ନିର୍ବାଚନ ସମୟରେ ବିଭିନ୍ନ ରାଜନୈତୀକ ଦଳ ଅଭିନେତାଙ୍କୁ ମୋହରା ବନାଇ ଭୋଟ୍ ମାଗିବା ଏକ ପଲିଟିକାଲ୍ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। ନିର୍ବାଚନ ଆସିଲେ ଲୋଡା ପଡନ୍ତି ଅଭିନେତା। ସିନେ ଷ୍ଟାରଙ୍କୁ ପ୍ରଚାରରେ ଲଗାଇ ମାଗନ୍ତ ବିଭିନ୍ନ ରାଜନୈତିକ ଦଳ। ଅଭିନେତା ଆସିବେ ପ୍ରଚାର କରିବେ, ଏଥିପାଇଁ ଅଭିନେତାଙ୍କୁ ଟିକେଟ ଓ ରାଜନୈତିକ ପଦ ପଦବୀ ଲୋଭ ଦେଖାଇ ଦଳକୁ ଆଣନ୍ତି ରାଜନୈତିକ ଦଳ। ହେଲେ ଭୋଟ ସରିଗଲେ ସମାପ୍ତ ହୁଏ ସେମାନଙ୍କର ରାଜନୈତିକ ନାଟକ। ଓଡିଶା ରାଜନୀତିରେ ଏବେ ଏମିତି କିଛି ଷ୍ଟାର ଚେହେରା ଅଛନ୍ତି ଯାହାଙ୍କର ଲୋକ ସଭା ଓ ବିଧାନସଭା ନିର୍ବାଚନରେ ବହୁତ ଦବଦବା ଥିଲା। ମାତ୍ର ଏବେ ରାଜନୀତି କ୍ଷେତ୍ରରେ ତାଙ୍କର ସ୍ଥିତି କଣ ରହିଛି ତାହା କେବଳ ସେମାନଙ୍କୁ ହିଁ ଜଣା।
ଅନୁ ଚୌଧୁରୀ,ଅରିନ୍ଦମ୍ ରାୟ,ଆକାଶ ଦାସ ନାୟକ
ଅଲୋଡା ଅଭିନେତା
ସ୍ୱାର୍ଥ ସରିଗଲେ ରାଜନୈତିକ ଦଳ ପାଇଁ ଅଲୋଡା ସାଜିଛନ୍ତି ଅଭିନେତା। ଭୋଟ୍ ସରିଗଲେ ଏମାନଙ୍କର ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନାହି:। ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କଠାରୁ ଆରମ୍ଭ କରି,ପ୍ରଶାନ୍ତ ନନ୍ଦ,ଆକାଶ ଦାସ ନାୟକ ଆଦିଙ୍କ ପଲିଟିକାଲ୍ ଷ୍ଟାଟସ ଏବେ ଏତେଟା ସୁଦୃଢ଼ ନଥିବା ଜଣାଜାଉଛି। ଦୁଇ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତଙ୍କୁ ଙ୍କୁ ଗତ ବର୍ଷ ନିର୍ବାଚନରେ ବିଜେଡି ଟିକେଟ ଦେଇନଥିଲାl ଏବେ ସେ ରାଜନୀତିରେ ସକ୍ରିୟ ଥିଲା ଭଳି ଲାଗୁନାହିଁ l ପୂର୍ବତନ ବିଜେଡି ବିଧାୟକ ଆକାଶ ଦାସ ନାୟକଙ୍କୁ ମଧ୍ୟ ଗତ ନିର୍ବାଚନରେ ଟିକେଟ ମିଳିନଥିଲା। ବିଜେଡିର ପାୱାରବ୍ୟାଙ୍କ କୁହା ଯାଉଥିବା ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାଏଙ୍କର ମଧ୍ୟ ସମାନ ଅବସ୍ଥା। ତାଙ୍କୁ ବିଜେଡି କେବଳ ପ୍ରଚାର କାର୍ଯ୍ୟରେ ଲଗାଉଥିଲା ବେଳେ ଏ ପର୍ଯ୍ୟନ୍ତ ଟିକଷଟ୍ ଦେଇନି।। ଆବଶ୍ୟକ ବେଳେ ଅରିନ୍ଦମଙ୍କୁ ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଅନୁଭବ ମହାନ୍ତି ସାଂସଦ ଅଛନ୍ତି ସତ ହେଲେ ତାଙ୍କୁ ମଧ୍ୟ ସାଇଡ୍ କରୀଛି ବିଜେଡି। ପଂଚାୟତ ନିର୍ବାଚନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନାହିଁ। ପୌର ରେ ମଧ୍ୟ ତାଙ୍କର ସେଭଳି କ୍ରେଜ ନଥିବା ଚର୍ଚ୍ଚା ହେଉଛି।
ୟୁଜ୍ ଆଣ୍ଡ ଥ୍ରୋ ସାମଗ୍ରୀ ପରି ବ୍ୟବହୃତ ହେଉଛନ୍ତି କି ଅଭିନେତା?
ରାଜନୈତୀକ ଦଳ ପାଇଁ ୟୁଜ୍ ଆଣ୍ଡ ଥ୍ରୋ ସାମଗ୍ରୀ ପାଲଟି ଗଲେଣି ଅଭିନେତା। ବିଜେଡି,ବିଜେପି ଓ କଂଗ୍ରେସ ସବୁ ଦଳରେ ଅଭିନେତାଙ୍କ ପ୍ରତି ଆଭିମୁଖ୍ୟ ପ୍ରାୟ ସମାନ। ଅପରାଜିତା ମହାନ୍ତି ୨୦୧୪ରେ ଲୋକସଭା ପ୍ରାର୍ଥୀ ଓ ୨୦୧୯ରେ ବିଧାନସଭା ପ୍ରାର୍ଥୀ ପାଇଁ ଚୟନ ହୋଇଥିଲେl କଂଗ୍ରେସ ଛାଡି ସେ ବିଜେପି କୁ ଆସିଥିଲେ ହେଲେ ଏବେ ରାଜନୀତିରେ ଅପରାଜିତା ମଧ୍ୟ ସକ୍ରିୟ ନଥିବା ଅନୁମାନ କରାଯାଉଛିl ଉତ୍ତମ ମହାନ୍ତି ବିଜେଡିରେ ସାମିଲ ହୋଇଥିଲେ ସୁଦ୍ଧା ସକ୍ରିୟ ରାଜନୀତିରେ ତାଙ୍କୁ ଦେଖିବାକୁ ମିଳୁନାହିଁ।ସେହିପରି ବିଜେପିରେ ସାମିଲ୍ ହୋଇଥିବା ମହେଶ୍ୱତାଙ୍କର ରାଜନୈତିକ ସକ୍ରୀୟତା ମଧ୍ୟ ଖୁବ୍ କମ୍। ସେହିଭଳି ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ଆଦି ଅଭିନେତାଙ୍କ ଅବସ୍ଥା ନ କହିବା ଭଲ। କେବଳ ନିର୍ବାଚନ ସମୟରେ ହିଁ ଏମାନଙ୍କ ମୁହଁ ଦେଖିବାକୁ ମିଳୁଛି। ଅଧିକାଂଶ ଅଭିନେତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ।