୨୦୨୪ ନିର୍ବାଚନ ପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବିଭିନ୍ନ ଦଳ। ଜାତୀୟ ଓ ଆଞ୍ଚଳିକ ଦଳ ବି ଏବେ ମିଶନ ମୋଡରେ। ଯଦି ନିର୍ବାଚନ ହୁଏ କେଉଁ ଦଳର  ପଲ୍ଲା ଭାରି ରହିବ? ସରକାର କିଏ ଗଢିବ  ଏନେଇ ଅଙ୍କକଶା ଆରମ୍ଭ ହୋଇ ଯାଇଛି। ଏ ସବୁକୁ ନେଇ  ଇଣ୍ଡିଆ ଟୁଡେ ସି ଭୋଟର ସହ ମିଶି ସାରା ଦେଶରେ ମୁଡ ଅଫ ନେସନ ନାଁରେ ଏକ ସର୍ଭେ କରିଛି। ଯାହାର ରେଜଲ୍ଟ ବିଜେପି ସପକ୍ଷରେ ଅଛି।

NDA ସପକ୍ଷରେ ମୁଡ ଅଫ ନେସନ
ଜାନୁୟାରୀ ୨୦୨୩ରେ ଇଣ୍ଡିଆ ଟୁ ଡ଼େ ମୁଡ ଅଫ ନେସନ ନାଁରେ ଏକ ସର୍ଭେ କରିଥିଲା। C-Voter ସର୍ଭେ ଅନୁଯାୟୀ ସର୍ଭେ ରିପୋର୍ଟ ଅନୁସାରେ ଯଦି ନିର୍ବାଚନ ହୁଏ ତେବେ NDA ପୁଣି ସରକାର ଗଠନ କରିବ ଅର୍ଥାତ ବିଜେପି ପୁଣି କ୍ଷମତାକୁ ଫେରିବ। ୨୦୧୯ ଅପେକ୍ଷା UPA ଭଲ କରିବ ବୋଲି  ସର୍ଭେ ରିପୋର୍ଟ କହୁଛି।

ସର୍ଭେ ରିପୋର୍ଟ ଅନୁଯାୟୀ କାହାକୁ ମିଳିବ କେତେ ଫାଇଦା
କେଉଁ ରାଜ୍ୟରେ NDA ଓ କେଉଁ ରାଜ୍ୟରେ UPA ମେଂଟକୁ ଫାଇଦା ମିଳିବ ସେ ନେଇ ମଧ୍ୟ ସର୍ଭେ କରାଯାଇଛି। ଇଣ୍ଡିଆ ଟୁଡେର C-Voter ମୁଡ ଅଫ ନେସନ ସର୍ଭେରେ ପୁଣି NDA ସରକାର ଫେରିବା ନେଇ ଅନୁମାନ କରାଯାଉଛି। ସର୍ଭେ ରିପୋର୍ଟ ଅନୁସାରେ NDAକୁ ୨୯୮ ଆସନ, UPA କୁ ୧୫୩ ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିପାରେ। ସେହିପରି NDA କୁ ୪୩ ପ୍ରତିଶତ,UPA କୁ ୨୯ ପ୍ରତିଶତ ଓ ଅନ୍ୟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ରହିଛି ବିଜେପିକୁ ୩୯ ପ୍ରତିଶତ ଭୋଟ, କଂଗ୍ରେସକୁ ୨୨ ପ୍ରତିଶତ ଓ ଅନ୍ୟ ଦଳକୁ ୩୯ ପ୍ରତିଶତ ଭୋଟ ସେୟାର ମିଳିବା ଆକଳନ କରିଛି ଇଣ୍ଡିଆଟୁଡେ- C-Voter। ଆଗାମୀ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ NDA ସର୍ଭେ ରିପୋର୍ଟ ଅନୁସାରେ NDAକୁ ଆସାମ, ତେଲେଙ୍ଗାନା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିବ। ସେହିପରି UPAକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାରରେ ଅଧିକ ଆସନ ମିଳିପାରେ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।