୧୪ଥରର ଚାମ୍ପିୟନକୁ ଝଟକା ! ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍

ପ୍ରଥମ ଥର ଭାରତ ଥୋମାସ କପ୍ ହାସଲ କରିଛି। ଫାଇନାଲରେ ଭାରତ ୧୪ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ ସେଟ୍ରେ ପରାସ୍ତ କରି ଚାମ୍ପିୟନ ହୋଇଛି। ଥୋମାସ କପ୍ର ୭୩ ବର୍ଷର ଇତିହାସ ମଧ୍ୟରେ କେବଳ ୫ଟି ଦଳ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ଏବେ ଭାରତ ୬ଷ୍ଠ ଦଳ ଭାବେ ଏହି ଚାମ୍ପିୟନ ତାଲିକାରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ମାଲେସିୟା, ଇଣ୍ଡୋନେସିଆ, ଜାପାନ, ଚାଇନା ଓ ଡେନମାକ୍ର ୧୯୪୯ରୁ ଆରମ୍ଭ ହୋଇଥିବା ଏହି ଥୋମାସ କପ୍ ଜିତି ପାରିଥିଲେ।

gghgghgh
ଚର୍ଚ୍ଚାରେ ଲକ୍ଷ୍ୟ ସେନ,ସାତ୍ତ୍ୱିକ, ଚିରାଗ ଓ କାଦମ୍ବୀ ଶ୍ରୀକାନ୍ତ
ଭାରତ ପକ୍ଷରୁ ଲକ୍ଷ୍ୟ ସେନ, ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ-ଚିରାଗ ଶେଟ୍ଟୀ ଓ କାଦମ୍ବୀ ଶ୍ରୀକାନ୍ତ ନିଜ ନିଜର ମ୍ୟାଚ୍ ଜିତି ଇଣ୍ଡୋନେସିଆକୁ ଏକତରଫା ଭାବେ ୩-୦ ସେଟରେ ପରାସ୍ତ କରିଛନ୍ତି।ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବ୍ୟାଡମିଣ୍ଟନ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନର ଏହି ସଫଳତା ପାଇଁ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି।
Connect With Us