ଭାରତୀୟ ସଙ୍ଗୀତ ଜଗତର ମୀରା ଭାବେ ରେକର୍ଡ କରିଥିବା ସିଙ୍ଗରଙ୍କର ଦେହାନ୍ତ ହୋଇଛି। ସଙ୍ଗିତ ଜଗତ ପାଇଁ ଏହା ଏକ ଦୁଃଖଦ ଖବର। ୩୦ ନଭେମ୍ବର ୧୯୪୫ରେ ତାଙ୍କର ଜନ୍ମ। ୧୯୭୧ରେ ସାଉଥ୍ ଇଣ୍ଡିଆନ୍ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ସେ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ। ଭାରତୀୟ ଚଳଚ୍ଚିତ୍ର ପାଇଁ ଅନେକ ଭାଷାରେ ସେ ଗୀତ ଗାଇଛନ୍ତି। ତାଙ୍କ ମୃତ୍ୟୁ ରେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି। ମୃତ୍ୟୁବେଳକୁ ବାଣୀ ଜୟରାମଙ୍କୁ ୭୮ବର୍ଷ ବୟସ ହୋଇଥିଲା।
୧୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି ବାଣୀ ଜୟରାମ
ବାଣୀ ଜୟରାମ ଜଣେ ସଫଳ ଗାୟିକା ଭାବେ ବେଶ୍ ପରିଚିତ। ଓଡ଼ିଆ,ହିନ୍ଦୀ, ଗୁଜୁରାଟି, ମରାଠି, ତାମିଲ୍, କନକନଡ଼,ମାଲାୟାଲାମ୍,ବେଙ୍ଗଲି ଆଦି ଭାଷାରେ ସେ କଣ୍ଠଦାନ କରିଛନ୍ତି। ସେ ନିଜ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି। ବାଣୀ ଜୟରାମ ଆର୍ ଡି ବର୍ମନ,କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଛନ୍ତି। ତାଙ୍କ ଅବଦାନ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ସହିତ ମର୍ଯ୍ୟଦାଜନକ ପଦ୍ମଭୂଷଣ ବି ପ୍ରଦାନ କରାଯାଇଛି।
ଓଡ଼ିଆ ସଂଗୀତରେ ଛାଡ଼ିଛନ୍ତି ସ୍ୱରର ଛାପ
ବାଣୀ ଜୟରାମ ଅନେକ ଓଡ଼ିଆ ଗୀତ ଗାଇଛନ୍ତି। ତାଙ୍କ କଣ୍ଠର ମେଘ ବରଷିଲା ଟୁପୁରୁ ଟାପୁରୁ ଗୀତ ଆଜିବି ବେଶ ଫେମସ୍। ‘ଶେଷ ଶ୍ରାବଣ’ ସିନେମାର ଟିକ୍ ଟିକ୍ ହୁଏ ମୋ ଛାତି, ‘ଗୌରୀ’ ଫିଲ୍ମର‘ଆମ ଗାଁର ମଉଡ଼ମଣି,କି ସୁନ୍ଦର ଆହା କି ଆନନ୍ଦମୟ,‘ସତୀଅନୁସୂୟା’ର କୁହୁକୁହୁ ବନେ କୁହୁକୁହୁ ‘ତପସ୍ୟା’ର ଢାଳି ଦିଅ ସାରା ଧରଣୀରେ ଆଜି ‘ପୂଜା’ ସିନେମାର ହିପ୍ ହିପ୍ ହୁରେ ଗାଡ଼ିଯାଏ ଗଡ଼ିରେ, ବନ୍ଧୁ ମହାନ୍ତି ଫିଲ୍ମରେ ମା ଗୋ ମମତାମୟୀ, ଶ୍ରୀରାମ ରଘୁବୀରରେ ସତେ କି ନୟନ ଳଭିବ ଦର୍ଶନ ଆଦି ଗୀତ ଗାଇଛନ୍ତି। ସେ ଶ୍ରେଷ୍ଠ ଗାୟିକା ଭାବେ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ଦେବଜାନୀ ସମ୍ମାନ ପାଇଛନ୍ତି। ତାଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା