ରିଲ୍ ନୁହେଁ, ରିଏଲରେ ଭୂତକୁ ସାମ୍ନା କରି ହୋଟେଲ୍ ରୁମ୍ ଛାଡିଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ଆତ୍ମା ବା ଭୂତକୁ ନେଇ ବଲିଉଡରେ ଅନେକ ଫିଲ୍ମ ନିର୍ମାଣ ହୋଇଛି। ଅନେକ ସେଲିବ୍ରିଟି ରିଲ୍ ଲାଇଫରେ ତ ଭୂତ ସହ ସାମ୍ନା କରିଛନ୍ତି । କିନ୍ତୁ ରିଏଲ ରାଇଫରେ ବି ଅନେକ ସେଲିବ୍ରିଟି ଆତ୍ମା ସଂସ୍ପର୍ଶରେ ଆସିଥିବା ଅନୁଭବ କରିଛନ୍ତି ।ବିପାଶା
ଆତ୍ମା ସମ୍ପର୍କରେ ନିଜ ଅନୁଭୂତି ବଖାଣି ବିପାଶା କୁହନ୍ତି, ଫିଲ୍ମ ଗୁନାହର ସୁଟିଂ ପାଇଁ ମୁକେଶ ମିଲ୍ ଯାଇଥିଲେ । ଏହି ସମୟରେ ସେଠାରେ ଅନ୍ୟ ଏକ ଫିଲ୍ମ ମଧ୍ୟ ସୁଟ ହେଉଥିଲା। ତେବେ ସେହି ସିନେମାର ଅଭିନେତ୍ରୀ ଜଣକ ଖୁବ୍ ଅସ୍ୱଭାବିକ ବ୍ୟବହାର ପ୍ରଦର୍ଶନ କରୁଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବିପାଶା କହିଛନ୍ତି । ତେବେ ବିପାସାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର ମଧ୍ୟ ନିଜ ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, ଫିଲ୍ମର ସୁଟିଂ ଏତେ ରିଏଲ ଥାଏ ଯେ, ତାଙ୍କୁ ଅନେକ ସମୟରେ ଅସ୍ୱାଭାବିକ କିଛି ଘଟୁଛି ବୋଲି ଅନୁଭବ ହୋଇଥାଏ ।ବରୁଣ ଧାୱନ
ଏବିସିଡି-2ର ସୁଟିଂ ସମୟରେ ବରୁଣ ଏଭଳି କିଛି ଅଘଟଣର ସାମ୍ନା କରିଥିବା କହିଛନ୍ତି । ଫିଲ୍ମର ସୁଟିଂ ବେଳେ ସେ ରୁମରେ ଥିଲେ, ହେଲେ ସେ ସମୟରେ ତାଙ୍କ କବାଟ ନିକଟରେ କେହି ଗୁଣୁଗୁଣ ହୋଇ ଗୀତ ଗାଉଥିବାର ଅନୁଭବ କରିଥିଲେ । ଯାହାକି ପୂରାପୂରି ଅସ୍ୱାଭାବିକ ଥିଲା ଏବଂ ଖୁବ ଡରି ଯାଇଥିଲି ବୋଲି ବରୁଣ କୁହନ୍ତି ।ରଣବୀର ସିଂ
ଏଭଳି ଅସ୍ୱାଭାବିକ ଅନୁଭବ କରିଥିଲେ ୟଙ୍ଗ ହିରୋ ରଣବୀର ସିଂ। ଫିଲ୍ମ ବାଜିରାଓ ମସ୍ତାନୀର ସୁଟିଂ ସେଟରେ ସେ ଏକ ଆତ୍ମା ବୁଲୁଥିବାର ଅନୁଭବ କରିଥିଲେ। ଏହାକୁ ନେଇ ସେ ଭୟଭୀତ ମଧ୍ୟ ହୋଇ ପଡିଥିଲେ ।
ଗୋବିନ୍ଦା
କମେଡିକୁ ନେଇ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗୋବିନ୍ଦା । ଏକ ହିଲି ଏରିଆରେ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ ଗୋବିନ୍ଦା। ତେବେ ରାତିରେ ଶୋଇଥିବା ସମୟରେ ତାଙ୍କ ଛାତି ଉପରେ ଜଣେ ମହିଳା ବସିଥିବାର ସେ ଅନୁଭବ କରିଥିଲେ । ଯାହାକୁ ନେଇ ସେ ଖୁବ୍ ଭୟଭୀତ ହୋଇ ପଡିଥିଲେ।
ନୱାଜୁଦ୍ଦିନ ସିଦ୍ଦିକି
ଫିଲ୍ମ ଆତ୍ମାର ସୁଟିଂ ସମୟରେ ଏଭଳି ଅସ୍ୱାଭାବିକ ଅନୁଭବ କରିଥିଲେ ନୱାଜୁଦ୍ଦିନ ସିଦ୍ଦିକି । ଫିଲ୍ମର ସୁଟିଂ ଚାଲୁଥିବା ସମୟରେ ପୂରା ଟିମ୍ ଜଣେ ମହିଳାଙ୍କ ଗୁଣୁଗୁଣୁ ହୋଇ କିଛି ଗାଉଥିବାର କଣ୍ଠସ୍ୱର ଶୁଣିବାକୁ ପାଇଥିଲେ । କିନ୍ତୁ ଫିଲ୍ମର ରେକର୍ଡରେ ଏପରି କିଛି ନଥିଲା । ଯାହାକି ତାଙ୍କୁ ଅସ୍ୱାଭାବିକ ଲାଗିଥିଲା।
ଇମ୍ରାନ ହାସମିନ୍
କିସ୍ ହିରୋ ଇମ୍ରାନ ହାସମିନ୍ ମଧ୍ୟ ଆତ୍ମାର ଉପସ୍ଥିତି ସମ୍ପର୍କରେ ନିଜ ଅନୁଭୂତି ବଖାଣିଛନ୍ତି। ନିଜ ବନ୍ଧୁଙ୍କ ସହ ବାହାରକୁ ଛୁଟି ମନାଇବାକୁ ଯାଇଥିବା ବେଳେ ଏକ ହୋଟେଲରେ ରାତି ସମୟରେ ଅସ୍ୱାଭାବିକ ଘଟଣା ଅନୁଭବ କରିଥିଲେ । ଜଣେ ବ୍ୟକ୍ତି ଜୋର ଜୋରରେ ଚିତ୍କାର କରୁଥିବାର ସେମାନେ ଶୁଣିବାକୁ ପାଇଥିଲେ। ଏହାପରେ ସେମାନେ ସମସ୍ତେ ତୁରନ୍ତ ଏହି ହୋଟେଲ ଛାଡି ଦେଇଥିବା ଇମ୍ରାନ କହିଛନ୍ତି ।ସୋହା ଅଲୀ- ସରୋଜ ଖାନ୍
ସୋହା ଅଲୀ ଖାନ୍ ମଧ୍ୟ ଫିଲ୍ମ ଗ୍ୟାଙ୍ଗସ୍ ଅଫ୍ ଘୋଷ୍ଟର ସୁଟିଂ ସମୟରେ କିଛି ଅଦ୍ଭୁତ ଚିତ୍କାର ଓ ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ କିଛି ଅଘଟଣ ଘଟିବାର ଆଶଙ୍କା କରି ସମ୍ପୂର୍ଣ୍ଣ କ୍ରିଉ ଏହି ସ୍ଥାନ ଛାଡି ଦେଇଥିଲେ। ସିନିୟର କୋରିଓଗ୍ରାଫର ସରୋଜ ଖାନ୍ ମଧ୍ୟ ଆତ୍ମାର ଉପସ୍ଥିତି ଅନୁଭବ କରିଥିବା କହିଛନ୍ତି । ଏକ ହୋଟେଲରେ ଥିବାବେଳେ ତାଙ୍କ ଉପର ମହଲାରେ କିଛି ଫର୍ଣ୍ଣିଚର ଘୁଞ୍ଚାଘୁଞ୍ଚି କରା ଯାଉଥିବାର ଶବ୍ଦ ଶୁଣିବାକୁ ପାଇଥିଲେ । ମାତ୍ର ପରଦିନ ବୁଝିବା ପରେ ସରୋଜ ଜାଣିଥିଲେ ଯେ ଉପରେ କୌଣସି ଫ୍ଲୋର ହିଁ ନଥିଲା ।
Connect With Us