ଘରୋଇ କଲେଜକୁ ପ୍ରୋତ୍ସାହନ: ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା

ବିଶ୍ୱବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଲାଗିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ୮ଟି କୋର୍ସ ବନ୍ଦ ହେବା ସହ ରେଭେନ୍ସା ମଧ୍ୟ ତାର ୭ଟି କୋର୍ସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ୫୦ ପ୍ରତିଶତ ସିଟ୍ ହ୍ରାସ ପାଇଛି। ରାଜଭବନରୁ ଏପ୍ରିଲ୍ ୧୨ରେ ଜାରୀ ହୋଇଥିବା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏହି ନିଷ୍ପତ୍ତି ନେଇଛନ୍ତି।

ଉଚ୍ଚଶିକ୍ଷା ବିଭାଗ ତଥା ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ରଙ୍କ ନିଷ୍ପତ୍ତି ଅନୁସାରେ,ଉତ୍କଳ ବିଶ୍ୱବିଦ୍ୟାଳୟରେ ୮ଟି ଏବଂ ରେଭେନ୍ସା ଏକକ ବିଶ୍ୱବିଦ୍ୟାଳୟର ୭ଟି କୋର୍ସ ବନ୍ଦ ହୋଇଯିବ। ଏଥିସହ ବାକି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ୫୦ ପ୍ରତିଶତ ସିଟ୍ ହ୍ରାସ ପାଇବ। ରାଜଭବନରୁ ଏପ୍ରିଲ୍ ୧୨ରେ ଜାରୀ ବିଜ୍ଞପ୍ତି ଆଧାରରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।
ଓଡ଼ିଶା ସରକାର ନୀରବ!
ରାଜଭବନର ଏଭଳି ନିର୍ଦ୍ଦେଶ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପ୍ରତି ନକରାତ୍ମକ ପ୍ରଭାବ ପକାଇପାରେ। କିନ୍ତୁ ଏଭଳି ସ୍ପର୍ଷକାତର ପ୍ରସଙ୍ଗରେ ନୀରବ ରହିଛନ୍ତି ଓଡ଼ିଶା ସରକାର। ସେପଟେ ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ କଟକଣାକ, ଛାତ୍ରଛାତ୍ରୀ ଅସନ୍ତୋଷକୁ ଜନ୍ମ ଦେଇଛି। ସରକାରୀ ବିଶ୍ୱବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ କଟକଣା ଯୋଗୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଲାଭବାନ ହେବେ।
ଏକ ସରକାରୀ ବିଶ୍ୱବିଦ୍ୟାଳୟରେ ଜଣେ ମେଧାବୀ ଛାତ୍ର ୪୦ରୁ ୫୦ହଜାର ଖର୍ଚ୍ଚ କରି ପଢ଼ିବା ସମ୍ଭବ ହେଉଛି। ଅନ୍ୟପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନରେ ସମାନ ପାଠ୍ୟକ୍ରମର ପଢ଼ା ପାଇଁ ୫ରୁ ୬ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। ଉଦାହରଣ ସୂରପ ସରକାରୀ ବିଶ୍ୱବିଦ୍ୟାଳୟ ଅଧିନରେ BBA କୋର୍ସ ପାଇଁ ୪୫ରୁ ୭୫ ହଜାର ସରକାରୀ ଫି ଦେବାକୁ ପଡୁ ଥିବାବେଳେ, ଘରୋଇ ଶିକ୍ଷାନୁଷ୍ଠାନର ଫି ୪ରୁ ୮ଲକ୍ଷ ଖର୍ଚ୍ଚ କରିବାକୁ ପଡିବ।ସେହିଭଳି ନର୍ସିଂ, MBA ଓ ପିଜି ଆଦି କୋର୍ସ ପାଇଁ ଘରୋଇ କଲେଜରେ ଛାତ୍ରଛାତ୍ରୀଙ୍କୁ ୪ଗୁଣା ଅଧିକ ଖର୍ଚ୍ଚ କରିବାକୁ ପଡିବ।

ଘରୋଇ କଲେଜକୁ ପ୍ରୋତ୍ସାହନ!
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରି କାହିଁକି ଏଭଳି ପଦକ୍ଷେପ ନିଆଯାଉଛି ତାହା ଚିନ୍ତାଜନକ! କାହା ସ୍ୱାର୍ଥରେ ସରକାର ନିରବ ରହି ଏଭଳି ପ୍ରସଙ୍ଗକୁ ସହମତି ଦେଉଛନ୍ତି ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ଉପରେ ଏହାର କଣ ପ୍ରଭାବ ପଡିବ ଓ ସେମାନେ ଘରୋଇ କଲେଜରେ ପଢ଼ିବାକୁ ଏତେ ଟଙ୍କା କେଉଁଠୁ ପାଇବେ!
Connect With Us