ଏନକାଉଣ୍ଟର୍ ଏ ଶବ୍ଦ ଶୁଣିଲା ମାତ୍ରେ ମନ ଭିତରେ ଏଣ୍ଟ୍ରି କରେ ଭୟର ବାତାବରଣ। କେଉଁ ଏକ ଅଦ୍ଭୁତ ଶୀହରଣରେ ଖେିଳିଯାଏ ଅଜବ ଭାବନା, ଭୟ ଆଶଙ୍କା ଓ ବ୍ୟତିବ୍ୟସ୍ତତାର ତୀର୍ଯକ୍ କୀରଣରେ ମନରେ ଜମାଟ ବାନ୍ଧେ ଅନେକ କଳ୍ପନା। ପୋଲିସ୍ ଓ ଅପରାଧୀର ଛକାପଞ୍ଝା ଖେଳ ଭିତରେ ବନ୍ଧୁକର ବୁଲେଟରେ ବୋଲ୍ଡ ଅକ୍ଷରରେ ଲେଖାଯାଏ ଦ ଏଣ୍ଡ୍ ଚାପ୍ଟର ଏନକାଉଣ୍ଟର୍। ଭାରତରେ ଏଯାବତ୍ ଅନେକ ଏନକାଉଣ୍ଟର୍ ହୋଇଛି,ଗୁଣ୍ଡାରାଜ୍ ଉପରେ ରୋକ୍ ଲଗାଇବାକୁ ବର୍ଦ୍ଦିର ବାଦଶାହା ମାନେ ଗୁଳିରେ ହୋଲି ଖେଳିବାକୁ ବି ପଛଘୁଞ୍ଚା ଦେଇନାହାନ୍ତି। ଅନେକ ସମୟରେ ଏନକାଉଣ୍ଟର ନାଁରେ ବର୍ଦ୍ଦିର ସଉଦା ବି ହେଇଛି। ମାତ୍ର ଏମିତି କିଛି ରିୟଲ୍ ଷ୍ଟୋରୀ ରହିଛି ଯାହା ଆଜିଯାଏ ରହସ୍ୟ। ଏନକାଉଣ୍ଟରର ଲମ୍ବା ଲିଷ୍ଟ ଭିତରୁ ଟପ୍ ରେ ରହିଥିବା ଭାରତର ପ୍ରଥମ ଏନକାଉଣ୍ଟର୍ ମାନ୍ୟା ସୁରଭେର ଷ୍ଟୋରୀ ଯେତିକି ଭୟଙ୍କର ସେତିକି ରୋମାଞ୍ଚକର। ଯେଉଁଥିରେ ଗୁଣ୍ଡାଗର୍ଦ୍ଦିର ଗୋଳାବାରୁଦ ତ ରହିଛି ଆଉ ତା ସହିତ ଅନ୍ କମ୍ପାରେବଲ୍ ଡେୟାରନେସ୍ ସାଙ୍ଗକୁ ଅନ୍ ଫର୍ଗେଟଗବଲ୍ ଲଭ୍ ଷ୍ଟୋରୀ।
ମନୋହରରୁ ମାନ୍ୟା
ଭାରତର ପ୍ରଥମ ହିନ୍ଦୁ ଡନ୍ ଭାବରେ ଚହଳ ପକାଇଥିବା ମାନ୍ୟା ସୁର୍ଭେ ର ନାଁ ଥିଲା ମନୋହର୍ ଅର୍ଜୁନ୍ ସୁର୍ଭେ।୧୯୪୪ ମସିହା ଅଗଷ୍ଟ ୮ ତାରିଖରେ ମହାରାଷ୍ଟ୍ରର ରତ୍ନଗିରିର ରମ୍ପର ଗାଁରେ ମନୋହରର ଜନ୍ମ। ମନୋହର ଅତି ଶାନ୍ତ,ସରଳ ଓ ଶୁଶୀଳ ସ୍ୱଭାବର ଥିଲା।୧୯୫୨ ମସିହାରେ ସେ ତା ମାଙ୍କ ସହିତ ମୁମ୍ବାଇ ଆସି ଲୋୟର ପରେଳ୍ ଗଳିରେ ରହୁଥିଲାା ସେ ଖୁବ୍ ଭଲ ପାଠ ପଢ଼ୁଥିଲା।ଦଶମ ପରୀକ୍ଷାରେ ୭୯ ପ୍ରତିଶତ ନମ୍ବର ରଖିବା ସହ ଯୁକ୍ତ୨ ପରୀକ୍ଷାରେ ମଧ୍ୟ ସେ ଖୁବ୍ ଭଲ ରେଜଲ୍ଟ କରିଥିଲା। ଜଣେ ମେଧାବୀ ଛାତ୍ର ଭାବରେ ସୁନ୍ଦର ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିବା ମନୋହର ଜୀବନରେ ଏପରି କିଛି ଘଟଣା ଘଟିଗଲା ଯାହା ତାକୁ ମନୋହରରୁ ସଜେଇଦେଇଥିଲା ମାନିଆ ସୁର୍ଭେ।
ସରଳ ମନୋହରରୁ ମନ୍ୟାଡନ୍
ଜୀବନରେ ବେଳେବେଳେ ଏପରି ମୋଡ ଆସେ ଯାହା କେବଳ ପରିବର୍ତ୍ତନର ଛିଟା ଆଣେ ତାହା ନୁହେଁ ବରଂ ବୀପରୀତମୁଖୀ ବ୍ୟକ୍ତିତ୍ୱର ବରଣମାଳା ପିନ୍ଧାଇଦିଏ। ମନୋହର କ୍ଷେତ୍ରରେ ବି ଠିକ୍ ସେମିତି ହିଁ ହୋଇଥିଲା। କୀର୍ତ୍ତି କଲେଜରୁ ୭୮ ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ମେଧାବୀ ଛାତ୍ର ହାତରେ ପଡିଥିବା ହାତକଡିରେ ସେଦିନ ଲେଖା ହୋଇ ଯାଇଥିଲା ଗୋଟାଏ ଡେୟାରିଙ୍ଗ ଡନର କାହାଣୀ। ବଡଭାଇ ଭାର୍ଗବ୍ ହତ୍ୟାକରିଥିବା ଦାଣ୍ଡେକର ହତ୍ୟା ମାମଲାରେ ନିର୍ଦ୍ଦୋଶ ମନୋହରକୁ ବି ଗିରଫ କରାଯାଇଥିଲା। ସେଇଠୁ ସରଳ ମନୋହର ସାଜିଯାଇଥିଲା ମନ୍ୟାଡନ୍।
ଗୁହ୍ନେଗାରରୁ ୟାଦଗାର୍
ମେଧାବୀ ମନୋହର ହାତରେ ବିନା ଦୋଷରେ ହାତକଡି ପଡିବା ପରେ ତାକୁ ପୁନେର ୟେରବଡା ଜେଲରେ ରଖାଯାଇଥଲା। ଜେଲରେ କେବଳ ସେ ତାର ସମ୍ମାନ କି ସ୍ୱପ୍ନ ନୁହେଁ ତା ପ୍ରେମକୁ ବି ଦୋଛକିରେ ଛିଡାକରି ଦେଇଥିଲା ସମୟ। ଜେଲରେ ମନୋହରର ବଡଭାଇ ଭାର୍ଗବକୁ ସୁହାସ ଭଟ୍ଟେକର ହତ୍ୟା କଲାପରେ ମନୋହରର ସମସ୍ତ ସରଳତା ସୀମା ଟପିସାରିଥିଲା। ବିନା ଦୋଷରେ ଜେଲ୍ ଯିବା ସହ ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖିବା ପରେ ସେ ସମ୍ପୁର୍ଣ୍ଣ ବଦଳି ଯାଇଥଲା। ଜେଲରେ ସେ ସୁହାସ୍ ଭଟ୍ଟେକରକୁ ହତ୍ୟା କରି ପ୍ରତିଶୋଧ ନେଲା ପରେ ୧୯୭୯ ନଭେମ୍ବର ୧୪ରେ ଜେଲରୁ ଖସିବାରେ ସଫଳ ହୋଇଥିଲା। ଜଣେ ମେଧାବୀ ଛାତ୍ରରୁ ଡନ୍ ସାଜିଥିବା ମାନ୍ୟାର ନା ଭାରତର ସବୁଠୁ ଶିକ୍ଷିତ ଡନ୍ ଭାବରେ ବେଶ୍ ସ୍ମରଣୀୟ।
ଡୋଙ୍ଗ୍ରୀ ଟୁ ଦୁବାଇ
ମାନ୍ୟା ସୁର୍ଭେ ଉପରେ ଆଧାରିତ ବହି ଡୋଙ୍ଗ୍ରୀ ଟୁ ଦୁବାଇରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ୧୯୭୯ ରେ ମାନ୍ୟା ଜେଲରୁ ଫେରିବା ପରେ ଶେକ୍ ମୁନୀର୍ ଓ ବିଷ୍ଣୁ ପାଟିଲ ସହ ମୁମ୍ବାଇରେ ରହୁଥିଲା। ୧୯୮୦ରେ ମୁମ୍ବାଇରେ ଚହଳ ପକାଇଥିବା ଡନ୍ ଦାଉଦର ଭାଇ ସବୀର ସହ ମନୋହରର ଝଗଡା ହେବା ପରେ ସେ ଏକ ଗ୍ୟାଙ୍ଗ ତିଆରି କରିବାର ନିଷ୍ପତ୍ତି ନେଇଥିଲା। ତାଙ୍କ ଗ୍ୟାଙ୍ଗରେ ଉଦୟ ସାମିଲ୍ ହେବାପରେ ସେ ରାଜୁତି କରିବା ଆରମ୍ଭ କରିଦେଲେ। ୧୯୮୦ ଅପ୍ରେଲ୍ ୫ରେ ପ୍ରଥମେ ଏକ ଆମ୍ବାସଡର ଗାଡି ଚୋରୀ କରିବା ଓ ତାପରେ ଲକ୍ଷ୍ମୀ ଟ୍ରେଡିଂରୁ ଲୁଟ୍ କରିବା ପରେ ଧିରେଧିରେ ମାନ୍ୟା ଗ୍ୟାଙ୍ଗ ମୁମ୍ବାଇରେ ତାର କାୟା ବିସ୍ତାର କରିଚାଲିଲା। ସେ ସମୟରେ ଦାଉଦ୍ ଓ ପଠାନ ଗ୍ୟାଙ୍ଗ ମଧ୍ୟରେ ତିକ୍ତତା ହେଲା ପରେ ପଠାନ୍ ଗ୍ୟାଙ୍ଗ ଦାଉଦର ଭାଇ ସବୀରକୁ ମାରିବାକୁ ମାନ୍ୟାର ସାହାଯ୍ୟ ମାଗିଥିଲେ। ଯାହା ମାନ୍ୟାକୁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଥିଲା। ସବୀରକୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ସାମ୍ନା ପେଟ୍ରୋଲ ପମ୍ପରେ ହତ୍ୟା କରି ମୁମ୍ବାଇର ୱାନ୍ ମ୍ୟାନ୍ ଡନ୍ ସାଜିଯାଇଥିଲା ମାନ୍ୟା।
ଏନକାଉଣ୍ଟରର ଏଣ୍ଟାୟାର୍ ଇଭେଣ୍ଟ
ସବୀର ହତ୍ୟା ପରେ ମାନ୍ୟା ମୁମ୍ବାଇର ନଂ ୱାନ୍ ଡନ୍ ସାଜିଯାଇଥିଲା। ତାକୁ ଆରେଷ୍ଟ କରିବା ସେ ସମୟରେ ପୋଲିସ୍ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା। ମାନ୍ୟାର ପ୍ରେମିକା ବିଦ୍ୟାକୁ ମାଧ୍ୟମ କରି ମୁମ୍ବାଇ ପୋଲିସ୍ ଏ ଏନକାଉଣ୍ଟର କରିବାରେ ସଫଳ ହୋଇଥିଲା।୧୧ ଜାନୁଆରୀ ୧୯୮୨ ରେ ଆମ୍ବେଦକର କଲେଜରେ ମାନ୍ୟାର ଶେଷ ଅଧ୍ୟାୟ ଲେଖାହୋଇଥିଲା। ବିଦ୍ୟାକୁ ଦେଖାକରିବାକୁ ଗୋଟେ ଟ୍ୟାକ୍ସିରେ ମାନ୍ୟା ଓହ୍ଲାଇବା ମାତ୍ରେହିଁ ପୁଲିସର ଗୁଳି ତା ଉପରେ ଅଜାଡି ହୋଇପଡିଥିଲା। ମାନ୍ୟା ଗୁଳି ଚଲେଇବା ପୁର୍ବରୁ ରାଜ୍ ତାମ୍ବତ୍ ଓ ଇସାଫ୍ ବାଗବାନ ତା ଉପରେ ଗୁଳି ଚଲେଇବା ଆରମ୍ଭ କରିଦେଇଥିଲେ। ପ୍ରାୟ ୧୮ ଜଣ ଅଫିସର୍ ସେଦିନ ମିଳିତ ଭାବା ମାନ୍ୟାକୁ ଅତର୍କିତ ଆକ୍ରମଣ କରିଥିଲେ। କଲେଜରୁ ମେଡିକାଲକୁ ପହଞ୍ଚିବାକୁ ମାତ୍ର ୧୦ ମିନିଟ୍ ସମୟ ଲାଗୁଥିଲା ବେଳେ ସେଦିନ ଯନ୍ତ୍ରଣାରେ ଛଟପଟ ହେଉଥିବା ମାନ୍ୟାକୁ ମେଡିକାଲରେ ପହଞ୍ଚେଇବାକୁ କାହିଁକି ୪୦ ମିନିଟ୍ ରୁ ଅଧିକ ସମୟ ନେଇଥିଲା ଏନକାଇଣ୍ଟର ଟିମ୍ ତାହା ଏକ ପ୍ରଶ୍ନବାଚୀ ସାଜିଥିଲା ବେଳେ ଏନକାଉଣ୍ଟର ଟିମର ଦାଉଦ୍ ଇବ୍ରାହିମ୍ ସହ ମଧୁର ସମ୍ପର୍କ ଆଜିବି ସାଇତା ସନ୍ଦେହକୁ ଘନୀଭୂତ କରେ। ଦାଉଦର ସୁପାରିଶ୍ କ୍ରମେ ମୁମ୍ବାଇ ପୋଲିସ୍ ମାନ୍ୟାକୁ ଏନକାଉଣ୍ଟର କରିବାର ଚର୍ଚ୍ଚା ମଧ୍ୟ ହୁଏ। ମନ୍ୟାର ଏନକାଉଣ୍ଟର୍ ମୁମ୍ବାଇର ଫାଷ୍ଟ ଏନକାଉଣ୍ଟର ଥିଲା। ତେବେ ସରଳ ମନୋହରରୁ ଡନ୍ ମାନ୍ୟାର କାହାଣୀ ଅନୁଧ୍ୟାନ କଲେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିବା ସହ ଗୁହ୍ନେଗାରରୁ ୟାଦଗାର୍ ଯାତ୍ରା ବେଶ୍ ରୋମାଞ୍ଚକର ଲାଗେ।