ଚଳିତ ବର୍ଷ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ଆୟୋଜନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ପୁରସ୍କାର ଘୋଷଣା କରା ଯାଇଛି। ଏହି ତାଲିକାରେ ବହୁ ଚର୍ଚ୍ଚିତ କଳାକାର,ନିର୍ଦ୍ଦେଶକ,ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ଆଦିକୁ ପୁରସ୍କୃତ କରାଯାଇଛି।

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ କାଶ୍ମୀର ଫାଇଲ୍ସକୁ  ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଚୟନ କରାଯାଇଛି। କନ୍ନଡ ଚଳଚ୍ଚିତ୍ର କାନ୍ତାରା ନାୟକଙ୍କୁ ପ୍ରତିଜ୍ଞାକାରୀ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଏଥି ସହିତ ଅନୁପମ ଖେରଙ୍କୁ ମଧ୍ୟ ଦାଦା ସାହେବ ଫାଲକେ ପୁସସ୍କାର ଦିଆଯାଇଛି।