Group Captain Varun Singh Dies, Was Sole Survivor of Chopper Crash

ଡିସେମ୍ବର ୮ ରେ ତାମିଲନାଡୁ କୁନ୍ନୁରରେ  ଘଟିଥିବା ବାୟୁସେନା ଚପର କ୍ରାସ୍ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି।ଏହି ଦୁର୍ଘଟଣାରେ ଦେଶ ବୀରପୁତ୍ର ସିଡିଏସ୍ ବିପିନ୍ ରାୱତଙ୍କ ସମେତ ୧୩ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ହରାଇଛି।ଦୁର୍ଘଟଣା ପରେ ଜୀବିତ ଥିବା ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କ ପରଲୋକ ହୋଇଛି।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।ବେଙ୍ଗଲୁରୁସ୍ଥିତ ସେନା କମାଣ୍ଡ ହସ୍ପିଟାଲରେ ବରୁଣ ସିଂହଙ୍କ ମୃତ୍ୟୁ ହୋଇଛି।

ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ

ଶେଷ ସଙ୍ଘର୍ଷ 
ହେଲିକପ୍ଟରରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୪ ଜଣ ରହିଥିଲେ।ପୂର୍ବରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଏକା ହିଁ ଜୀବିତ ଥିଲେ। ବରୁଣ ସିଂହ ହିଁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଦୁର୍ଘଟଣାରେ  ସଂକଟାପନ୍ନ ହୋଇ ବରୁଣ ସେ ଚିକିତ୍ସାଧୀନ ଥିଲେ।ତାଙ୍କୁ ପ୍ରଥମେ ୱାଲିଙ୍ଗଟନ ସେନା ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବେଙ୍ଗଲୁରୁସ୍ଥିତ ସେନା କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଏକ ସପ୍ତାହ ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ବରୁଣ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।