୨୦୧୧ ବିଶ୍ୱକପ ଫାଇନାଲରେ ଯୁବରାଜଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ଆସିଥିଲେ ଧୋନି! ୭ବର୍ଷ ପରେ ରାଜ୍ ଖୋଲିଲେ

୧୯୮୩ ପରେ ୨୦୧୧ରେ କ୍ରିକେଟ ବିଶ୍ୱକପ୍ ଜିତିଥିଲା ଭାରତ। କପିଲ ଦେବଙ୍କ ପରେ ମହେନ୍ଦ୍ର ସିଂ ଧୋନି ଭାରତକୁ ୨୮ବର୍ଷ ପରେ ବିଶ୍ୱବିଜୟୀ କରାଇ ପାରିଥିଲେ। ତେନ୍ଦୁଲକରଙ୍କ ଏହା ଥିଲା ଶେଷ ବିଶ୍ୱକପ୍।୨୦୧୧ବିଶ୍ୱକପରେ ଯୁବରାଜ ଜବରଦସ୍ତ ଫର୍ମରେ ଥିଲେ,ଟିମ୍ ଇଣ୍ଡିଆକୁ ନକ୍ ଆଉଟ୍ ପର୍ଯ୍ୟାୟରେ ଫାଇନାଲରେ ପହଞ୍ଚାଇବା ଯାଏଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। କିନ୍ତୁ ଫାଇନାଲ ମୁକାବିଲରେ ଶ୍ରୀଲଙ୍କା ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଥିଲେ ଧୋନି। ଯୁବରାଜ ସିଂହଙ୍କ ପୂର୍ବରୁ ପ୍ରଥମେ ନିଜେ ଆସିଥିଲେ ବ୍ୟାଟିଂ କରିବାକୁ,ବିଶ୍ୱକପ୍ ଜିତିବାର ୮ବର୍ଷ ପରେ ଏବେ ଖୋଦ ଧୋନି ରାଜ ଉପରୁ ପର୍ଦ୍ଦା ଉଠାଇଛନ୍ତି।
ବେଷ୍ଟ ଫିନିସର ମାହି(ଫଟୋ- ଛକା ମାରି ବିଶ୍ୱକପ୍ ଜିତାଇଥିଲେ ଧୋନି)
ଗଣମାଧ୍ୟମକୁ ସାକ୍ଷାତକାରରେ ଧୋନି କହିଛନ୍ତି, ସେ କାହିଁକି ଯୁବରାଜଙ୍କ ପୂର୍ବରୁ ବ୍ୟାଚିଂ ପାଇଁ ଆସିଥିଲେ। ଶ୍ରୀଲଙ୍କାର ଅଧିକାଂଶ ବୋଲର ଚେନ୍ନାଇ ସୁପରକିଙ୍ଗସ୍ ଆଇପିଏଲ୍ ଦଳର ସଦସ୍ୟ ଥିଲେ। ଧୋନି ସେମାନଙ୍କ ସହ ନେଟ୍ ପ୍ରାକ୍ଟିସଠୁ ଡ୍ରେସିଂ ରୁମ୍ ସେୟାର ବି କରିଛନ୍ତି।ଧୋନି ଯେତେବେଳେ ବ୍ୟାଟିଂ ପାଇଁ ଆସିଥିଲେ ସେତେବେଳେ ମୁଥୟା ମୂରଲୀଧରନ୍ ବୋଲିଂ କରୁଥିଲେ। ଚେନ୍ନାଇ ସୁପରକିଙ୍ଗସର ନେଟସରେ ମୂରଲୀଧରନଙ୍କୁ ବହୁତ ଖେଳିଥିଲେ। ଧୋନି କହିଛନ୍ତି, ତାଙ୍କର ଆତ୍ମବିଶ୍ୱାସ ଥିଲା ଯେ,ସେ ରନ୍ କାଢ଼ି ପାରିବେ। ଖାସ ଏହି ଗୋଟିଏ କାରଣ ପାଇଁ ଯୁବରାଜଙ୍କ ସ୍ଥାନରେ ନିଜେ ମୈଦାନକୁ ଓହ୍ଲାଇଥିଲେ।
ସ୍ମୃତିରେ ୨୦୧୧ ବିଶ୍ୱକପ୍ ଫାଇନାଲ୍(ଫଟୋ- ବିଶ୍ୱକପ୍ ବିଜୟ ଉତ୍ସବ)
ମୁମ୍ୱାଇ ଓ୍ୱାଙ୍ଖଡେ ଷ୍ଚାଡିୟମରେ ବିଶ୍ୱକପ୍ ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଓ୍ୱିକେଟରେ ୨୭୪ ରନ୍ କରିଥିଲା। ୨୭୫ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମାତ୍ର ୩୧ ରନରେ ବୀରେନ୍ଦ୍ର ସେହଓ୍ୱାଗ ଓ ତେନ୍ଦୁଲକରଙ୍କ ଓ୍ୱିକେଟ ହରାଇଥିଲା। ଉପଯୋଗୀ ଇନିଂସ ଖେଳିଥିଲେ ଗୌତମ ଗମ୍ଭୀର ଓ ବିରାଟ କୋହଲି। ଦୁହେଁ ୮୩ରନ୍ ଯୋଡ଼ିବା ପରେ କୋହଲି ଫେରିଥିଲେ ପାଭିଲନ୍। ଯୁବରାଜ ନଆସି ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ଧୋନି। ଗମ୍ଭୀର ଓ ଧୋନି ୧୦୮ରନ୍ ପାର୍ଟନରସିପ୍ ଇନିଂସ ଖେଳିଥିଲେ। ୯୭ରନ୍ କରି ଆଉଟ୍ ହୋଇଥିଲେ ଗମ୍ଭୀର। ଶେଷ ୪ ଓଭରରେ ଜିତିବା ପାଇଁ ଭାରତକୁ ୨୭ ରନ୍ ଦରକାର ଥିଲା। ତେବେ ଧୋନି-ଯୁବରାଜ ଯୋଡ଼ି ୪୯ତମ ଓଭରରେ ଲକ୍ଷ୍ୟ ହାସଲ କରିନେଲେ
କଣ କହିଥିଲେ ସେହଓ୍ୱାଗ(ବୀରେନ୍ଦ୍ର ସେହଓ୍ୱାଗ)
ବିକ୍ରମ ସାଠେଙ୍କ ସୋ ‘ହୋଷ୍ଟ ଦି ଡକ୍’ରେ ଭିନ୍ନ କଥା କହିଥିଲେ ବୀରେନ୍ଦ୍ର ସେହଓ୍ୱାଗ। ସେ କହିଥିଲେ, ଯୁବରାଜଙ୍କ ପୂର୍ବରୁ ଧୋନି ବ୍ୟାଟିଂ କରିବାକୁ ଯାଆନ୍ତୁ ବୋଲି ସଚିନ କହିଥିଲେ। ସେତେବେଳେ କ୍ରିଜରେ କୋହଲି ଓ ଗମ୍ଭୀର ଖେଳୁଥିଲେ। ସଚିନ ଡ୍ରେସିଂ ରୁମରେ କହିଥିଲେ, ପ୍ରଥମେ ଯଦି ବାମହାତୀ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୁଅନ୍ତି, ତାଙ୍କ ସ୍ଥାରେ ଜଣେ ବାମହାତୀ ଖେଳାଳି ଏବଂ ଡାହାଣ ହାତୀ ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଜଣେ ଡାହାଣ ହାତୀ କ୍ରିକେଟର ବ୍ୟାଟିଂ ପାଇଁ ଯିବା ଦରକାର। ଏକଥା କହି ସଚିନ ବାଥରୁମ୍ ଗଲେ। ସେ ଆସିଲା ବେଳକୁ ଆଉଟ୍ ହୋଇ ସାରିଥିଲେ ବିରାଟ କୋହଲି। ଯୁବରାଜଙ୍କ ସ୍ଥାନରେ ବ୍ୟାଟିଂ ପାଇଁ ଯାଇ ସାରିଥିଲେ ମହେନ୍ଦ୍ର ସିଂ ଧୋନି।
ଧୋନିଙ୍କ ଛକା, ଭାରତର ବିଶ୍ୱକପ୍(ଫଟୋ- ମହେନ୍ଦ୍ର ସିଂ ଧୋନି)
ମ୍ୟାଚ୍ ଜିତିବା ପାଇଁ ୧୧ ବଲରେ ଭାରତକୁ ଦରକାର ଥିଲା ୪ ରନ୍। ଧୋନି ପୁଣି ଥରେ ସୁପରହିଟ୍ ସର୍ଟ ଖେଳିଥିଲେ। ନୁଓ୍ୱାନ୍ କୁଳଶେଖରାଙ୍କ ବଲକୁ ଲଙ୍ଗ୍ ଅନ୍ ଉପରେ ଏକ ଛକା ମାରିଥିଲେ ମାହି। ଏହି ଛକା ବଳରେ ଭାରତ ବିଜୟ ମୁଣ୍ଡି ମାରିଥିଲା। ଶ୍ରୀଲଙ୍କାଙ୍କୁ ୬ ଓ୍ୱିକେଟରେ ହରାଇ ଭାରତ ୨୮ ବର୍ଷ ପରେ ବିଶ୍ୱବିଜେତା ହେବାର ସୌଭାଗ୍ୟ ପାଇଥିଲା। ଧୋନି ଅପରାଜିତ ୯୧ ରନ୍ ଓ ଯୁବରାଜ ସିଂହ ୨୧ ରନ୍ କରିଥିଲେ। ଧୋନିଙ୍କୁ ମ୍ୟାଚନ୍ ଅଫ୍ ଦି ମ୍ୟାଚ୍ ଓ ଯୁବରାଜ ସିଂହ ହୋଇଥିଲେ ମ୍ୟାନ୍ ଅଫ୍ ଦି ଟୁର୍ଣାମେଣ୍ଟ।
Connect With Us