Brian Lara 1

ବହୁ ଦିଗଜ କ୍ରିକେଟର ଏମିତି ରେକର୍ଡ କରିଛନ୍ତି, ଯାହାକୁ ଯୁବ କ୍ରିକେଟର ଭାଙ୍ଗିବା ଅସମ୍ଭବ ପରି ଲାଗେ। କିନ୍ତୁ ଏକଥା ସତ ଯେ ରେକର୍ଡ ହୋଇଥାଏ ଭାଙ୍ଗିବା ପାଇଁ। ତଥାପି ଦଶନ୍ଧି ଦଶନ୍ଧି ଧରି କିଛି ରେକର୍ଡ ଏଯାଏଁ ଜଣେ କ୍ରିକେଟରଙ୍କ ନାଁରେ ରହିଛି। ଏମିତି ଏକ ରେକର୍ଡ ୪ଶହ ରନ୍ ପୂରଣ କରିବା।ଜଣେ କ୍ରିକେଟର ଏହି ଅସମ୍ଭବକୁ ସମ୍ଭବ କରିଥିଲେ,ସେଇଥିପାଇଁ ସେ ମହାନ।ଓ୍ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ବ୍ରାଏନ୍ ଲାରା,ଷ୍ଟାଇଲିଷ୍ଟ ବାମହାତୀ ବ୍ୟାଟ୍ସମ୍ୟାନ୍। ଏତେ ଫେମସ୍ ଥିଲେ ଯେ ଲୋକ ଲାରାଙ୍କ ବ୍ୟାଟିଂ ଦେଖିବା ପାଇଁ ଅଫିସରୁ ଛୁଟି ନେଉଥିଲେ। ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ ସଂଗ୍ରହ କରିବା ରେକର୍ଡ ଗତ ୨୪ବର୍ଷ ହେବ ତାଙ୍କ ନାଁରେ ରହିଛି। ମଝିରେ ୬ ମାସ ପାଇଁ ଏହି ରେକର୍ଡର ମାଲିକ ହୋଇଥିଲେ ଆଉ ଜଣେ କ୍ରିକେଟର।

Brian Lara

୧୯୯୪ ମସିହା ଏପ୍ରିଲ ମାସରେ ସେଣ୍ଟ ଜୋନ୍ସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୩୭୫ ରନ୍ ପିଟିଥିଲେ ବ୍ରାଏଲ୍ ଲାରା। ନିଜ ଦେଶର ମହାନ୍ କ୍ରିକେଟର ଗ୍ୟାରି ସୋବର୍ସଙ୍କ ୩୬୫ରନ୍ ରେକର୍ଡକୁ ଭାଙ୍ଗି ବିଶ୍ୱ ରେକର୍ଡ କରିଥିଲେ ଲାରା। ୯ବର୍ଷ ଯାଏଁ ସେହି ରେକର୍ଡ ରହିଥିଲା ଲାରାଙ୍କ ନାଁରେ।ତାପରେ ଆସିଥିଲେ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର ମାଥ୍ୟୁ ହେଡେନ୍। ସେ ଜିମ୍ବାଓ୍ୱେ ଭଳି ଦୁର୍ବଳ ଟିମ୍ ବିପକ୍ଷରେ ପିଟିଥିଲେ ୩୮୦ରନ୍।୨୦୦୩ ମସିହା ଅକ୍ଟୋବର ୯’ରେ ଲରାଙ୍କ ରେକର୍ଡକୁ ପାର କରିଥିଲେ ହେଡେନ୍। ସର୍ବାଧିକ ରନ୍ ସ୍କୋରର ରେକର୍ଡ ହେଡେନଙ୍କ ନାଁରେ ହେଲା ସତ। କିନ୍ତୁ ବେଶୀ ଦିନ ତିଷ୍ଠି ପାରି ନଥିଲା। ଲାରା ପୁଣି ଥରେ ନିଜ ନାଁକୁ ରେକର୍ଡ ବୁକର ଏକ ନମ୍ବର ପୋଜିସନକୁ ନେଇ ଆସିଥିଲେ।

Brian Lara 1

ପୁଣି ସେଣ୍ଟ ଜୋନ୍ସରେ ଇଂଲଣ୍ଡ ବିପକ୍ଷରେ ରେକର୍ଡ
ଯେଉଁ ସେଣ୍ଟ ଜୋନ୍ସରେ କ୍ୟାରିୟରର ସର୍ବାଧିକ ରନ୍ ହାସଲ କରି ରେକର୍ଡ କରିଥିଲେ ବ୍ରାଏନ୍ ଲାରା,ସେହି ଗ୍ରାଉଣ୍ଡରେ ପୁଣି ଥରେ ଇତିହାସ ଦୋହରାଇ ଥିଲେ। ୨୦୦୪ ଏପ୍ରିଲ ୧୨;ଇଂଲଣ୍ଡ ସହ ଟେଷ୍ଟ ମୁକାବିଲା। ଚାରି ଟିକିଆ ସିରିଜର ଶେଷ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରି ଓ୍ୱେଷ୍ଟଇଣ୍ଡିଜ ରନ୍ ପାହାଡ ଠିଆ କରିଥିଲା।୫ ଓ୍ୱିକେଟରେ ୭୫୧ରନ୍,ଏକାକୀ ଲାରା ମାରିଥିଲେ ୪୦୦ରନ୍। ଖେଳିଥିଲେ ୫୮୨ଟି ବଲ୍।ଏହା ଭିତରେ ଥିଲା ୪୩ଟି ଚୌକା ଓ ୪ଟି ଛକା। ମାଥ୍ୟୁ ହେଡେନଙ୍କ ଠାରୁ ସେ କେବଳ ନିଜ ସିଂହାସନ ଛଡ଼ାଇ ନେଇ ନଥିଲେ।ଟେଷ୍ଟ କ୍ରିକେଟରେ ଏକମାତ୍ର ଖେଳାଳି ଭାବରେ ୪୦୦ ରନ୍ କରିବାର ଗୌରବ ଅର୍ଜନ କରିଥିଲେ ବ୍ରାଏନ୍ ଲାରା। ରେକର୍ଡ ଏଯାଏଁ ରହିଛି ତାଙ୍କ ନାଁରେ। 

LARA@400

ପୂର୍ବରୁ ନା କେହି କେବେ କରିଥିଲେ କି ଏଯାଏଁ କେହି ପାଖାପାଖି ବି ଯାଇ ପାରିନାହାନ୍ତି। କେବଳ ମାଥ୍ୟୁ ହେଡେନ୍ ୬ମାସ ୪ ଦିନ ପାଇଁ ଏହି ରେକର୍ଡର ଅଧିକାରୀ ରହିଥିଲେ। ଯାହାକୁ ପରେ ଛଡ଼ାଇ ଆଣିଥିଲେ ଲାରା। ପ୍ରମାଣ କରିଛନ୍ତି, ଚାରି ଶହ ରନ୍ କ୍ଲବର ସେ ବାଦଶାହ।
ପଢ଼ନ୍ତୁ-VP-ଅଟଳଙ୍କ କ୍ୟାବିନେଟରେ ପୁରୀ ସାଂସଦଙ୍କୁ ମିଳିଥିଲା ସ୍ଥାନ:ସେହି ଫର୍ମୁଲା ଆପଣାଇବେ କି ମୋଦି?