World-Cup-Trophy

ଆଗକୁ ୨୦୧୯ ବିଶ୍ୱକପ୍। ସମୟ ଯେତିକି ନିକଟତର ହେଉଛି, ବିଶ୍ୱକପ୍ କ୍ରିକେଟ ସମ୍ପର୍କିତ ଖବର ସୋସିଆଲ୍ ମିଡିଆରେ ସେତିକି ଚର୍ଚ୍ଚିତ ହେଉଛି। ବେଶୀ ଚର୍ଚ୍ଚା ହେଉଛି କିଛି ସିନିୟର ଖେଳାଳିଙ୍କ ଅବସରକୁ ନେଇ । ବିଶ୍ୱକପ୍ ପରେ କ୍ରିକେଟକୁ ଅଲବିଦା କହିବାକୁ ଥିବା କିଛି ଖେଳାଳିଙ୍କ ଉପରେ ନଜର ପକାନ୍ତୁ।
ମହେନ୍ଦ୍ର ସିଂହ ଧୋନିMS-DHONIଟିମ୍ ଇଣ୍ଡିଆର ସଫଳ ଅଧିନାୟକଙ୍କୁ ନେଇ ବେଶୀ ଚର୍ଚ୍ଚା। କ୍ରିକେଟର ସବୁ ଫର୍ମାଟରେ ଭାରତକୁ ଏକ ନମ୍ବର କରାଇଛନ୍ତି ମହେନ୍ଦ୍ର ସିଂ ଧୋନି। ତାଙ୍କ ନେତୃତ୍ୱରେ ୨୦୧୧ ବିଶ୍ୱକପ୍ ଜିତିଥିଲା ଭାରତ । ୨୦୦୭ରେ ଟିମ୍ ଇଣ୍ଡିଆ ହାତରେ ଧୋନି ଧରାଇଥିଲେ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍। ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଚାମ୍ପିଅନ୍ କରାଇଥିଲେ। ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବିଶ୍ୱର ଏକ ନମ୍ବର ଦଳ କରାଇଥିଲେ। ତେବେ ୨୦୧୯ ବିଶ୍ୱକପ ତାଙ୍କ କ୍ୟାରିଅରର ଶେଷ ବିଶ୍ୱକପ୍ ହେବ ବୋଲି ଧୋନି ସ୍ପଷ୍ଟ କରିଛନ୍ତି। ଧୋନିଙ୍କ ଓ୍ୱାନ୍ ଡେ ରେକର୍ଡ- ମ୍ୟାଚ୍-୩୩, ରନ୍-୧୦,୧୭୩, ସର୍ବାଧିକ- ୧୮୩ (ଅପରାଜିତ)
ଯୁବରାଜ ସିଂହYuvraj-Singhଗୋଟିଏ ଜମାନା ଥିଲା, ଯେତେବେଳେ ସେ ମୈଦାନକୁ ଓହ୍ଲାଉଥିଲେ ଦର୍ଶକ ଉତଫୁଲିତ ହେଉଥିଲେ। କପିଲ ଦେବଙ୍କ ପରେ ଜଣେ ସଫଳ ଅଲରାଉଣ୍ଡର ପାଇଥିଲା ଟିମ୍ ଇଣ୍ଡିଆ। ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୬ବଲରେ ୬ଟି ଛକା ମାରି ରେକର୍ଡ କରିଥିଲେ। ଯୁବରାଜଙ୍କ ଅଲରାଉଣ୍ଡର ସଫଳତା ବଳରେ ଭାରତ ୨୦୦୭ ଟି-ଟ୍ୱେଣ୍ଟି ଓ ୨୦୧୧ ବିଶ୍ୱକପ୍ ହାତେଇ ପାରିଥିଲା। କ୍ୟାନସର ସହ ଲଢ଼ି ଜିତିବା ପରେ ୟୁବିଙ୍କ ଲକ୍ଷ୍ୟ ଏବେ ୨୦୧୯। ଯଦି ବିଶ୍ୱକପ୍ ଟିମରେ ସ୍ଥାନ ମିଳେ ଭଲ ପ୍ରଦର୍ଶନ କରିବେ ଓ ଚାମ୍ପିଅନ୍ ଟିମ୍ ମେମ୍ବର ଭାବରେ କ୍ରିକେଟକ ବାଏ ବାଏ କହିବେ। ଯୁବିଙ୍କ ଓ୍ୱାନ୍ ଡେ-ମ୍ୟାଚ୍-୩୦୪, ରନ୍-୮୭୦୧, ସର୍ବାଧିକ- ୧୫୦
କ୍ରିସ୍ ଗେଲ୍Chris-Gayleକ୍ରିକେଟ ଝଡ଼ର ଅନ୍ୟ ଅବତାର, ଓ୍ୱେଷ୍ଟଇଣ୍ଡିଜର ବାମହାତୀ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍। ଠିଆ ହେଲେ ରନ୍ ବର୍ଷା କରନ୍ତି। ଛକା ମାରିବାରେ ଓସ୍ତାଦ। ଦିନିକିଆ, ଟେଷ୍ଟ ହେଉ କି ଟି-ଟ୍ୱେଣ୍ଟି ଅବା ଆଇପିଏଲ୍, ଗେଲଙ୍କ ବ୍ୟାଟ୍ ଗର୍ଜିଲେ ବୋଲର୍ ଲାଇନ୍ ଭୁଲି ଯାଆନ୍ତି।୨୦୧୯ ହୋଇପାରେ କ୍ରିସ୍ ଗେଲଙ୍କ ଅନ୍ତିମ ବିଶ୍ୱକପ୍। କ୍ୟାରିଅରର ଶେଷ ବିଶ୍ୱକପରେ ଟିମକୁ ବିଜୟ ଭେଟି ଦେଇ ବିଦାୟ ନେବାକୁ ଚାହୁଁଛନ୍ତି ଗେଲ୍। ବ୍ରାଏନ୍ ଲାରାଙ୍କ ପରେ ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ଗେଲଙ୍କ ଓ୍ୱାନ୍ ଡେ୍ ରେକର୍ଡ-ମ୍ୟାଚ୍-୨୮୪, ରନ୍-୯୭୨୭, ସର୍ବାଧିକ-୨୧୫
ହାସିମ୍ ଆମଲାHasim-Amlaସାଉଥ୍ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ଡେରିରେ ଦିନିକିଆରେ ଡେବ୍ୟୁ କରିଥିଲେ ବି ଅନେକ ସଫଳତା ସାଉଁଟିଛନ୍ତି ହାସିମ୍ ଆମଲା। ୫୦ ଆଭରେଜରେ ଦ୍ରୁତ ୨୦୦୦, ୩୦୦୦, ୪୦୦୦, ୫୦୦୦ ରନ୍ କରିବା ରେକର୍ଡ ତାଙ୍କ ନାଁରେ। ସାଉଥ୍ ଆଫ୍ରକାର ଖେଳାଳି ଭାବରେ ସର୍ବାଧିକ ୨ଟି ଓ୍ୱାନ୍ ଡେ୍ ସେଞ୍ଚୁରୀ ଅଧିକାରୀ। ନିଜ ଦେଶକୁ ପ୍ରଥମ ବିଶ୍ୱକପ୍ ଭେଟି ଦେଇ କ୍ରିକେଟକୁ ଅବସର ପ୍ଲାନିଂରେ ଥିବ ୩୬ ବର୍ଷୀୟ ଆମଲାଙ୍କ ଓ୍ୱାନ୍ ଡେ ରେକର୍ଡ ମ୍ୟାଚ୍-୧୬୯, ରନ୍-୭୬୯୬, ସର୍ବାଧିକ-୧୫୯
ଷ୍ଟିଭ୍ ସ୍ମିଥSteeve-Smithବିସ୍ଫୋରକ ଇନିଂସ ଖେଳିବାରେ ଧୁରନ୍ଧର ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍। ବର୍ଷ କେଇଟା ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି, କିନ୍ତୁ ତାଙ୍କ ନାଁରେ ରେକର୍ଡ। କିନ୍ତୁ ବଲ୍ ଟାମ୍ପରିଂ ଜାଲରେ ଛନ୍ଦି ହୋଇ କ୍ରିକେଟରୁ ସାମୟିକ ବାସନ୍ଦ ହୋଇଛନ୍ତି।୨୦୧୯ ବିଶ୍ୱକପ୍ ପୂର୍ବରୁ ସଜା ସରିଯିବ; ପ୍ଲେଇଂ ଇଲେଭେନକୁ କମବ୍ୟାକ୍ କରିବେ ଷ୍ଟିଭ୍ ସ୍ମିଥ। ୨୦୧୯ ରେ ସେ ବି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇପାରନ୍ତି। ସ୍ମିଥଙ୍କ ଓ୍ୱାନ୍ ଡେ ରେକର୍ଡ ମ୍ୟାଚ୍-୧୦୮, ରନ୍- ୩୪୩୧, ସର୍ବାଧିକ- ୧୬୪
କେବଳ ଏମାନେ ନୁହନ୍ତି ଗୌତମ ଗାମ୍ଭୀର, ହରଭଜନ ସିଂହଙ୍କ ସମେତ ନ୍ୟୁଜିଲାଣ୍ଡର ରସ୍ ଟେଲର, ପାକିସ୍ତାନର ସୋଏବ ମଲ୍ଲିକ, ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା, ଇଂଲଣ୍ଡର ଜେମସ ଆଣ୍ଡରେସନ୍ ଭଳି ଖେଳାଳି ବି ୨୦୧୯ ବିଶ୍ୱକପ ପରେ କ୍ରିକେଟରୁ ଅବସର ନେଇପାରନ୍ତି।

ଏଥିସହ ପଢ଼ନ୍ତୁ: ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ, ନବୀନ ନା ଧର୍ମେନ୍ଦ୍ର?