ବଲିଉଡ ପରଦାରେ ଓଡ଼ିଆ କାହାଣୀ!

ବଲିଉଡ ସିନେମାରେ ଦେଖିବାକୁ ମିଳିବ ଓଡିଶା ଖେଳାଳୀଙ୍କ ସଂଘର୍ଷର କାହାଣୀ। ୨୦୦୭ରେ ଓଡ଼ିଶାର ୧୨ ଜଣ ଆଦିବାସି ପିଲା ରଗବୀ ୱାର୍ଲ୍ଡ କପରେ ଭାଗ ନେଇ ଦେଶ ଓ ରାଜ୍ୟ ପାଇଁ ଯେଉଁ ଗୌରବ ଆଣିଥିଲେ ତାକୁ ଆଧାର କରି ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।୨୦୦୭ ମସିହାରେ ଅଣ୍ଡର ୧୪ ରଗବି ବିଶ୍ୱ କପରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ କପ ହାସଲ କରିଥିଲେ। ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସେହି ଆଦିବାସୀ ଯୁବକଙ୍କ ଅଭିନୟ ବି ଦେଖିବାକୁ ମିଳିବ।

ସଂଘର୍ଷର ସତ ବଖାଣିବ ‘ଜଙ୍ଗଲ କ୍ରାଏ’
ସାଗର ବାଲାରୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଓଡିଶାର ଏକ ନିଚ୍ଛକ କାହାଣୀ ବଲିଉଡ୍ ସିନେମାରେ ସ୍ଥାନ ପାଇଥିବାରୁ ସିନେମାକୁ ନେଇ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି। ଭାରତରେ ଯେଉଁ ସମୟରେ କାଁ ଭାଁ କେତେ ଜଣ ଲୋକ ରଗବୀ ଖେଳ ନାଁ ଶୁଣିଥିଲେ ସେତେବେଳେ ଓଡ଼ିଶାର ୧୨ ଜଣ ଆଦିବାସି ପିଲା ଅନ୍ତର୍ଜାତିୟ ସ୍ତରରେ ସୁନାମ ଅର୍ଜନ କରିପାରିଥିଲେ। ସେମାନଙ୍କ ସଂର୍ଘଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି। ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଲୋକପ୍ରିୟ ଅଭିନେତା ଅଭୟ ଦେଓଲଙ୍କୁ ରଗବୀ କୋଚ୍ ଭୂମିକାରେ ଦେଖିବାକୁ ମିଳିବ। ଅଜଣା ଗାଁରୁ ସୁଦୂର ଲଣ୍ଡନ ପର୍ଯ୍ୟନ୍ତ ଓଡ଼ିଆ ପିଲାଙ୍କର ଯାତ୍ରାକୁ ବେଶ ବାସ୍ତବିକ ଢଙ୍ଗରେ ଫିଲ୍ମରେ ଉପସ୍ଥାପନ କରାଯାଇଛି।
Connect With Us