୨୬ ଡିସେମ୍ବର । ଏହି ଦିନ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯାଏ । ଯାହାକୁ କୁହାଯାଏ ବକ୍ସିଂ ଡେ ଟେଷ୍ଟ । କ୍ରିକେଟ ଦୁନିଆରେ ୨୬ ଡିସେମ୍ବରର ଟେଷ୍ଟ ଭାରି ପ୍ରସିଦ୍ଧି ରହିଛି । ତେବେ କାହିଁକି ଏହି ମ୍ୟାଚ୍କୁ ବକ୍ସିଂ ଡେ ଟେଷ୍ଟ ବୋଲି କୁହାଯାଏ? ଜାଣିଛନ୍ତି କି ଏହାପଛର କାରଣ ? କାହିଁକି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଏ ?
ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମ୍
ବକ୍ସିଂ ଡେ କ’ଣ ?
ବକ୍ସିଂ ସହ ବକ୍ସିଂ ଡେ ଟେଷ୍ଟର କୌଣସି ସମ୍ପର୍କ ନାହିଁ । ଅସଲ କଥାହେଲା କ୍ରିସ୍ମାସ ସହ ଏହାର ପୁରାତନ ସଂଯୋଗ ରହିଛି । କ୍ରିସମାସରେ ମିଳୁଥିବା ଉପହାର ସହ ଏହାର ଲିଙ୍କ୍ । ସେହି ଗିଫ୍ଟ ସହ ସମ୍ପର୍କ ରହିଛି, ଯାହାକୁ ବଡ଼ଦିନ ସକାଳେ ଏକ ବାକ୍ସରେ ଦିଆଯାଏ । ୨୫ତାରିଖରେ ପରିବାର ଓ ଆତ୍ମୀୟଙ୍କୁ ଦିଆଯାଏ କ୍ରିସମାସ ଉପହାର । କିନ୍ତୁ ଦୂର ଦୂରାନ୍ତରେ ରହୁଥିବା ଲୋକଙ୍କୁ ୨୬ ତାରିଖରେ ଭେଟି ଦିଆଯାଏ ଗିଫ୍ଟ । ସପ୍ତାହନ୍ତରେ ଛୁଟି ପଡ଼ିଥିଲେ ପ୍ରଥମ କାର୍ଯ୍ୟ ଦିବସର ଉପହାର ପ୍ୟାକେଟ୍ ମିଳିଥାଏ । ପ୍ରଚଳିତ ଇଂରାଜୀ ପରମ୍ପରା ଅନୁସାରେ, କ୍ରିସମାସ୍ ପରେ ପଡୁଥିବା ସପ୍ତାହର ପ୍ରଥମ ଦିନକୁ (ସୋମବାରରୁ ଶୁକ୍ରବାର ଭିତରେ ଯେକୌଣସି ଦିନ) ବକ୍ସିଂ ଡେ କୁହାଯାଏ । ସେହିଦିନ ଡାକ କର୍ମଚାରୀ, ଘରେ କାମ କରୁଥିବାଲୋକ, ଜିନିଷପତ୍ର ନେବା ଆଣିବା କରୁଥିବା ଲୋକଙ୍କୁ ଉପହାର ଭାବରେ କ୍ରିସମାସ ବାକ୍ସ ଦିଆଯାଉଥିଲା । ସେବେଠାରୁ ସେହି ଦିନକୁ ବକ୍ସିଂ ଡେ ବୋଲି କୁହାଯାଉଥିଲା । ସମୟକ୍ରମେ ଏଥିରେ ପରିବର୍ତ୍ତନ ଆସିଛି । ପୂର୍ବ ପରମ୍ପରା ଅନୁସାରେ ଓ୍ଵାର୍କିଂ ଡେ ଓ ଓ୍ଵିକେଣ୍ଡକୁ ହିସାବକୁ ନିଆ ନଯାଇ ୨୬ ଡିସେମ୍ବରକୁ ବକ୍ସିଂ ଡେ ବୋଲି ଧରାଯାଉଛି ।

୧୯୭୫ରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍
ଏଥିସହ ପଢ଼ନ୍ତୁ: IPLର ସୁପରହିଟ୍ କ୍ରିକେଟର୍, ଦିନିକିଆରେ ଫ୍ଲପ୍
୧୯୭୫ ମସିହା ଡିସେମ୍ବର ୨୬ ତାରିଖରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । କ୍ଲାଇବ୍ ଲଏଡ୍ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଆସିଥି ଓ୍ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆର ଡେନିସ୍ ଲିଲିଙ୍କ ସହ ନୂଆ ବଲ୍ ସେୟାର କରିଥିବା ଜୈଫ୍ ଥମ୍ପସନ୍ ଫର୍ମକୁ ପାଇଥିଲେ । ୧୧ ଓଭର ବୋଲିଂ କରି ୫ଟି ଓ୍ଵିକେଟ ନେଇଥିଲେ ଥମ୍ପସନ୍ । ଏହାସହ ଡେନିସ୍ ଲିଲି ପ୍ରଥମ ଦିନ ଖେଳ ଶେଷ ବଲରେ କିମ୍ବଦନ୍ତୀ କ୍ରିକେଟର ଭିଭ୍ ରିଚାର୍ଡସ୍ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଥମ ଦିନ ଷ୍ଟାଡିୟମ୍ ଆସିଥିଲେ ୮୫ ହଜାର ୫୯୬ ଦର୍ଶକ । ଟେଷ୍ଟ ମ୍ୟାଚରେ କେବେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ମିଳି ନଥିଲା । ସେଠାରେ ହିଁ ପ୍ରଥମ ଥର ଦେଖିବାକୁ ମିଳିଥିଲା ବକ୍ସିଂ ଡେ ଏବଂ କ୍ରିକେଟର ମିଳିତ ସଫଳତା ।
୨୦୧୩ରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ବକ୍ସିଂ ଡେଟେଷ୍ଟ । ଷ୍ଟାଡିୟମ୍ରେ ୯୧ ହଜାରରୁ ଅଧିକ କ୍ରିକେଟ ଫ୍ୟାନଙ୍କ ଭିଡ଼ ହୋଇଥିଲା । ଯାହାକି ଏପର୍ଯ୍ୟନ୍ତ ଏକ ରେକର୍ଡ ହୋଇ ରହିଛି । ୨୬ ଡିସେମ୍ବର ୨୦୧୮ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ । ଏହି ମ୍ୟାଚ୍ରେ ବି ଦର୍ଶକଙ୍କ ଖଚାଖଚ ଭିଡ଼ ସମ୍ଭାବନା ରହିଛି । ଏମିତିବି ତିନି ଟିକିଆ ଟେଷ୍ଟ ମ୍ୟାଚ୍ ୧-୧ରେ ବରାବର ସ୍ଥିତିରେ ରହିଛି । ଶେଷ ଟେଷ୍ଟ ହୋଇଥିବାରୁ ଦର୍ଶକ ଉତ୍କଣ୍ଠିତ ରହିଥିବା ବେଳେରୋମାଞ୍ଚ ଭରା ମ୍ୟାମଚ୍ ହେବା ଅନୁମାନ କରାଯାଉଛି ।
ଏଥିସହ ପଢ଼ନ୍ତୁ: ବାଜପେୟୀଙ୍କୁ ହରାଇବା ଲାଗି ସିନେଷ୍ଟାର ବଲରାଜ ସାହାଣୀଙ୍କ ଦ୍ୱାରା ପ୍ରଚାର କରାଇଥିଲେ ନେହରୁ
ଏଥିସହ ପଢନ୍ତୁ :ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍