀ ପତିଆରା ବଢାଇବାକୁ KCR ବିଶାଳ ରାଲି କରିଛନ୍ତି। ତେବେ ଏହି ରାଲିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ,ସମାଜବାଦୀ ନେତା ଅଖିଲେଶ ୟାଦବ ପ୍ରମୁଖ ଯୋଗ ଦେଇଛନ୍ତି।

KCR କେଜରିୱାଲଙ୍କ ଭରସା ଅସନ୍ତୁଷ୍ଟ ନେତା
KCR କେଜରିୱାଲଙ୍କ ଯୁଗଳବନ୍ଦୀ ଆଗାମୀ ନିର୍ବାଚନରେ କିଛି ପ୍ରଭାବ ପକାଉ କି ନ ପକାଉ ବିଭିନ୍ନ ରାଜ୍ୟରେ କିନ୍ତୁ ସଂଗଠନ ସଜାଡ଼ିବାର ଚେଷ୍ଠା ଜାରୀ ରଖିପାରେ ବୋଲି ଅନୁମାନ କରାଯାଉଛି। ତେଣୁ ସ୍ୱାଭାବିକ ଭାବେ ଓଡ଼ିଶାରେ ମଧ୍ୟ କିଛି ଅସନ୍ତୁଷ୍ଟ ନେତାଙ୍କୁ ନୂଆ ଦଳରେ ଯୋଗ ଦେବାକୁ ସୁଯୋଗ ମିଳିବ। କିଛି ପୁରୁଖା ନେତାଙ୍କୁ ନେଇ ରାଜ୍ୟରେ ପାଦ ପକାଇବାକୁ ତେଲେଙ୍ଗାନାର BSR ଏବଂ ଦିଲ୍ଲୀର APP ପ୍ରୟାସ କରୁଥିବା ସୂଚନା ରହିଛି। ଆଗାମୀ ଦିନରେ ଉଭୟ ଏକାଠି ରହିବେ ବୋଲି ଆଭାସ ମିଳିଛି। ଉଭୟ ଦଳର ନଜର ଓଡ଼ିଶା ଉପରେ ରହିଛି। ଆମ୍ ଆଦମୀ ପାର୍ଟି ଓଡ଼ିଶାରେ ସେତେଟା ସକ୍ରିୟ ନ ରହିଲେ ମଧ୍ୟ କିଛି ମାତ୍ରାରେ ସମର୍ଥକ ଅଛନ୍ତି। କିନ୍ତୁ ବିଆରଏସ ଏବେ ରାଜ୍ୟର କିଛି ପୁରୁଖା ନେତାଙ୍କୁ ଆଣି ଦଳ ଆରମ୍ଭ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

EX CM ହେବେ କି KCR ଙ୍କ ଓଡ଼ିଶା ଫେସ୍ ?
ପୂର୍ବରୁ ଗିରିଧର ଗମାଙ୍ଗ ଏବଂ ଜୟରାମ ପାଙ୍ଗୀଙ୍କ KCRଙ୍କ ସହ ସାକ୍ଷାତ ହୋଇଛି।କଂଗ୍ରେସ ଛାଡି କୈଳାଶ ମୁଖୀ BSRରେ ସାମିଲ ମଧ୍ୟ ହୋଇସାରିଛନ୍ତି। କନ୍ଧମାଳ କଂଗ୍ରେସର ଏହି ନେତା ଏବେ BSR ରେ ସାମିଲ ହେବା ପରେ ଅନ୍ୟ କେଉଁମାନେ ଯୋଗ ଦେବେ ତାହା ଚର୍ଚାର ବିଷୟ। EX CM ଗିରିଧର ଗମାଙ୍ଗ ବିଜେପିରେ ମିଶିଥିଲେ ସୁଦ୍ଧା ଏତେଟା ସକ୍ରିୟ ନାହାନ୍ତି। କୌଣଷି ରାଜନୈତିକ କାର୍ଟ୍ୟକ୍ରମରେ ତାଙ୍କର ସକ୍ରିୟ ଯୋଗଦାନ ଦେଖିବାକୁ ମିଳୁନି। କେ. ଚନ୍ଦଶେଖର ରାଓଙ୍କ ସହିତ ତାଙ୍କର ପୁରୁଣା ସମ୍ପର୍କ ଥିଲାବେଳେ ଉଭୟଙ୍କ ସାକ୍ଷାତ ଚର୍ଚ୍ଚାକୁ KCR ମୁହାଁ କରାଇଛି। ଯଦି ଅନୁମାନ ସତ ହୁଏ ତେବେ ଗମାଙ୍ଗ ହୁଏତ ଓଡ଼ିଶାରୁ KCR ଗୋଷ୍ଠୀର ମଙ୍ଗ ଧରି ପାରନ୍ତି।

KCRଙ୍କ ଭରସା ତେଲୁଗୁ ଭୋଟର
କେସିଆଙ୍କ ପ୍ରମୁଖ ଟାର୍ଗେଟ ରହିଛି ଦକ୍ଷିଣ ଓଡ଼ିଶାରେ ଥିବା ସାଢେ ୩୦ ଲକ୍ଷ ତେଲେଗୁ ଭୋଟର। ଯେଉଁମାନଙ୍କ ଭୋଟ୍ ହାତେଇ କେସିଆର ଓଡ଼ିଶା ରାଜନୀତିରେ ଦଳର ଗୋଲାପୀ ପତାକା ଉଡାଇବାକୁ ପ୍ରୟାସ କରୁଛନ୍ତି। ତେବେ ଏହା ବ୍ୟତିତ ରାଜ୍ୟ ରାଜନୀତିରେ କିଛି ଅଲୋଡ଼ା ନେତାଙ୍କୁ ଅସ୍ତ୍ର କରି ଉଭୟ ୨୦୨୪ର ଯୁଦ୍ଧ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା