ଅଲ୍ ଆର୍ ନଟ୍ ଗୁଡ୍ ଇନ୍ ଟିମ୍ ଇଣ୍ଡିଆ

ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆରେ ଅନେକ ବିବାଦ। ବିରାଟ କୋହଲି ଦିନିକିଆ ସିରିଜରୁ ନିଜ ନାଁ ପ୍ରତ୍ୟାହୃତ କରି ନେଇଥିବା ଆଲୋଚନା ହେଉଛି। ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ କ୍ୟାପଟେନରୁ ହଟାଇବା ପରେ ସେ ଏମିତି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ୧୧ ଜାନୁୟାରୀରେ ଖେଳାଯିବ।ସେଦିନ ତାଙ୍କ ଝିଅର ଜନ୍ମଦିନ ଥିବାରୁ ସେ ଖେଳ ଛାଡି ପରିବାରକୁ ସମୟ ଦେବାକୁ ଉଚିତ୍ ମନେ କରି ଛୁଟିନେବା ପାଇଁ କହିଛନ୍ତି।

ହଟିଲେ କୋହଲି !
ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତଙ୍କୁ ଦାୟିତ୍ୱ ଦେବା ପରେ ସେ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି କି ବିରାଟ କ୍ୟାପଟେନସି ଛାଡୁନଥିଲେ। ତେଣୁ ତାଙ୍କୁ ହଟାଇବାକୁ ସିଲେକ୍ସନ କମିଟି ବୋର୍ଡ ମିଳିତ ବୈଠକ କରି ବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ କ୍ରିକେଟରେ ଅଲଗା ଅଲଗା କ୍ୟାପଟେନ୍ ରଖାଯିବାର ନିୟମ ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।ସେଥିପାଇଁ ରୋହିତ ଉଭୟ ଟି-୨୦ ଏବଂ ଦିନିକିଆ ଅଧିନାୟକ ରହିବେ ବୋଲି ସ୍ଥିର କରାଯାଇଛି। ଆହତ ଜନିତ କାରଣ ଦର୍ଶାଇ ଟେଷ୍ଟର ଉପ ଅଧିନାୟକ ରୋହିତ ଶର୍ମା ୩ ସପ୍ତାହ ପାଇଁ ନ ଖେଳିବାର ନିଷ୍ପତ୍ତି ଟିମ୍ ଇଣ୍ଡିଆ ପାଇଁ ବଡ ଧରଣର କ୍ଷତି ଆଣିପାରେ ବୋଲି ଚର୍ଚ୍ଚା ହେଉଛି।
Connect With Us