Richardson

ଟି-ଟ୍ୱେଣ୍ଟି ଆସିବା ପରେ କ୍ରିକେଟ ଦୁନିଆ ବଦଳିଗଲା।ଫଟାଫଟ ଫର୍ମାଟ ବି ଗ୍ରହଣୀୟ ହେଲା। ଓ୍ୱାନଡେ ଖେଳିବା ଶୈଳୀରେ ପରିବର୍ତ୍ତନ ଆସିଛି। ନୂଆ ନିୟମ ଯୋଗୁ ବ୍ୟାଟିଂ ଅଧିକ ସହଜ ହୋଇଛି। ନହେଲେ ଗତ ୮ବର୍ଷ ଭିତରେ ଓ୍ୱାନଡେ ମ୍ୟାଚରେ ଟି ଦ୍ୱିଶତକ ହୋଇ ନଥାଆନ୍ତା।ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୬୪ରନ୍ ରହିଛି ରୋହିତ ଶର୍ମାଙ୍କ ନାଁରେ।କିନ୍ତୁ ଏକଦା ୨୬୪ ରନ୍ କରୁଥିବା ଟିମ୍ ନିଶ୍ଚିତ ବିଜୟୀ ହେଉଥିଲା। ହେଲେ ଏବେ ବ୍ୟାଟ୍ସମ୍ୟାନ୍ ବିସ୍ଫୋରକ ଇନିଂସ ଖେଳୁଛନ୍ତି,କିନ୍ତୁ ଓ୍ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଭିଭିଆନ୍ ରିଚାର୍ଡସଙ୍କ ବିସ୍ଫୋରକ ଇନିଂସ ଆଜି ବି ମନେ ରହିଛି। Viv-Richardson୧୯୮୪ ମସିହା, ମାର୍ଚ୍ଚ ୩୧।ସେଦିନ କ୍ରିକେଟ ଦୁନିଆକୁ ଚମକେଇ ଦେଇଥିଲେ ରିଚାର୍ଡସ।ଇଂଲଣ୍ଡ ଗସ୍ତରେ ଥିବା ଓ୍ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟ ସାମନା କରିଥିଲା। ମାତ୍ର ଶହେ ରନରେ ୭ଟି ଓ୍ୱିକେଟ ଝଡ଼ି ଯାଇଥିଲା।ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବ ରିଚାର୍ଡସ୍ କ୍ରିଜରେ ତିଷ୍ଠି ରହିଥିଲେ।୧୬୬ ରନରେ ଦଳ ହରାଇଥିଲା ୯ଟି ଓ୍ୱିକେଟ। ରିଚାର୍ଡସଙ୍କୁ ସାଥ ଦେଇଥିଲେ ମାଇକେଲ୍ ହୋଲଡିଂ।ସଂକଟ ବେଳେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିଲେ ରିଚାର୍ଡସ। ଚିନ୍ତା କରିଥିଲେ,ତାଙ୍କୁ ହିଁ ସବୁ କରିବାକୁ ହେବ।

୧୭୦ବଲ୍, ଅପରାଜିତ ୧୮୯ ରନ୍
ଗର୍ଜିଥିଲା ରିଚାର୍ଡସଙ୍କ ବ୍ୟାଟ୍।ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର ଆରମ୍ଭ କରିଥିଲେ। ମାରି ଚାଲିଲେ ହାତଖୋଲା ସର୍ଟ। ସେତେବେଳେ ଗୋଟିଏ ଓଭରରେ ୬ ରନ୍ କରିବା ମୁସ୍କିଲ୍ ହେଉଥିଲା।କିନ୍ତୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ରିଚାର୍ଡସ୍। ୨୧ଚୌକା ୫ଟି ଛକା ମାରିଥିଲେ।୧୭୦ବଲ ଖେଳି ପିଟିଥିଲେ ୧୮୯ ରନ୍। ସେ ଜମାନାରେ ଏମିତି ବିସ୍ଫୋରକ ବ୍ୟାଟିଂ ଆଗରୁ କେହି କରିନଥିଲେ। ହୋଲଡିଂଙ୍କ ସହ ଶେଷ ଯାଏଁ ନଟ୍ ଆଉଟ୍ ଥିଲେ ରିଚାର୍ଡସ।ଦୁହେଁ ନବମ ଓ୍ୱିକେଟରେ ୧୦୬ରନ୍ ପାର୍ଟନରସିପ୍ କରିଥିଲେ।ଏଥିରେ ହୋଲଡିଂଙ୍କ ଯୋଗଦାନ ଥିଲା ମାତ୍ର ୧୨ରନ୍। ଶେଷ ଓ୍ୱିକେଟରେ ସର୍ବାଧିକ ପାର୍ଟନରସିପ୍ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରେକର୍ଡ ହୋଇ ରହିଛି। ରେକର୍ଡ ପାଖାପାଖି ପହଞ୍ଚିଥିଲେ ପାକିସ୍ତାନ କ୍ରିକେଟର ମହମ୍ମଦ ଆମୀର-ସୟିଦ ଅଜମଲ ଯୋଡ଼ି(୧୦୩ ରନ୍ ପାର୍ଟନରସିପ୍ କରିଥିଲେ)। ରିଚାର୍ଡସଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ସେହି ମ୍ୟାଚରେ ଇଂଲଣ୍ଡ ୧୦୪ ରନରେ ହାରିଥିଲା।

Richardson-Holder-Garner
ଓ୍ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ହୋଲଡିଂ-ରିଚାର୍ଡସ-ଗାର୍ଣ୍ଣର

ସେହଓ୍ୱାଗ-ସଚିନ ରିଚାର୍ଡସଙ୍କ ଫ୍ୟାନ୍
ରିଚାର୍ଡସ କରିଥିବା ୧୮୯ରନ୍ ୧୩ବର୍ଷ ପର୍ଯ୍ୟନ୍ତ ଅତୁଟ ରହିଥିଲା।୧୯୯୭ରେ ପାକିସ୍ତାନର ସୟିଦ ଅନଓ୍ୱାର ଏହି ରେକର୍ଡକୁ ଭାଙ୍ଗିଥିଲେ। ବର୍ତ୍ତମାନ ଦିନିକିଆରେ ଦ୍ୱିଶତ ମାରିଲେଣି ବ୍ୟାଟ୍ସମ୍ୟାନ୍,କିନ୍ତୁ କ୍ରିକେଟ ପଣ୍ଡିତ ଏବେ ବି କହୁଛନ୍ତି
,ରିଚାର୍ଡସଙ୍କ ଶତକୀୟ ଇନିଂସ ଆଜି ବି ଅଭୁଲା। ସବୁଠୁ ବିସ୍ଫୋରକ ଇନିଂସ ଭାବରେ ପରିଗଣିତ କରୁଛନ୍ତି।

Sachin-Sehwag-and-Richardson'
ରିଚାର୍ଡସ-ସଚିନ-ସେହ୍ୱାଗ-ଯୁବରାଜ