ବିଶ୍ୱକପରେ ନଜର ଆସିବେ ତ ଋଷଭ ପନ୍ତ !

କ୍ରିକେଟକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିଲା ବେଳେ କିଛି ଖବର ନଜର ଅଟକାଉଛି। ଜାନୁୟାରୀ ୩ରୁ ୧୫ ଯାଏଁ ଇଣ୍ଡିଆ ଟିମ୍ ଶ୍ରୀଲଙ୍କା ସହିତ ୩ଟି ODI ଓ ୩ଟି T-20ମ୍ୟାଚ୍ ଖେଳିବାକୁ ଯାଉଛି। BCCI ତରଫରୁ ପ୍ଲେୟର୍ ଲିଷ୍ଟ ତିଆରି ହୋଇ ସାରିଛି। ତେବେ ଉଭୟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଋଷଭ ପନ୍ତ। ତାଙ୍କୁ ଦଳରେ ସୁଯୋଗ ମିଳି ପାରିନାହିଁ। ପନ୍ତଙ୍କ ବାଦ ପଡିବା ଘଟଣା ତାଙ୍କ ପାଇଁ ଆଦୌ ଶୁଭ ସଙ୍କେତ ହୋଇ ନପାରେ ବୋଲି ଚର୍ଚ୍ଚା ହେଉଛି।

କୋହଲିଙ୍କ ଦଶା ଭୋଗିବେ କି ପନ୍ତ
କ୍ରିକେଟକୁ ନେଇ ପୁର୍ବରୁ ଅନେକ ଦଶା ଭୋଗିଛନ୍ତି କ୍ୟାପ୍ଟେନ୍ କୋହଲି। ଏପରିକି ତାଙ୍କ କ୍ୟାପ୍ଟେନସିପକୁ ନେଇ ମଧ୍ୟ ଅନେକ ଥର ଝଡ଼ ଉଠିଛି। ତେବେ ଋଷଭଙ୍କୁ ନେଇ ମଧ୍ୟ ଅନେକ ଆଶା ଆଶଙ୍କା ଦେଖା ଦେଇଛି। ଆଗାମୀ ଅକ୍ଟୋବରରେ ଦିନିକିଆ ୱାର୍ଲ୍ଡକପ୍ ଖେଳାଯିବ। ଋଷଭଙ୍କୁ ODI ଏବଂ T-20ରୁ ବାଦ୍ କରାଯିବା ପରେ ବିଶ୍ୱକପରେ ତାଙ୍କୁ ଜାଗା ମିଳିବ କି ନାହିଁ ସେ ନେଇ ଚର୍ଚ୍ଚା ହେଉଛି। ପନ୍ତ କେବଳ ଟେଷ୍ଟ ଫର୍ମାଟରେ ସୀମିତ ରହିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ପନ୍ତଙ୍କୁ ଦଳରୁ ବାହର ନେଇ କୌଣସି କାରଣ ସ୍ପଷ୍ଟ କରାଯାଇ ନାହିଁ।

ଏମିତିରେ ଦେଖିବାକୁ ଗଲେ ଋଷଭଙ୍କ ପ୍ରଦର୍ଶନ ଏତେଟା ନୈରାଶ୍ୟଜନକ ନୁହେଁ। ୨୦୨୨ ରେ ୭ଟି ଟେଷ୍ଟ ମ୍ୟାଚ୍ ଖେଳି ୬୮୦ ରନ୍,୧୨ ଟି ODI ମ୍ୟାଚ୍ ଖେଳି ୩୩୬ ରନ୍ ଓ ୨୫ ଟି T-20ମ୍ୟାଚ୍ ଖେଳି ୩୬୪ ରନ୍ ହାସଲ କରିଛନ୍ତି। ଇଣ୍ଡିଆ ଟିମର ଶ୍ରୀଲଙ୍କା ମିଶନ୍ ପରେ ଋଷଭ ହୁଏତ ନଜର ଆସିବା ସହ ବିଶ୍ୱକପରେ ଭାଗ ନେଇ ପାରନ୍ତି।
Connect With Us