ହଟିଲା ସ୍କୁଲ୍ ଦ୍ୱନ୍ଦ!

ସ୍କୁଲ ଖୋଲିବାକୁ ନେଇ ରହିଥିବା ସମସ୍ତ ଦ୍ୱନ୍ଦକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦୁର କରିଛନ୍ତି।ବାଧାପ୍ରାପ୍ତ ଶିକ୍ଷାକୁ ଅନୁଧ୍ୟାନ କରି ସେ ସ୍କୁଲ ଖୋଲିବାକୁ ନେଇ ମନରେ କୌଣସି ଦ୍ୱନ୍ଦ ନ ରଖିବାକୁ କହିଛନ୍ତି।ସ୍କୁଲ୍ ଖୋଲିବା ବା ବନ୍ଦରହିବାର ଦ୍ୱନ୍ଦ ଉପରୁ ପରଦା ହଟାଇ ସେ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି।ଆସନ୍ତା ୩ରେ ସ୍କୁଲ୍ ଖୋଲାହେବ।ଯେଉଁମାନେ ଚାହିଁବେ ସେମାନେ ଅନଲାଇନ୍ରେ ମଧ୍ୟ ପାଠ ପଢିପାରିବେ।କରୋନା ପାଇଁ ଶିକ୍ଷାକ୍ଷେତ୍ର ଉପରେ ଅନେକ ପ୍ରଭାବ ପଡ଼ିଲାଣି ତେଣୁ ୨୦୨୨ ରେ ସମସ୍ତ ପରୀକ୍ଷା ଠିକ୍ ସମୟରେ ହେବ ବୋଲି ବିଭାଗୀୟ ମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି।

ଛାତ୍ରଛାତ୍ରୀ
ଦୁଇ ବର୍ଷ ପରେ……
ଦୁଇ ବର୍ଷ ପରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ। ଜାନୁଆରି ୩ରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ୫ଟି ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ଶିକ୍ଷା ଆରମ୍ଭ କରାଯିବ।ଯେଉଁ ବିଦ୍ୟାଳୟରେ ଜାନୁଆରି ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ସମିଟିଭ୍୧ ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରି ୧୦ରୁ ଖୋଲିବ।ବିନା ମଧ୍ୟାହ୍ନ ଭୋଜନରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲିବ। ମଧ୍ୟାହ୍ନଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ପୂର୍ବ ଭଳି ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।
Connect With Us