୨୦୨୪ ନିର୍ବାଚନକୁ ଆଖିରେ ରଖି  ରାଜନୈତୀକ ତତ୍ପରତା ବୃଦ୍ଧି ପାଇଛି। ଓଡ଼ିଶାରେ ମଧ୍ୟ ଆଗାମୀ ନିର୍ବାଚନକୁ ଆଖିରେ ରଖି ଗୋଟିଚାଳନା ଆରମ୍ଭ ହୋଇଗଲାଣି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି,କଂଗ୍ରେସ ଓ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି। କଂଗ୍ରେସ ଜାତୀୟ ସ୍ତରରେ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଡା କରୁଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ନିର୍ବାଚନ ପାଇଁ  ବିଭିନ୍ନ ଦଳ  ପାଇଁ ନିଜର ପ୍ରସ୍ତୁତି ଜୋରଦାର କରୁଛନ୍ତି। ଏହାରି ଭିତରେ ବିଜେଡି ଆସନ୍ତା ଅକ୍ଟୋବର ୨ରୁ ଏକମାସ ଧରି ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବ। ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ, ଜିଲ୍ଲା,ବ୍ଲକ ଓ ନଗର ସଭାପତି, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି ଓ ପଦାଧିକାରୀ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଚିଠି ଲେଖି ଜିଲ୍ଲାରୁ ୱାର୍ଡସ୍ତର ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ନଭେମ୍ବର ୨ରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଏକଜୁଟ ହୋଇ ଏକମାସ ବ୍ୟାପୀ ପଦଯାତ୍ରାର ସମାପ୍ତି ଘୋଷଣା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ନିମନ୍ତେ ‘ସମୂହ ଶପଥ’ ପାଠ କରିବେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

କଂଗ୍ରେସ ପରେ  ବିଜେଡ଼ି:ବିଜେପିର କେବେ
ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋର୍ ଧରିଲାଣି। ବିଜେପି ଦଳ ଓଡ଼ିଶା ଉପରେ ଫୋକସ୍ କରି ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଯୋଜନା କରି କସରତ୍ କରୁଛି। ଇଡ଼ି ଚଢ଼ାଉ ଦ୍ୱାରା ମଧ୍ୟ ବିରୋଧିଙ୍କୁ କାଉଣ୍ଟର କରୁଛି ବିଜେପି। ସେପଟେ ଜାତୀୟ ସ୍ତରରେ  ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଦେଶବ୍ୟାପୀ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଯାଇଛି। ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଅକ୍ଟୋବର ୩୧ରୁ ୩ ମାସ ପ।ଇଁ ରାଜ୍ୟବ୍ୟ।ପୀ ‘ଭ।ରତ ଯୋଡ଼ ଯାତ୍ରା ‘ କ।ର୍ଯ୍ୟକ୍ରମ ଅନ୍ତର୍ଗତ ପଦଯ।ତ୍ରା ହେବ।କୁ  ଯାଉଛି। ଓଡ଼ିଶାର ପ୍ରମୁଖ ବିରୋଧିଦଳ ବିଜେପି ପକ୍ଷରୁ ଖୁବଶୀଘ୍ର ପଦଯାତ୍ର। କ।ର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଅନୁମାନ କରାଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା