ମିଛ କହୁଛି କିଏ!

ଭାରତୀୟ କ୍ରିକେଟରେ ଟିମ୍ ଇଣ୍ଡିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। କୋହଲି ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ୍ ଖେଳିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଥିଲା ବେଳେ କୋହଲି କହିଛନ୍ତି ଯେ ସେ ଏ ସମ୍ବନ୍ଧରେ ବୋର୍ଡକୁ କିଛି ବି କହିନାହାନ୍ତି।ରବିବାର ଗାଙ୍ଗୁଲି ଏକ ବିବୃତ୍ତି ଜାରି କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ କୋହଲିଙ୍କ ସହ କଥା ହୋଇଥିଲେ ଏବଂ ଚିଫ୍ ସିଲେକ୍ଟର ମଧ୍ୟ ତାଙ୍କ ସହ କଥା ହୋଇଥିଲେ।ଏବେ କୋହଲି କହିଛନ୍ତି ଯେ ଏମିତି କିଛି ବି ହୋଇନାହିଁ। ଅର୍ଥାତ୍ ଗାଙ୍ଗୁଲି କି ସିଲେକ୍ଟର ତାଙ୍କ ସହ କୌଣସି ଆଲୋଚନା କରିନାହାନ୍ତି।
କୋହଲି ଦିନିକିଆ କ୍ୟାପଟେନରୁ ହଟାଯିବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭାରତୀୟ କ୍ରିକେଟରେ ବଡ଼ ବିସ୍ଫୋରଣ କରିଛି ସେ ପ୍ରେସ୍ କନଫରେନ୍ସରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଯିବା ନେଇ ବିସିସିଆଇ ତରଫରୁ କୌଣସି ସୁଚନା ଦିଆଯାଇନଥିଲା।କିନ୍ତୁ ସୌରଭ ଗାଙ୍ଗୁଲି ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଏହି ମାମଲାରେ କୋହଲିଙ୍କ ସହ ଆଲୋଚନା ହୋଇଥିଲା। ଏବେ ପ୍ରଶ୍ନ ଉଠୁଛି ଯେ ବାସ୍ତବରେ କିଏ ସତ କରୁଛି।ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ମନ୍ତବ୍ୟ ଆସିବା ପରେ ଏସବୁ ବିବାଦ ଉପରୁ ପର୍ଦ୍ଦା ହଟିବ।
Connect With Us