HERO’ର ହିରୋ,ଭିଲେନ୍ ରୋଲରେ ମଧ୍ୟ ଦର୍ଶକଙ୍କ ମନ କିଣିଛନ୍ତି

ବଲିଉଡର ସୋ-ମ୍ୟାନ ସୁଭାଷ ଘାଇଙ୍କ ଫିଲ୍ମ HEROରେ ବଲିଉଡରେ 1983ରେ ଡେବ୍ୟୁ କରିଥିଲେ ଜ୍ୟାକି ଶ୍ରଫ୍। ଅପୋଜିଟରେ ଥିଲେ ନ୍ୟୁ କମର୍ ମୀନାକ୍ଷୀ ଶେଷାନ୍ଦ୍ରୀ। ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କ ମନ ଜିଣିଥିଲେ ଜ୍ୟାକି ଦାଦା। ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଛାପ ଛାଡିଛନ୍ତି। କେବଳ ନାୟକ ନୁହେଁ,ନେଗଟିଭ ରୋଲରେ ଅଭିନୟ କରିଛନ୍ତି ଜ୍ୟାକି ଶ୍ରଫ୍। ପରିନ୍ଦା,1942 ଏ ଲଭ ଷ୍ଟୋରୀ ଏବଂ ରଙ୍ଗିଲା ଚଳଚିତ୍ର ପାଇଁ ଫିଲ୍ମ ଫେୟାର ସମ୍ମାନ ପାଇଛନ୍ତି ଜ୍ୟାକି ଶ୍ରଫ୍। ତେବେ ଫିଲ୍ମ ମିଶନ-କାଶ୍ମୀରରେ ନେଗେଟିଭ ରୋଲ ପାଇଁ 2001ରେ ଫିଲ୍ମ ଫେୟାର ଆଓ୍ୱାର୍ଡ ଲାଗି ମନୋନୀତ ହୋଇଥିଲେ ଜ୍ୟାକି ଦାଦା।

ଭାଗମ ଭାଗ:2006ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଫିଲ୍ମରେ ଜ୍ୟାକି ଶ୍ରଫଙ୍କ ବ୍ୟତୀତ ଅକ୍ଷୟ କୁମାର,ଗୋବିନ୍ଦା ଓ ପରେଶ ରାୱଲ ଅଭିନୟ କରିଥିଲେ। ଫିଲ୍ମରେ ଜ୍ୟାକି ଶ୍ରଫ୍ ପୋଲିସ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ଏହା ନେଗେଟିଭ୍ ଥିଲା।
ହାପି ନ୍ୟୁ ଇୟର:ଶାହାରୁଖ,ଅଭିଷେକ୍ ବଚ୍ଚନ,ସୋନୁ ସୁଦ ଓ ଜ୍ୟାକି ଶ୍ରଫଙ୍କ ଅଭିନୀତ ଫିଲ୍ମ ହାପି ନ୍ୟୁ ଇୟର 2014ରେ ରିଲିଜ୍ ହୋଇଥିଲା। ଫରହା ଖାନଙ୍କ ନିର୍ଦ୍ଦେଶନାରେ ସେହି ଫିଲ୍ମରେ ଜ୍ୟାକି ଶ୍ରଫ୍ ଭିଲେନ୍ ଭୂମିକାରେ ନଜର ଆସିଥିଲେ।

ମିଶନ କଶ୍ମୀର:ହ୍ରିତିକ୍ ରୋଶନ ସଞ୍ଜୟ ଦତ୍ତଙ୍କ ସହ ମିଶନ କଶ୍ମୀର ଫିଲ୍ମରେ ଜ୍ୟାକି ଶ୍ରଫ୍ ଅଭିନୟ କରିଥିଲେ।ବିଧୁ ବିନୋଦ ଚୋପ୍ରା ନିର୍ଦ୍ଦେଶନା ଦେଇଥିବା ଫିଲ୍ମଟି 2001ରେ ରିଲିଜ୍ ହୋଇଥିଲା।ଫିଲ୍ମରେ ଜ୍ୟାକି ଶ୍ରଫ୍ ଆତଙ୍କବାଦୀ ଭୂମିକାରେ ଅଭିନୟ କରିଥିଲେ।
ଅପନା ସପନା ମନି ମନି:2006ରେ ରିଲିଜ୍ ହୋଇଥିବା ଫିଲ୍ମରେ ଜ୍ୟାକି ଶ୍ରଫଙ୍କ ନାମ କାରଲୋସ ଥିଲା। ଜ୍ୟାକିଙ୍କ ସମେତ ରିତେଶ ଦେଶମୁଖ,ଶ୍ରେୟସ ତଳପଡେ,ଚଙ୍କି ପାଣ୍ଡେ ଅଭିନୟ କରିଥିଲେ।
Connect With Us