Ravi-Shastri-Kohli

ଆସନ୍ତା ୨୧ତାରିଖରୁ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ୍। ପ୍ରାୟ ୪ବର୍ଷ ପରେ କଙ୍ଗାରୁ ବାହିନୀ ସହ ନିଜ ମାଟିରେ ଲଢ଼େଇ ପାଇଁ ଯାଉଛି ଟିମ୍ ଇଣ୍ଡିଆ। ତାପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କୋଚ୍ ରବି ଶାସ୍ତ୍ରୀ ଯାହା କହିଲେ ସମସ୍ତଙ୍କୁ ଚମକେଇ ଦେଇଛି। ବିଶ୍ୱକପ୍ ଖେଳିବାକୁ ଆଶା ରଖିଥିବା କିଛି କ୍ରିକେଟରଙ୍କୁ ଝଟକା ଲାଗିଥିବ। ବିଶେଷ କରି ୨୦୧୧ ବିଶ୍ୱବିଜେତା ଟିମର ହିରୋ ତଥା ଶେଷ ଓ୍ୱାର୍ଲଡ କପ୍ ଖେଳିବାକୁ ଆଶା ରଖିଥିବା ଯୁବରାଜ ସିଂହଙ୍କୁ ଶାସ୍ତ୍ରୀଙ୍କ ବୟାନ ଦୁଃଖିତ କରିଥିବ ନିହାତି। ସେହିପରି ୨୦୧୧ ବିଶ୍ୱକପ୍ ଟିମ୍ ସଦସ୍ୟ ଥିବା ସୁରେଶ ରୈନାଙ୍କୁ ବି ଓ୍ୱାର୍ଲଡ କପ୍ ଏଣ୍ଟ୍ରି ଟିକେଟ ମିଳିବ ନାହିଁ। ଏମିତି କଣ କହିଲେ ରବି ଶାସ୍ତ୍ରୀ ପଢନ୍ତୁ।
ବିଶ୍ୱକପ୍ ପର୍ଯ୍ୟନ୍ତ ପରିବର୍ତ୍ତନ ନାହିଁ Yuvraj-Raina(କ୍ରିଜରେ ଯୁବରାଜ-ରୈନା)
ଏକଦିବସୀୟ ଟିମରେ ଆଗକୁ କୌଣସି ପରିବର୍ତ୍ତନ କରାଯିବ ନାହିଁ। କାରଣ ୫ଜୁନରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବଡ଼ ମ୍ୟାଚକୁ ଓହ୍ଲାଇବ। ହାତରେ ମାତ୍ର ଆଉ ୧୩ଟି ମ୍ୟାଚ୍। ତେଣୁ ୧୫ ଜଣିଆ ଟିମରେ ପରିବର୍ତ୍ତନର ସମୟ ଶେଷ ହୋଇଛି। ଅର୍ଥାତ୍ ଏବେକାର ଟିମ୍ ବିଶ୍ୱକପ୍ ଖେଳିବା ଏକ ପ୍ରକାର ନିଶ୍ଚିତ। ରବି ଶାସ୍ତ୍ରୀଙ୍କ ମନ୍ତବ୍ୟରୁ ଏକଥା ବୁଝାପଡୁଛି ଯେ ଦଳରେ ଆଶାୟୀ ଖେଳାଳିଙ୍କ ବିଶ୍ୱକପ୍ ଏଣ୍ଟ୍ରିରେ ବ୍ରେକ୍ ଲାଗିଗଲା। ଫଳରେ ଯୁବରାଜ ସିଂହ, ସୁରେଶ ରୈନା ଓ ଆଜିଙ୍କ୍ୟ ରାହାଣେ ଭଳି କ୍ରିକେଟରଙ୍କୁ ବିଶ୍ୱକପରେ ମିସ୍ କରିବେ ଦର୍ଶକ।
ଫିଟନେସକୁ ଫୋକସ୍ Team-Indiaବିଶ୍ୱକପ୍ ପୂର୍ବରୁ ଆଉ ମାତ୍ର ୧୩ଟି ଦିନିକିଆ ମ୍ୟାଚ୍ ଖେଳିବ ଭାରତ । ଅଷ୍ଚ୍ରେଲିଆ ଗସ୍ତରେ ୩ଟିକିଆ ଶୃଙ୍ଖଳା ଓ ନ୍ୟୁଜିଲାଣ୍ଡ ଗସ୍ତରେ ୫ଟି ଓ୍ୱାନ୍ ଡେ ଖେଳିବ ଭାରତ। ପରେ ଏକଦିବସୀୟ ଶୃଙ୍ଖଳା ଖେଳିବାକୁ ଭାରତ ଗସ୍ତରେ ଆସିବ ଅଷ୍ଚ୍ରେଲିଆ। ସେତେବେଳେ ୫ ଟିକିଆ ଦିନିକିଆ ମ୍ୟାଚ୍ ରହିଛି। ଏଥିପାଇଁ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଫୋକସ କରାଯିବ ବୋଲି ରବି ଶାସ୍ତ୍ରୀ କହିଛନ୍ତି। ସର୍ବଶ୍ରେଷ୍ଠ ଟିମକୁ ନେଇ ବିଶ୍ୱକପ୍ ଅଭିଯାନରେ ବାହାରିବ ଟିମ୍ ଇଣ୍ଡିଆ । ଖେଳାଳିଙ୍କ ଫିଟନେସ୍ ଓ ଆହତ ସମସ୍ୟାକୁ ବେଶୀ ଧ୍ୟାନ ଦିଆଯିବ। ଯାହା ଫଳରେ ମଝିରେ ବଦଳ ଖେଳାଳିଙ୍କ ଏଣ୍ଟ୍ରି ସମସ୍ୟା ରହିବ ନାହିଁ ବୋଲି ରବି ଶାସ୍ତ୍ରୀ କହିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ବିଜୟୀ ହୋଇଛି। ଯଦିଓ ପୂର୍ବରୁ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ହାରିଥିଲା। ବିଶ୍ୱକପ୍ ପୂର୍ବରୁ ପୂର୍ବ ପରାଜୟର ତ୍ରୁଟିକୁ ସୁଧାରି ଆଗକୁ ବଢ଼ିବାକୁ ଦଳ ପୂରା ପ୍ରସ୍ତୁତି ଆରମ୍ଭ କରିଥିବା ରବି ଶାସ୍ତ୍ରୀ କହିଛନ୍ତି।
ସମ୍ଭାବ୍ୟ ବିଶ୍ୱକପ୍ ଟିମ୍India-Cricket-Teamବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧଓ୍ୱନ, ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନି, ଲୋକେଶ ରାହୁଲ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୁଷଭ ପନ୍ଥ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ଖଲିଲ ଅହମ୍ମଦ, କୁଳଦୀପ ଯାଦବ, ଯୁଜବେନ୍ଦର ଚହଲ