ବଲିଉଡରେ ଡିଭର୍ସ ଡ୍ରାମା:ପୁନର୍ବିବାହ କରିବେ ରାଖୀ ସାୱନ୍ତ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଡ୍ରାମା କୁଇନ୍ ରାଖୀ ସାୱନ୍ତ ପୁନର୍ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ବନ୍ଧୁ ଅଦିଲ ଖାନ୍ ଦୁରାନୀଙ୍କୁ ବାହା ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ରାଖୀ ଓ ଅଦିଲଙ୍କ ନିର୍ବନ୍ଧ ସରିଛି।ଖୁବ୍ ଶିଘ୍ର ସେମାନେ ବିବାହ ବନ୍ଧନରେ ବାନ୍ଦି ହେବାକୁ ଯାଉଛନ୍ତି।

ବଲିଉଡରେ ଡିଭର୍ସ ଡ୍ରାମା
ବିବାହ କରିବାକୁ ଯାଉଥିବା ରାଖୀ ସାୱନ୍ତ ପୂର୍ବରୁ ବିବାହ କରି ସାରିଥିଲେ। ରାଖୀ ସାୱନ୍ତ ଫେବୃଆରୀ ୨୦୨୨ରେ ସ୍ୱାମୀ ରିତେଶଙ୍କଠାରୁ ଅଲଗା ହୋଇଥିଲେ। ରାଖୀ କାର୍ ଡିଲର ଆଦିଲ ଖାନ ଦୁରାନୀଙ୍କୁ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ଏବେ ଅଭିନେତ୍ରୀ ଅଦିଲଙ୍କ ସହ ନିର୍ବନ୍ଧ କରିନେଇଥିବା ନେଇ ଚର୍ଚ୍ଚା ହେଉଛି।ଏହାବ୍ୟତୀତ ରାଖୀ ସାୱନ୍ତଙ୍କ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ରାଖୀ ଅଦିଲଙ୍କ ସହ ବିମାନ ବନ୍ଦରରେ ନଜର ଆସିଛନ୍ତି। ଅଦିଲଙ୍କ ସହ ସେ ଦୁବାଇ ଯାଉଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି।ସ୍ୱାମୀ ରିତେଶଙ୍କ ସହ ଛାଡପତ୍ର ହେବାପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି।
Connect With Us