ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗକୁ ନେଇ ପରିଚାଳନା ବୈଠକ ବସିଛି ।ଗଜପତି ମହାରାଜା ଦିବ୍ୟସିଂହ ଦେବ ଏଥିରେ  ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ପ୍ରାୟତଃ ଅନେକ ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା ହୋଇଛି। ମାତ୍ର ଶ୍ରୀମନ୍ଦିର ପରିଚ।ଳନା କମିଟି ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହୋଇପାରିନାହିଁ। ରତ୍ନଭଣ୍ଡ।ରକୁ ନେଇ ପରିସ୍ଥିତି ସରଗରମ ଥିବାରୁ ବୈଠକରେ ଏହି ପ୍ରସଙ୍ଗ ଉଠିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବୈଠକରେ ଏହି ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏନେଇ କୌଣସି ଆଲୋଚନା ହେଲା ନାହିଁ । ଏଜେଣ୍ଡାରେ ନଥିବାରୁ ରତ୍ନଭଣ୍ଡ।ର ପ୍ରସଙ୍ଗ ଆଲୋଚନା ହୋଇନଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି।

 

 

ପରିଚାଳନା କମିଟି ଏଜେଣ୍ଡାରୁ ରତ୍ନଭଣ୍ଡାର ବାଦ୍
ଶ୍ରୀମନ୍ଦିର ପରିଚାଳନା କମିଟିରେ ମନ୍ଦିରର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୁଏ। ମନ୍ଦିରର ନୀତି ,ନିର୍ଘଣ୍ଟ ପରିଚାଳନା ତଥା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଏ। ବୈଠକରେ କାର୍ତିକମାସର ନୀତି ନିର୍ଘଣ୍ଟ ସହିତ  ଜଗନ୍ନ।ଥଙ୍କ ଜମିର ଡିଜିଟାଲାଇଜେସନ ଓ ଓରସ।କ୍ ମ।ଧ୍ୟରେ ଜଗନ୍ନ।ଥଙ୍କ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତ।ବକୁ ଗୃହୀତ କରାଯାଇଛି। ମାତ୍ର ବହୁ ପ୍ରତିକ୍ଷିତ ରତ୍ନଭଣ୍ଡାର ପ୍ରସଙ୍ଗକୁ ବାଦ୍ ଦିଆଯିବା ଫଳରେ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ରତ୍ନଭଣ୍ଡାର ଭଳି ପ୍ରମୁଖ ସମସ୍ୟାକୁ ପରିଚାଳନା କମିଟି ଅଣଦେଖା କରିବା ପଛରେ କଣ କାରଣ ରହିଛି ଓ କାହିଁକି କମିଟି ଏନେଇ ନୀରବତା ଅବଲମ୍ବନ କରୁଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ।