ବଢ଼ୁଛି ଅତର ଅଡୁଆ….

ଅତର ପାଇଁ ଏବେ ଅଡୁଆରେ ବ୍ୟବସାୟୀ।କନ୍ନୌଜସ୍ଥିତ ଅତର ବ୍ୟବସାୟୀ ପୁଷ୍ପରାଜ ଜୈନଙ୍କ ବାସଭବନ ଏବଂ କାରଖାନା ଉପରେ ଚଢାଉ କରାଯାଇଛି।ପୁଷ୍ପରାଜ ଜୈନ ସମାଜପାଦି ପାର୍ଟି ବିଧାନ ପରିଷଦ ସଦସ୍ୟ ଅଟନ୍ତି।ସେ ଅଖିଳେଶ ଯାଦବଙ୍କ ନିକଟତର ଅଟନ୍ତି ଏବଂ ନିକଟରେ ସମାଜବାଦି ଅତର ଲଞ୍ଚ କରିଛନ୍ତି।ଲକ୍ଷ୍ନୌ, କାନପୁର, କନ୍ନୌଜଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ସର୍ଚ୍ଚ ଅପରେସନ କରାଯାଉଥିବା ଅଧିକାରୀ କହିଛନ୍ତି।ସୂତ୍ରରୁ ପ୍ରକାଶ ଯେ ପୁଷ୍ପରାଜଙ୍କ ବ୍ୟବସାୟ ସହ ଜଡିତ କେତେକ ସଂସ୍ଥାର ଏକାଧିକ ସ୍ଥାନ ବିଭାଗ ଖୋଜୁଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହେଲାପରେ ତାଙ୍କଠାରୁ ବିପୁଳ ଧନସମ୍ପତ୍ତି ଜବତ୍ କରାଯାଇଛି।

ପୁଷ୍ପରାଜ ଜୈନ
ଭାରି ପଡିଲା କି ସମାଜବାଦୀ ଅତର!
ନିକଟରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ (ସିବିଆଇସି) ଅଧୀନରେ ଥିବା ଏକ ଅନୁସନ୍ଧାନକାରୀ ସଂସ୍ଥା ଜିଏସ୍ଟି ଇଣ୍ଟେଲିଜେନ୍ସ (ଡିଜିଜିଏ) ଜେନେରାଲ ନିକଟରେ କାନପୁର ଏବଂ କନ୍ନୌଜରେ ବଡ଼ ଧରଣର ଚଢାଉ କରି ଅତର ବ୍ୟବସାୟୀ ପିୟୁଷ ଜୈନଙ୍କୁ ଗିରଫ କରି ୨୬ କିଲୋଗ୍ରାମ ସୁନା ଏବଂ ବିପୁଳ ପରିମାଣର ଚନ୍ଦନ ତେଲ ବ୍ୟତୀତ ନଗଦ ୧୯୭ କୋଟିରୁ ଅଧିକ ଟଙ୍କା ଜବତ କରିଛି।ସମାଜବାଦୀ ପାର୍ଟି ପାଇଁ ଅତର ବ୍ୟବସାୟ କରି ଏହି ବ୍ୟବସାୟୀ ଲୋକଲୋଚନକୁ ଆସିବା ସହ ଆୟକର ବିଭାଗର ନଜରକୁ ବସିଥିବା ଚର୍ଚ୍ଚା ହେଉଛି।
Connect With Us