ବିଜୁବାବୁ ରାମାନନ୍ଦଙ୍କୁ ଉଦ୍ଧାର କରି ନ ଥିଲେ T.V ରେ ଆସି ପାରି ନ ଥାଆନ୍ତା ରାମାୟଣ ସିରିୟଲ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ପଲିଟିକାଲ୍ କ୍ୟାରୀୟର୍ ପାଇଁ ଯେତିକି ଲୋକ ଜାଣନ୍ତି ତାଠୁ ବେଶି ଫେମସ୍ କରିଛି ତାଙ୍କ ଡେୟାରନେସ। ପ୍ରତିକୁଳ ପରିସ୍ଥିତିରେ ସମସ୍ୟାର ସମାଧାନ ପାଇଁ ଆଗ ଖୋଜା ପଡୁଥିବା ନାଁ ଟି ହେଉଛି ବିଜୁବାବୁ। ଇଣ୍ଡିଆଠୁ ଆରମ୍ଭ କରି ଇଣ୍ଡୋନୋସିଆ ପର୍ଯ୍ୟନ୍ତ ସେ ବେଶ୍ ଫେମସ୍। ଇଣ୍ଡୋନୋସିଆର ରାଷ୍ଟ୍ରପତିଙ୍କ ଜୀବନ ବଞ୍ଚାଇ ନିଆରା ରେକର୍ଡ କରିଥିବା ବିଜୁବାବୁ ରାମାନନ୍ଦ ସାଗରଙ୍କର ମଧ୍ୟ ଜୀବନ ବଞ୍ଚାଇଥିଲେ। ରମାନନ୍ଦ ସାଗର ଯିଏକି ରାମାୟଣ ପାଇଁ ଘରେଘରେ ପରିଚିତ। ରମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର ତାଙ୍କ ଲିଖିତ An Epic Life: Ramanand Sagar From Barsaat to Ramayan ବହିରେ ବିଜୁ ବାବୁଙ୍କ ବୀରତ୍ୱ ଓ ସାହାସିକତାର ଏକ ଅନାଲୋଚିତ ଦିଗକୁ ସାମ୍ନାକୁ ଆଣିଛନ୍ତିl

ବିଜୁ ପଟ୍ଟନାୟକ ଓଡ଼ିଶା ତଥା ଭାରତ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଥିଲାବେଳେ ରାମାନନ୍ଦ ସାଗର ହୋଉଛନ୍ତି ଭାରତୀୟ ଫିଲ୍ମ ଓ ସିରିୟଲ୍ ଇଣ୍ଡଷ୍ଟ୍ରୀର ଫେମସ୍ ଚେହେରା। ଜଣେ ରାଜନୀତି ଓ ଅନ୍ୟଜଣେ କଳା ସଂସ୍କୃତିରେ ବିଶ୍ୱରେ ବିଦିତ। ଦେଶର ଏହି ଦୁଇ ମହାନ ବୀରପୁତ୍ରଙ୍କ ମଧ୍ୟରେ କିଛି ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା ଏମିତି ସମ୍ପର୍କ ଯାହା ହୁଏତ ଅନେକ ଲୋକ ଜାଣି ନାହାନ୍ତି। ରାମାନନ୍ଦ ସାଗରଙ୍କ ଜୀବନ ଉପରେ ଆଧାରିତ ପୁସ୍ତକର second chapter ରେ “ଏପିକ ଫ୍ରମ ଶ୍ରୀନଗର”ରେ ବିଜୁବାବୁଙ୍କ ହିରୋଗିରି ବଖାଣିଛନ୍ତି ପ୍ରେମାନନ୍ଦ ସାଗର। ୧୯୪୭ ଅକ୍ଟୋବର ୨୭ରେ ପାକିସ୍ତାନୀସେନା ପ୍ରୋତ୍ସାହନରେ କାଶ୍ମୀରରେ ଜିହ୍ୱାନ୍ଦୀ ଆକ୍ରମଣକରୀ ଶ୍ରୀନଗର କବଜା କଲାବେଳେ ଜୀବନ ବଞ୍ଚାଇବା ଆଶାରେ ପୁରା ତେର ଜଣିଆ ପରିବାର ଓ ଆତ୍ମୀୟଙ୍କ ସହ ଶ୍ରୀନଗର ବିମାନ ବନ୍ଦର ଚାଲିଆସିଥିଲେ ରାମାନନ୍ଦ ସାଗର। ଡାକୋଟା DC-3ରେ ଲୋକଙ୍କୁ ଉଦ୍ଧାର କରୁଥିଲେ ଦକ୍ଷ ପାଇଲଟ ବିଜୁ ପଟ୍ଟନାୟକ।

ସେ ସମୟରେ ଜୀବନକୁ ପ୍ରାଧାନ୍ୟ ଦେଇ କେବଳ ଲୋକଙ୍କୁ ହିଁ ଉଦ୍ଧାର କରାଯାଉଥିଲା। କୌଣଷି ଜିନିଷ ଆଣିବା ବାରଣ ଥିଲା।ଲୋକେ ଜୀବନ ବଞ୍ଚାଇବାକୁ ବିକଳ ହେଉଥିବା ବେଳେ ସାଙ୍ଗରେ ଏକ ଟ୍ରଙ୍କ ଆଣିଥିବାରୁ ବିଜୁବାବୁ ବିରକ୍ତ ହୋଇଥିଲେ। ମାତ୍ର ସେହି ଟ୍ରଙ୍କରେ ତାଙ୍କ ଚର୍ଚିତ ଉପନ୍ୟାସ ଏବଂ Aur Insaan Margaya ପାଣ୍ଡୁଲିପି ଥିବା ବିଜୁବାବୁଙ୍କୁ ଜଣାଇବା ପରେ ରାମାନନ୍ଦ ସାଗରଙ୍କୁ ଚିହ୍ନିବା ସହ ନିଜ କୁ ଦୋଷୀଭାବି ତାଙ୍କୁ କ୍ଷମା ମାଗିଥିଲେ ବିଜୁବାବୁ।

ରମାନନ୍ଦ ସାଗରଙ୍କୁ ରକ୍ଷା କରି ନୁଆ ଜୀବନ ଦେଇଥିଲେ ଦୁର୍ଦ୍ଦଶ ପାଇଲଟ ବିଜୁ ପଟ୍ଟନାୟକ। ପ୍ରେମ ସାଗରଙ୍କ ଭାଷାରେ ଯଦି ସେଦିନ ବିଜୁ ବାବୁ ସେଦିନ ରାମାନନ୍ଦଙ୍କୁ ଉଦ୍ଧାର କରି ନ ଥାନ୍ତେ ତେବେ ହୁଏତ ତାଙ୍କ କାଳଜୟୀ କୃତି ରାମାୟଣ ସାମ୍ନାକୁ ଆସି ପାରିନଥାନ୍ତା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us