୧୯୭୫ ଜୁନ୍ ୨୬ ରେ ଦେଶ ଦେଖିଥିଲା ଜାତୀୟ ଜରୁରୀ କାଳୀନ ପରିସ୍ଥିତି। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସେ ନିଷ୍ପତ୍ତି ରାଜନୀତିର ପଥ ବଦଳେଇ ଥିଲା। ଦେଶବ୍ୟାପୀ ଏହାକୁ ନେଇ ଉଠିଥିଲା ବିରୋଧର ସ୍ୱର। ଭାରତରେ ଏହାକୁ କଳା ଅଧ୍ୟାୟ ବୋଲି କୁହାଯାଉଥିଲା ବେଳେ ଏହାକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ ଏମରଜେନ୍ସି। ଅଭିନେତ୍ରୀ କଙ୍ଗନା ରୌନତ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୨୪ରେ ଏ ଫିଲ୍ମ ରିଲିଜ ହେବାକୁ ଯାଉଛି। ଆଗକୁ ନିର୍ବାଚନ ଥିଲାବେଳେ ଏ ଫିଲ୍ମ କଂଗ୍ରେସର ସେ କଡ଼ା ସତ ବଖାଣିବାକୁ ଚେଷ୍ଟା କରୁଥିବା ହେତୁ ଏହା କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।
ଫିଲ୍ମର ଟିଜର ଭିଡିଓ ରିଲିଜ ହୋଇଛି। ଜାରୀ କରାଯାଇଥିବା ଟିଜରରେ ପୋଲିସ ଉପରେ ଲୋକମାନେ ପଥର ଫିଙ୍ଗୁଥିବା ଦେଖିବାକୁ ମିଳିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ୧୯୭୫ ମସିହା ଜୁନ ୨୬ ତାରିଖ ଦିନ ଦେଶରେ ଏମରଜେନ୍ସୀ ଘୋଷଣା କରିଥିଲେ। ସେତେବେଳେ ସେ ବିରୋଧୀ ଦଳର ସମସ୍ତ ନେତା ମାନଙ୍କୁ ଜେଲରେ ଭର୍ତି କରି ଦେଇଥିଲ।
ସ୍ୱାଧୀନତା ସଂଗ୍ରାମୀ ଜୟ ପ୍ରକାଶ ନାରାୟଣ ଜରୁରୀକାଳୀନ ପରିସ୍ଥିତି ଓ ତା ପରେ ଭାରତର ସବୁଠାରୁ ବଡ ନେତା ଭାବେ ଉଭା ହୋଇଥିଲେ। ଜରୁରୀ କାଳୀନ ପରିସ୍ଥିତି ପରେ ସେ ବିରୋଧୀ ଦଳର ମେଂଟକୁ ବିଜୟୀ କରାଇଥିଲେ। ଲୋକ ନାୟକ ଜୟ ପ୍ରକାଶ ନାରାୟଣଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅନୁପମ ଖେର ଓ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ରୌନତ। ଏହା ସତ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି।