ସ୍ପପ୍ନରେ ସଲମାନଙ୍କୁ ବିବାହ କରିଥିବା ପାକିସ୍ତାନ ଅଭିନେତ୍ରୀ,ଡେଟିଂରେ ଅଟକି ଗଲେ

‘ମେନ ପ୍ୟାର କିୟା’ର ରୋମାଣ୍ଟିକ୍ ହିରୋ ସଲମାନଙ୍କ,ପର୍ସନାଲ ଲାଇଫରେ ଅନେକ ହିରୋଇନଙ୍କ ସହ ଆଫାୟର୍ସ ରହିଲା।ପାକିସ୍ତାନ ଅଭିନେତ୍ରୀ ସୋମି ଅଲ୍ଲୀଙ୍କ,ସଙ୍ଗୀତା ବିଜଲାନିଙ୍କ ସହ ଡେଟ୍ କଲେ।ନୀଳ ନୟନା ଏର୍ଶ୍ୱାୟ ରାୟ,ବଲିଉଡର ହଟ୍ ଗର୍ଲ କ୍ୟାଟ୍ରିନାଙ୍କ ସହ ସଲମାନ ମ୍ୟାରେଜ୍ କରୁଛନ୍ତି ବୋଲି ଗସପି ମଧ୍ୟ ଚାଲିଲା।କିନ୍ତୁ ବଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚଲର ଟ୍ୟାଗ୍,ଲାଗିଥିବା ସଲମାନଙ୍କୁ ୫୦ ଟପିଲାଣି,ତଥାପି ତାଙ୍କୁ ମିଳୁନି ଜୀବନ ସାଥି।

ତେବେ ଦବଙ୍ଗ ଷ୍ଟାର ସଲମାନଙ୍କ ସହ ସମ୍ପର୍କକୁ ନେଇ ନିଜ ବାୟୋପିକରେ ପ୍ରକାଶ କରିଛନ୍ତି ପାକିସ୍ତାନ ଅଭିନେତ୍ରୀ ସୋମି ଅଲ୍ଲୀ। 10ଟି ହିନ୍ଦୀ ସିନେମାରେ ଅଭିନୟ କରିଥିବା ସୋମି,1997ରେ ବଲିଉଡ ଛାଡି ନିର୍ଦ୍ଦେଶନା ଶିଖିବା ପାଇଁ ଆମେରିକା ଚାଲି ଗଲେ।ଏକ ଇଣ୍ଟରଭ୍ୟୁରେ ସୋମି ଅଲ୍ଲୀ କହିଥିଲେ ଯେ‘ମେନେ ପ୍ୟାର କିୟା’ଦେଖିବା ପରେ ସେ ଦିୱାନୀ ହୋଇ ଯାଇଥିଲେ। ଏପରିକି ସଲମାନଙ୍କ ସହ ତାଙ୍କର ବିବାହ ହୋଇଥିବା ରାତିରେ ସ୍ୱପ୍ନ ଦେଖିଥିଲେ ସୋମି। ନିଦ ଭାଙ୍ଗିବା ପରେ ଭାରତ ଆସିବା ପାଇଁ ପ୍ୟାକିଂ କରିଥିଲେ ସୋମି। ହେଲେ ତାଙ୍କର ମାଆ ରାଗି ଯାଇଥିଲେ।

ସେତେବେଳକୁ ସୋମିଙ୍କୁ ମାତ୍ର ୧୬ ବର୍ଷ। ଏହାପରେ ସଲମାନଙ୍କ ପାଇଁ ଭାରତରେ ପହଞ୍ଚିଥିଲେ ସୋମି।1991ରୁ 1997ରେ ଭାରତରେ ରହିବା ଭିତରେ ସଲମାନଙ୍କ ସହ ସମ୍ପର୍କ ରଖିଥିଲେ ସୋମି ।ସଲମାନ ମଧ୍ୟ ସୋମିଙ୍କୁ ନେଇ ସିରିୟସ ଥିଲେ। ଏପରିକି ଦୁହେଁ ଏକାଠି ଫିଲ୍ମ କରିଥିଲେ। କିନ୍ତୁ ସଲମାନଙ୍କ କ୍ରୋଧୀ ସ୍ୱଭାବ ଯୋଗୁ ଏହି ସମ୍ପର୍କରେ ଫାଟ ଦେଖା ଦେଇଥିଲା।ଦିନେ ସଲମାନ ଏତେ ରାଗି ଯାଇଥିଲେ ଯେ ସୋମିଙ୍କ ମୁଣ୍ଡରେ କୋଲ୍ଡ ଡ୍ରିଙ୍କସ ବୋତଲ ପିଟି ଦେଇଥିଲେ। ତେବେ ସୋମୀ ଏହାକୁ ଖଣ୍ଡନ କରିଥିଲେ।

Connect With Us