Messi and Maradona

ମହାନ୍ ଫୁଲବଲ ତାରକା ଲିଓନେଲ୍ ମେସୀ । ଆର୍ଜେଣ୍ଟିନା ଦଳକୁ ଲିଡ୍ କରିବାର ଦକ୍ଷତା କ’ଣ ତାଙ୍କ ପାଖରେ ନାହିଁ ? ତାଙ୍କୁ କ’ଣ ଫୁଟବଲର ଗଡ୍ କୁହାଯିବନି ? ଏସବୁ ପ୍ରଶ୍ନର ସିଧାସିଧା ଉତ୍ତର ରଖିଛନ୍ତି ଫୁଲବଲ୍ କିମ୍ବଦନ୍ତୀ ତଥା ଆର୍ଜେଣ୍ଟିନାର ପୂର୍ବତନ ତାରକା ଡିଆଗୋ ମାରାଡୋନା । ଚାଞ୍ଚଲ୍ୟକର ଓ ହଟଚମଟ କଲା ଭଳି ମନ୍ତବ୍ୟ ଦେଇଛନ୍ତି । ମାରାଡୋନାଙ୍କ ଉତ୍ତର, ଲିଓନେଲ୍ ମେସୀଙ୍କୁ ଫୁଟବଲର ଭଗବାନ ବୋଲି କୁହାଯାଇ ପାରିବ ନାହିଁ । ସେ କହିଛନ୍ତି, ବାର୍ସିଲୋନା କ୍ଲବ ପାଇଁ ଖେଳିବା ବେଳେ ମୈଦାନରେ ଅସଲ ମେସୀଙ୍କ ଚମକ ଦେଖିବାକୁ ମିଳେ । ମେସୀ ଯାଦୁ ଚାଲେ, ଆଟାକିଂ ଗେମ୍ ବି ଖେଳନ୍ତି । ଆଉ ଆର୍ଜେଣ୍ଟିନା ଜାତୀୟ ଟିମରେ ଖେଳୁଥିବା ମେସୀ, ମେସୀ ନୁହନ୍ତି । ଭିନ୍ନ ଜଣେ ଫୁଟବଲ୍ ତାରକା ଭଳି ଖେଳନ୍ତି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ତୁଳନାତ୍ମକ ଚିତ୍ର ରଖିଛନ୍ତି କିମ୍ବଦନ୍ତୀ ମାରାଡୋନା । ସେ କହିଛନ୍ତି, ଲିଓନେଲ୍ ମେସୀ ଜଣେ ଭଲ ଫୁଟବଲ୍ ଖେଳାଳି । କିନ୍ତୁ ଜଣେ ଭଲ ଲିଡର୍ ନୁହନ୍ତି । ମେସୀ ଏମିତି ଜଣେ ଲିଡର୍, ଯିଏ ମ୍ୟାଚ୍ ଆଗରୁ ୨୦ଥର ଟଏଲଟ୍ ଯାଆନ୍ତି । ତାଙ୍କୁ ମଙ୍ଗୁଆଳ କରାଇବା ଫାଲତୁ ବୋଲି ମତ ରଖିଛନ୍ତି ମାରାଡୋନା । Lionel-Messiଏମତି ବି କୁଆଡେ ହୋଇଛି, କୌଣସି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ମେସୀ ବହୁବାର ବାନ୍ତି ବି କରି ପକାନ୍ତି । ଏହାକୁ ମ୍ୟାଚ୍ ବେଳେ ମେସୀଙ୍କର ନର୍ଭସ ବ୍ରେକଡାଉନ୍ ବୋଲି ଯାଉଛି । ଅର୍ଥାତ୍ ଦଳକୁ ଲିଡ୍ କରିବାର ଦକ୍ଷତା ଓ କ୍ଷମତା ମେସୀଙ୍କ ପାଖରେ ନାହିଁ । ଡିଆଗୋ ମାରାଡୋନା ଓ ଲିଓନେଲ୍ ମେସୀ, ଦୁହେଁ ଆର୍ଜେଣ୍ଟିନାର । ମାରାଡୋନା ଅବସର ନେଇ ଏବେ ଫୁଟବଲର ପରବର୍ତ୍ତୀ ପିଢୀଙ୍କୁ ତିଆରି କରୁଛନ୍ତି । ରିଓନେସ୍ ମେସୀ ବର୍ତ୍ତମାନ ଆର୍ଜେଣ୍ଟିନା ଜାତୀୟ ଟିମ୍ ପାଇଁ ଖେଳୁଛନ୍ତି । ତେବେ ହଠାତ୍ ମାରାଡୋନାଙ୍କ ମେସୀ ବିରୋଧୀ ମନ୍ତବ୍ୟ ଫୁଟବଲ ଦୁନିଆରେ ହଇଚଇ ସୃଷ୍ଟି କରିଛି । ନିଜ ଦେଶର ଖେଳାଳିଙ୍କ ବିରୋଧରେ ଏମିତି କାହିଁକି କହିଲେ ମାରାଡୋନା ?
Lionel Messi Arjentina୩୧ବର୍ଷୀୟ ମେସୀ ବାର୍ସିଲୋନା ପାଇଁ ଅନେକ ସମ୍ମାନ ଆଣିଦେଇଛନ୍ତି । ପାଞ୍ଚ ଥର ଫିଫା ଓ୍ୱାର୍ଲଡ ପ୍ଲେୟାର୍ ଅଫ୍ ଦି ଇୟର ଆଓ୍ୱାର୍ଡ ହାତେଇଛନ୍ତି । କିନ୍ତୁ ଯେତେବେଳେ ବ୍ଲୁ ଏଣ୍ଡ ହ୍ୱାଇଟ୍ ଜର୍ସିରେ ଆର୍ଜେଣ୍ଟିନା ପାଇଁ ମୈଦାନକୁ ଓହ୍ଲାଉଛନ୍ତି, ସେତେବେଳେ ବଲକୁ ନିଜ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି । ସଂଘର୍ଷ କରୁଛନ୍ତି ମେସୀ । ଅତୀତରେ ଆର୍ଜେଣ୍ଟିନା ଚାରି ଚାରିଟି ବଡ଼ ଟୁର୍ଣ୍ଣାମେଣ୍ଟ ଫାଇନାଲକୁ ଯାଇ ଝୁଣ୍ଟିଛି । ତିନିଥର କୋପା ଆମେରିକା ଓ ୨୦୧୪ ବିଶ୍ୱକପ୍ ଟାଇଟଲ ହାତେଇବାର ସ୍ୱପ୍ନ ଚୁରମାର ହୋଇଛି । ଏହି ଚାରିଟି ଇଭେଣ୍ଟରେ ମେସୀ ମ୍ୟାଜିକ୍ ଫେଲ୍ । ଚଳିତବର୍ଷ ବିଶ୍ୱକପରେ କାମ ଦେଲାନି ମେସୀ କରିସ୍ମା । ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହେଲା ଆର୍ଜେଣ୍ଟିନା । ବିର୍ସିଲୋନା ମ୍ୟାଚ୍ ବେଳେ ସୁପର ସୋ ଓ ଜାତୀୟ ଟିମରେ ଫ୍ଲପ୍ ମାରିବା ପରେ ସମାଲୋଚିତ ହେଉଛନ୍ତି ଲିଓନେଲ୍ ମେସୀ ।