ଚର୍ଚ୍ଚାରେ ଷ୍ଟିଲ ସିଟିର ସ୍କିଲ୍। ହକିର ସହର ରାଉରକେଲାରେ ତିଆରି ହୋଇଛି ଆଉ ଏକ ନୂଆ ରେକର୍ଡ। ବିଶ୍ୱର ସର୍ବବୃହତ ହକି ଷ୍ଟାଡ଼ିୟମ୍ ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ ହକି ଷ୍ଟାଡ଼ିୟମର ପ୍ରତିଷ୍ଠା,ଆନ୍ତର୍ଜାତୀୟ ହକି ବିଶ୍ୱକପର ଆୟୋଜନ ଆଦି ପରେ ହକି କ୍ଷେତ୍ରରେ ଚର୍ଚ୍ଚାର ଶିଖରରେ ଥିବା ରାଉରକେଲାରେ ଯୋଡି ଦେଇଛି ଗର୍ବ ଗୌରବର ଏକ ବିଶାଳ ଫର୍ଦ୍ଦ। ରାଉରକେଲାକୁ ମିଳିଛି ନିଆରା ସଫଳତା। ଜିଲ୍ଲା ଏବଂ ରାଜ୍ୟ ଡେଇଁ ଜାତୀୟ ସ୍ତରରେ ରେକର୍ଡ କରିଛି ରାଉରକେଲା। ଜାତୀୟ କ୍ଷେତ୍ରରେ ନିଆରା କଳା ପ୍ରଦର୍ଶନ କରି ଲିପିବଦ୍ଧ କରିଛି ସଫଳତା ।ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ରାଉରକେଲା ବାସୀ। ଏହା କେବଳ ରାଉରକେଲା ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ, ଯୋଉ ରେକର୍ଡ ଆଜିଯାଏଁ କେହି କରିନାହାନ୍ତି ତାକୁ ହାସଲ କରିଛି ପ୍ରତିବଦ୍ଧତାର ସହର ରାଉରକେଲା।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ପୋର୍ଟ୍ସ କ୍ୟାପିଟାଲ କରିବାକୁ ନେଇଛନ୍ତି ଅନେକ ପଦକ୍ଷେପ।ହକି ମେନ୍ସ ୱାର୍ଲ୍ଡ କପର ଆୟୋଜନ କରିବା ସହ ରାଉରକେଲାରେ ନିର୍ମାଣ କରିଛନ୍ତି ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡ଼ିୟମ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ରାଉରକେଲା ବାସୀ । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେବାକୁ ମିଶନ ରାଉରକେଲାର ସଦସ୍ୟ ମାନେ କରିଛନ୍ତି ଭିନ୍ନ ପ୍ରୟାସ। ମୁରୁଜରେ ଆଙ୍କିଛନ୍ତି ସଫଳତାର ରେକର୍ଡ, ରଙ୍ଗୋଲି ରଙ୍ଗରେ ରଙ୍ଗେଇଛନ୍ତି ରାଉରକେଲା, ରାହାଗିରି ଉତ୍ସବରେ ରାସ୍ତାର ଛାତିରେ ବିଶାଳ ମୁରୁଜ ଆଙ୍କି ଜାତୀୟ ସ୍ତରର ରେକର୍ଡ ବୁକରେ ଯୋଡ଼ିଛନ୍ତି ନାଁ। ଯାହାକୁ ପ୍ରଶଂସା କରୁଛି ସାରା ରାଜ୍ୟ।
୨୦୦ କେଜି ମୁରୁଜରେ ୨୦୦ ୫୦ ଫୁଟ ର Hocky world cup trophy ଆଙ୍କିଛି ମିଶନ ରାଉରକେଲା। ଦେଶର ସବୁଠୁ ଉଚ୍ଚ ମୁରୁଜ ଭାବେ ମିଳିଛି ସଫଳତାର ସାର୍ଟିଫିକେଟ। ଏହି ସଫଳତା ପାଇଁ India Book of Records ରେ ସ୍ଥାନ ପାଇଛି ମିଶନ ରାଉରକେଲା ସଂଗଠନ। ସେମାନଙ୍କର ଏହି ପ୍ରୟାସ ରାଉରକେଲା ସୀମା ନେଇଁ ସାରା ଦେଶରେ ପହଞ୍ଚିଛି । ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ। ରାଉରକେଲା ମହାନଗର ନିଗମ ସମ୍ମୀଳନି କକ୍ଷରେ ଉତ୍ସବ ଆୟୋଜନ କରି ରାଉରକେଲା ମହାନଗର ନିଗମ ଅଧ୍ୟକ୍ଷ ଶୁଭଙ୍କର ମହାପାତ୍ର ଏବଂ ଡ଼େପୁଟି କମିଶନର ସୁଧାଂଶୁ ଭୋଇ ସାର୍ଟିଫିକେଟ ପ୍ରଦାନ କରି ମିଶନ ରାଉରକେଲାକୁ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହିତ ମିଶନ ରାଉରକେଲାର ଏ ରେକର୍ଡ ଜନିତ ସଫଳତା ପାଇଁ ସବୁଠୁ ଛୁଟୁଛି ପ୍ରଶଂସାର ସୁଅ।