ବିବାଦରେ ସାସଂଦଙ୍କ ଡକ୍ଟରେଟ୍ ଉପାଧି!

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବେ ଏକ ନୁଆ ବିବାଦରେ ଛନ୍ଦି ହୋଇଛନ୍ତି।ଆମେରିକାର ଏକ ବିଶ୍ୱବିଦ୍ୟାଳୟରୁ ସାଂସଦ ଅନୁଭବ ଡକ୍ଟରେଟ୍ ଉପାଧି ପାଇବା ନେଇ ରାଜ୍ୟ କଂଗ୍ରେସ ଓ ରାଜ୍ୟ ବିଜେପି ପ୍ରଶ୍ନ ଉଠାଇଛି। ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନ ଥାଇ କେଉଁ ବଳରେ ତାଙ୍କୁ ଏହି ଉପାଧି ଦିଆଯାଇଛି ସେସମ୍ବର୍କୀତ ତଦନ୍ତ କରି ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ଉଭୟ ଦଳ ଦାବୀ ରଖିଛନ୍ତି।
କେନ୍ଦ୍ରାପଡାରେ କନ୍ଦଳ
କେନ୍ଦ୍ରାପଡା ସାସଂଦଙ୍କ ବିବାଦୀୟ ଡକ୍ଟରେଟ୍ ଉପାଧୀକୁ ନେଇ ରାଜନୈତୀକ କନ୍ଦଳ ମୁଣ୍ଡ ଟେକୁଛି।କଂଗ୍ରେସ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର ଏ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଛନ୍ତି।ଅନୁଭବ ଯୁକ୍ତ ଦୁଇ ପାସ୍ କରିନଥିବା ସେ ଅଭିଯୋଗ କରିବା ସହିତ ଚଞ୍ଚକତାର ସହିତ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିବା ଓ ଡକ୍ଟରେଟ୍ ଉପାଧୀ ପାଇବାକୁ ନେଇ ସେ ଅଭିଯୋଗ କରିଛନ୍ତି।ଏପରିକି ତାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିବା ଶିକ୍ଷା ଅନୁଷ୍ଠାନର ନାଁ ପଞ୍ଜୀକୃତ ମଧ୍ୟ ହୋଇନାହିଁ।ନେଟରେ ସେ ଅନୁଷ୍ଠାନ ସମ୍ପର୍କୀତ କୌଣଷି ତଥ୍ୟ ନଥିଲା ବେଳେ କେଉଁ ଆଧାରରେ ତାଙ୍କୁ ଦିଲ୍ଲୀରେ ଆୟୋଜିତ India Intrenational center କାର୍ଯ୍ୟକ୍ରମରେ American National Universityରୁ ଏ ଉପାଧି ମିଳିଛି ସେ ସମ୍ପର୍କରେ ନିଜେ ସାମ୍ନାକୁ ଆସି ଏହା ଉପରୁ ପରଦା ହଟାଇବା ଉଚିତ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି। ତେଣୁ ସାଂସଦ ଅନୁଭବ ସାମ୍ନାକୁ ଆସି ଏହା ଉପରେ ସ୍ପଷ୍ଟ କରିବା ସହ ସମସ୍ତଙ୍କ ସନ୍ଦେହ ଦୂର କରିବା ଉଚିତ ବୋଲି ସେମାନେ ଦାବୀ ରଖିଛନ୍ତି।

Connect With Us