ଇଂଲଣ୍ଡ କ୍ରିକେଟ ବିଶ୍ୱକପରେ କେତେ ରେକର୍ଡ ହେଲାଣି।ରୋହିତ ଶର୍ମା ଓ ଜୋରୁଟଙ୍କ ଭଳି ତାରକା ମୈଦାନରେ ଦମ୍‌ ଦେଖାଉଛନ୍ତି।ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦଳ ଭାବରେ ବିଶ୍ୱକପରେ ୩୫୦ରୁ ଅଧିକ ରନ୍‌ କରିଛି ଭାରତ।ତେବେ ପ୍ରତି ବିଶ୍ୱକପରେ ଏମିତି ଅନେକ ରେକର୍ଡ ହୁଏ, ଅନେକ ରେକର୍ଡ ବି ଭାଙ୍ଗେ।କିନ୍ତୁ କିଛି ଏମିତି ରେକର୍ଡ ରହିଯାଇଛି, ଯାହାକୁ ଏପର୍ଯ୍ୟନ୍ତ କୌଣସି କ୍ରିକେଟର ଛୁଇଁ ପାରିନାହାନ୍ତି।

ବିଶ୍ୱକପ୍‌ ଜିତାଇଥିବା ସର୍ବକନିଷ୍ଠ କ୍ୟାପଟେନ୍‌- କପିଲ ଦେବ
୧୯୮୩ରେ କପିଲ ଦେବ ଭାରତ ହାତରେ ଧରାଇଥିଲେ ପ୍ରଥମ ବିଶ୍ୱକପ।ସର୍ବକନିଷ୍ଠ କ୍ୟାପଟେନ୍‌ ଭାବରେ ସେ ଏହି ରେକର୍ଡର ଅଧିକାରୀ।ସେତେବେଳେ ତାଙ୍କ ବୟସ ଥିଲା ୨୪ବର୍ଷ ୧୭୬ଦିନ।ମାତ୍ର ୧୯ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ବେଳେ ୨୪ବର୍ଷରେ ଲର୍ଡସରେ ବିଶ୍ୱକପ ଟ୍ରଫି ଉଠାଇ ଥିଲେ।
ସର୍ବାଧିକ ଓ୍ଵିକେଟ ଦଖଲକାରୀ
ଅଷ୍ଟ୍ରେଲିଆର ଘାତକ ସ୍ପିଡଷ୍ଟର ଗେ୍ଲନ୍‌ ମ୍ୟାକଗ୍ରାଥଙ୍କ ଚମତ୍କାରିତା ବୋଲିଂ ଫଳରେ ୧୯୯୯ରେ ଦ୍ୱିତୀୟ ଥର ବିଶ୍ୱବିଜୟୀ ହୋଇଥିଲା କଙ୍ଗାରୁ ବାହିନୀ।ସେ ନେଇଥିଲେ ୧୮ଟି ଓ୍ଵିକେଟ୍‌।୨୦୦୩ବିଶ୍ୱକପରେ୨୧ ଓ୍ଵିକେଟ୍‌ଓ କ୍ୟାରିୟରର ଶେଷ ବିଶ୍ୱକପ୍‌ ୨୦୦୭ରେ ପ୍ରତିଟି ମ୍ୟାଚରେ ତାଙ୍କୁ ମିଳିଥିଲା ଓ୍ଵିକେଟ୍‌।୨୬ଟି ଓ୍ଵିକେଟ ଅକ୍ତିଆର କରିଥିଲେ।ଯାହାକି ଗୋଟିଏ ବିଶ୍ୱକପରେ ସର୍ବାଧିକ।ବିଶ୍ୱକପରେ ୩୯ ମ୍ୟାଚଖେଳି ସର୍ବାଧିକ ୭୧ଟି ଓ୍ଵିକେଟ ନେଇ ବିଶ୍ୱରେକର୍ଡ କରିଛନ୍ତି ମ୍ୟାକଗ୍ରାଥ୍‌। ଯାହା ଏଯାଏଁ ଅତୁଟ।

ଲଗାତାର ବିଶ୍ୱକପ୍‌ ବିଜେତା
ନବେ ଦଶକ ପରେ କ୍ରିକେଟରେ ଚାଲିଲା ଅଷ୍ଟ୍ରେଲିଆର ଦବଦବା।ଲଗାତାର୧୯୯୯,୨୦୦୩ ଓ ୨୦୦୭ ତିନି ଥର ବିଶ୍ୱବିଜେତା ହୋଇଛି କଙ୍ଗାରୁ ଦଳ।ତିନିଟି ବିଶ୍ୱକପରେ କଙ୍ଗାରୁ ବାହିନୀ ୩୪ମ୍ୟାଚରେ ଅପରାଜେୟ ରହିଥିଲା।ସର୍ବାଧିକ ରନ୍‌ ମେକର
ବ୍ୟାଟିଂ ରେକର୍ଡ କଥା ଉଠିଲେ,ସଚିନ ତେନ୍ଦୁଲକରଙ୍କ ନାଁ ଆଗକୁ ଆସେ।ବିଶ୍ୱକପରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ସଚିନ୍‌ କରିଛନ୍ତି ୨୨୭୮ ରନ୍‌।ଏହା ଭିତରେ ରହିଛି ୬ଟି ଶତକ।୧୯୯୬ ବିଶ୍ୱକପରେ ସେ କରିଥିଲେ ସର୍ବାଧିକ ରନ୍‌ ୫୨୩ ଓ ୨୦୦୩ ବିଶ୍ୱକପରେ ୬୭୩ ରନ୍‌ କରିଥିଲେ।୨୦୧୧ବିଶ୍ୱକପରେ ସଚିନଙ୍କ ୪୮୨ରନ୍‌ ବଳରେ ଭାରତ ବିଶ୍ୱବିଜୟୀ ହୋଇଥିଲା।ବର୍ତ୍ତମାନ ଖେଳୁଥିବା କ୍ରିକେଟରଙ୍କ ମଧ୍ୟରୁ ସଚିନଙ୍କ ପାଖାପାଖି ଅଛନ୍ତି କ୍ରିସଗେଲ୍‌ (୧୦୫୧ ରନ୍‌)।

୩୭୨ ରନ୍‌ର ହାଏଷ୍ଟ ପାର୍ଟନରସିପ୍‌
୨୦୧୫ ବିଶ୍ୱକପରେ କ୍ରିସ୍‌ ଗେଲ୍‌ ଓ ମାର୍ଲନ୍‌ ସାମୁଏଲ୍ସ ଜିମ୍ବାଓ୍ୱେ ବିରୋଧରେ ଖେଳିଥିଲେ ୩୭୨ରନ୍‌ର ପାର୍ଟନରସିପ୍‌। ଗେଲ୍‌ ଦ୍ୱିଶତ ମାରିଥିଲେ।ସେହିପରି ସାମୁଏଲ୍ସ ହାସଲ କରିଥିଲେ ୧୩୩ ରନ୍‌।
ସଚିନ-ମିଆଁଦାଦ ସର୍ବାଧିକ ବିଶ୍ୱକପ୍‌ ଖେଳିଛନ୍ତି
କ୍ୟାରିୟରରେ ଥରେ ବିଶ୍ୱକପ୍‌ ଖେଳିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ୱପ୍ନ ଥାଏ। ସଚିନ୍‌ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ୍‌ ମିଆଁଦାଦ ଛଅ ଛଅ ଥର ବିଶ୍ୱକପ୍‌ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ।ସଚିନ ଦୁଇଟି ବିଶ୍ୱକପରେ ଥିଲେ ପ୍ଲେୟାର ଅଫ୍‌ ଦି ସିରିଜ୍‌।୨୦୧୧ବିଶ୍ୱକପ୍‌ ଖେଳିବା ପରେ କ୍ରିକେଟକୁ ସେ ବାଏ ବାଏ କହିଥିଲେ।ସେହିପରି ୧୯୭୫ରେ ଡେବ୍ୟୁ କରି ବିଶ୍ୱକପ ଖେଳିଥିଲେ ମିଆଁଦାଦ। ତାଙ୍କ ବ୍ୟାଟିଂ ବଳରେ ୧୯୯୨ ବିଶ୍ୱକପ୍‌ ହାତେଇଥିଲା ପାକିସ୍ତାନ।