କିଏ ହେବେ ବିରୋଧିଙ୍କ ରାଷ୍ଟ୍ରପତି ପ୍ରାର୍ଥୀ:ଚର୍ଚ୍ଚାରେ ଯଶୱନ୍ତ ସିହ୍ନା

ଜୁଲାଇ ୧୮ରେ ଦେଶର ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଦେଶର ସର୍ବୋଚ୍ଚ ପଦବୀ ପାଇଁ ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ ସେଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ଏନସିପି ନେତା ଶରଦ ପାୱାରଙ୍କ ଘରେ ବିରୋଧି ଦଳଙ୍କ ବୈଠକ ହୋଇଛି। ଏଥିରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡି. ରାଜା, ପ୍ରଫୁଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଟିଏମସି ଯଶୱନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖିଛି।
I am grateful to Mamataji for the honour and prestige she bestowed on me in the TMC. Now a time has come when for a larger national cause I must step aside from the party to work for greater opposition unity. I am sure she approves of the step.
— Yashwant Sinha (@YashwantSinha) June 21, 2022
ରାଷ୍ଟ୍ରପତି ଲଢ଼େଇରେ ଯଶୱନ୍ତ
ଯଶବନ୍ତ ସିହ୍ନା ବିରୋଧୀଙ୍କ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ପ୍ରସ୍ତାବ ଦେଇଥିବା ବେଳେ ୧୯ ଦଳ ଏଥିରେ ସହମତି ପ୍ରକାଶ କରିଛନ୍ତି । ବିରୋଧୀ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରିବା ଏକପ୍ରକାର ସୁନିଶ୍ଚିନ୍ତ। ସିହ୍ନା ଏନେଇ ଟ୍ୱିଟରେ ମନ୍ତବ୍ୟ ରଖିଛନ୍ତି ।ସୂଚନା ଆନୁସାରେ ତୃଣମୂଳ କଂଗ୍ରେସରେ ବରିଷ୍ଠ ନେତା ଏହି ବିଷୟରେ ଆଲୋଚନା ପରେ ସହମତି ପ୍ରକାଶ କରିଛନ୍ତି ।ଶରଦ ପାୱାର, ଫାରୁକ ଅବଦୁଲ୍ଲା, ଗୋପାଳକୃଷ୍ଣ ଗାନ୍ଧୀ ପ୍ରାର୍ଥୀ ହେବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ।ଏହା ପରେ ବିରୋଧି ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରିଛନ୍ତି। ବିଜେପି ଛାଡି ଯଶବନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ।
Connect With Us