‘ଠଗସ୍ ଅଫ୍ ହିନ୍ଦୁସ୍ତାନ’: ହ୍ରିତିକ ନା କଲେ, ହଁ ଭରିଥିଲେ ଆମୀର

ଦିପାବଳୀରେ ରିଲିଜ ହେବ ଠଗସ୍ ଅଫ ହିନ୍ଦୁସ୍ତାନ । ନଭେମ୍ବର ୮ରେ ହଲକୁ ଆସିବ ଫିଲ୍ମ । ଟ୍ରେଲରକୁ ସୋସିଆଲ୍ ମିଡିଆରେ ଜବରଦସ୍ତ ରେସପନ୍ସ ମିଳିଛି । ସବୁଠୁ ବେଶୀ ଦମଦାର ହୋଇଛି ଜାହାଜରେ ଫାଇଟ୍ ସିନ୍ । ଫ୍ୟୁରିଅସ୍, ରୋମାଣ୍ଟିକ୍, କମେଡି ଓ ଆକ୍ସନର ଫେଣ୍ଟାଫେଣ୍ଟି ତଡକା ଠଗ୍ସ ଅଫ୍ ହିନ୍ଦୁସ୍ତାନ ଟ୍ରେଲର। ଅମିତାଭ୍ ବଚ୍ଚନ, ଆମୀର ଖାନ୍, ଫାତିମା ସନାଙ୍କ ଜବରଦସ୍ତ ଫାଇଟ୍ ସିନ୍ ରହିଛି । ସେହିପରି ଆମୀର ବି ଫିଲ୍ମକୁ ସକସେସ୍ କରିବାକୁ ୧୦୦% ଦେଇଛନ୍ତି । ଗେଟଅପକୁ ବଦଳାଇଥିଲେ । ପରାଧୀନ ଭାରତକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିବା ବେଳେ କେମିତି ଥିଲା ଦେଶର ଅବସ୍ଥା । ଇଂରେଜମାନେ ଦେଶକୁ କିଭଳି ଲୁଟୁଥିଲେ, ଲୋକଙ୍କୁ ଗୁଲାମ କରି ରଖିବା ଭଳି ଘଟଣାକୁ ସିନେମାଟିକ୍ ଫର୍ମାଟରେ ପ୍ରେଜେଣ୍ଟ କରାଯାଇଛି । ଗୋରା ସରକାର ବିରୋଧରେ ଯିଏ ମୁହଁ ଖୋଲୁଥିଲା, ତାଙ୍କ ଉପରେ ବାଜୁଥିଲା ଠଗ୍ ଷ୍ଟାମ୍ପ । ଇଂରେଜମାନଙ୍କ ଭାଷାରେ ଠଗ୍ ଅର୍ଥ ବଦମାସ୍ । ସେମାନଙ୍କ ପାଇଁ ଟେନସନ୍ ହୋଇଥିଲେ ଆଜାଦ୍ (ଅମିତାଭ ବଚ୍ଚନ) ଓ ଲଣ୍ଡାକୋ (ଫତିମା)। ଯେଉଁମାନେ ଇଂରେଜମାନଙ୍କର ଜାହାଜ ଓ ଅନ୍ୟ କିଛି ସମ୍ପତ୍ତି ଲୁଟି ନେଇଥି୍ଲେ । ସେସବୁ ଫେରି ପାଇବାକୁ ଫିରଙ୍ଗିର (ଆମୀର ଖାନ୍) ସାହାଯ୍ୟ ନେଉଛନ୍ତି ଇଂରେଜମାନେ ।ଫିରଙ୍ଗିକୁ ଢ଼ାଳ କରି ଆଜାଦ୍ ପାଖରେ ପହଞ୍ଚିବାକୁ ରୋଡମ୍ୟାପ୍ କରୁଛନ୍ତି । ତେବେ ଫିରଙ୍ଗି କଣ ଇଂରେଜମାନଙ୍କୁ ସାହାର୍ଯ୍ୟ କରୁଛି ? ବିଗ୍ ବି, ଆମୀରଙ୍କ ସହ ଅନ୍ୟାନ୍ୟ କ୍ୟାରେକ୍ଟରରେ ଦଙ୍ଗଲ୍ ଫେମ୍ ଫତିମା ଓ ବାର୍ବି ଡଲ୍ କଟ୍ରିନା କୈଫ ବି ନଜର ଆସୁଛନ୍ତି । ଠଗ୍ସ ଅଫ୍ ହିନ୍ଦୁସ୍ତାନ ପ୍ଲଟ୍
ୟଶରାଜ ବ୍ୟାନରରେ ନିର୍ମାଣ ହୋଇଛି ଫିଲ୍ମ । ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା । ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ୟ ।୧୮୯୩ରେ ଫିଲିପ୍ ମେଡୋଜ୍ ଟେଲରଙ୍କ ରଚିତ ଉପନ୍ୟାସ ‘କନଫେସନ୍ ଅଫ୍ ଏ ଠଗ୍’ ଉପରେ ଆଧାରିତ । ଉପନ୍ୟାସରେ ରହିଛି ବ୍ରିଟିଶ ଶାସନ କାଳରେ ଭାରତରେ ପ୍ରଚଳିତ ଠଗୀ ପ୍ରଥାର କଥା ।୧୯ ଦଶକରେ ଏହି ନୋବେଲ୍ ବ୍ରିଟେନରେ ଜବରଦସ୍ତ ବିକ୍ରି ହୋଇଥିଲା ।ହ୍ରିତିକ ନା କଲେ, ହଁ ଭରିଲେ ଆମୀର
ପୂର୍ବରୁ ଠଗସ୍ ଅଫ୍ ହିନ୍ଦୁସ୍ତାନ ପାଇଁ ହ୍ରିତିକ ରୋଶନଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଶୁଣିବାକୁ ମିଳିଥିଲା ଲିଡ୍ କ୍ୟାରେକ୍ଟର ପାଇଁ ତାଙ୍କ ନାଁ । କିନ୍ତୁ ସେତେବେଳେ ହୋମ୍ ବ୍ୟାନରରେ ନିର୍ମିତ ଫିଲ୍ମ ‘କାବିଲ୍’ରେ ବ୍ୟସ୍ତ ଥିଲେ ହ୍ରିତିକ । ଏଥିପାଇଁ ଠଗସ୍ ଅଫ ହିନ୍ଦୁସ୍ତାନ ଅଫରକୁ ନାଁ କରିଥିଲେ । ଏହାବାଦ୍ ଆଉ ଗୋଟିଏ କଥା ବି ଚର୍ଚ୍ଚା ହେଉଥିଲା । ଏହି ଫିଲ୍ମ ପାଇଁ ହ୍ରିତିକ କୁଆଡେ ୬୦ କୋଟି ଟଙ୍କା ଦାବି କରିଥିଲେ । ହ୍ରିତିକଙ୍କ ପେମେଣ୍ଟ ହାଇ ଥିବାରୁ ତାଙ୍କଠାରୁ ମୁହଁ ଫେରାଇ ଆଣିଥିଲା ପ୍ରଡକସନ୍ ସଂସ୍ଥା । ଏଣ୍ଟ୍ରି ମାରିଥିଲେ ଆମୀର ଖାନ୍ ।
ଫିଲ୍ମର ସୁଟିଂ
ଠଗ୍ସ ଅଫ ହିନ୍ଦୁସ୍ତାନରେ ସମୁଦ୍ର ଭିତରେ ଜାହାଜରେ ରହିଛି ଫାଇଟ୍ ସିନ୍ । ପାଣି ଭିତରେ ବି କିଛି ସିନ୍ ରହିଛି । ଖାସ୍ ଏଥିପାଇଁ ୟଶରାଜ ଷ୍ଟୁଡିଓରେ ଏକ ବଡ଼ ଜାହାଜର ସେଟ୍ ବି ଲଗାଯାଇଥିଲା । କିଛି ସୁଟିଂ ଦକ୍ଷିଣ ୟୁରୋପର ମାଲ୍ଟାରେ ବି ହୋଇଛି । ଫିଲ୍ମରେ ଆଉ ଯେଉଁ ଜାହାଜ ଦେଖାଯାଇଛି, ସେସବୁକୁ ଗ୍ରାଫିକ୍ସ କରାଯାଇଛି । ହଲ୍ଉଡ ଷ୍ଟାଇଲରେ ଗ୍ରାଫିକ୍ସ ଓ ଆନିମେସନ୍ କାମ ବି ହୋଇଛି । ହଲିଉଡ୍ ଫିଲ୍ମ ସିରିଜ୍ ‘ପାଇରଟ୍ସ ଅଫ୍ ଦ କାରାବିଆନ୍’ ଭଳି ଠଗସ୍ ଅଫ ହିନ୍ଦୁସ୍ତାନରେ କମେଡି ଓ ସମୁଦ୍ର ଲଢ଼େଇ ସିନ୍ ରହିଛି । ‘ପାଇରଟ୍ସ ଅଫ୍ ଦ କାରାବିଆନ୍’ ସିରିଜ ଦେଖି ପ୍ରଭାବିତ ହୋଇଥିଲେ ପ୍ରଯୋଜକ ଆଦିତ୍ୟ ଚୋପ୍ରା । ଅପକମିଂ ପ୍ରୋଜେକ୍ଟରେ ସେମିତି ଛୁଙ୍କ ଦେବାକୁ ଭାବିଥିଲେ ଆଦିତ୍ୟ ।
ଆମୀର-କଟ୍ରିନା-ଆଦିତ୍ୟ କେମିଷ୍ଟ୍ରି
ପୁଣି ଥରେ ସିଲଭର ସ୍କ୍ରିନ୍ରେ ଧମାଲ୍ କରିବେ ଆମୀର-କଟ୍ରିନା-ଆଦିତ୍ୟ ଚୋପ୍ରା । ଦ୍ୱିତୀୟ ଥର ଗୋଟିଏ ଫିଲ୍ମରେ ଏକାଠି କାମ କରିଛନ୍ତି । ପୂର୍ବରୁ ଏମାନଙ୍କ କେମିଷ୍ଟ୍ରିରେ ବ୍ଲକବଷ୍ଟର ହୋଇଥିଲା ଧୁମ୍-୩ ।
ବିଜୟ ଅପେକ୍ଷାରେ ବିଜୟ
ଠଗସ୍ ଅଫ ହିନ୍ଦୁସ୍ତାନର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ୟ । ପୂର୍ବରୁ ଧୁମ୍ ସିରିଜ୍, ରାବଣ ଓ ଗୁରୁ ଭଳି ସୁପରହିଟ୍ ଫିଲ୍ମର ସେ ଥିଲେ ଡାଏଲଗ୍ ଡିରେକ୍ଟର । ଧୁମ୍-୩ ଓ ଟସନ୍ର ନିର୍ଦ୍ଦେଶନା ବି ଦେଇଛନ୍ତି ଧୁମ୍-୩ ହିଟ୍ ହେବା ପରେ ବିଜୟ କୃଷ୍ଣଙ୍କୁ ପୁଣି ଥରେ ମୌକା ଦେଇଛନ୍ତି ଆଦିତ୍ୟ ଚୋପ୍ରା ।
ପୂର୍ବରୁ ଦିପାବଳୀରେ ୟଶରାଜ ବ୍ୟାନରରେ ଦିଲଓ୍ୱାଲେ ଦୁଲହନିଆ ଲେ ଜାୟେଙ୍ଗ (୧୯୯୫), ମୋହବତେଁ (୨୦୦୦), ବୀରଜାରା (୨୦୦୪), ଜବ୍ ତକ୍ ହୈ ଜାନ୍ (୨୦୧୨) ଭଳି ବ୍ଲକବଷ୍ଟସ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି । ଏବେ ଦିପାବଳୀରେ ଦର୍ଶକଙ୍କ ଦିଲ୍ ଜିତିବାକୁ ଆସୁଛି ଠଗସ ଅଫ ହିନ୍ଦୁସ୍ତାନ।
Connect With Us